ETV Bharat / state

ବଲାଙ୍ଗୀରରେ ୩ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Severe Heat Wave

author img

By ETV Bharat Odisha Team

Published : May 31, 2024, 9:27 PM IST

Severe Heat Wave : ବଲାଙ୍ଗୀର ଜିଲ୍ଲାରେ ୩ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ପଢନ୍ତୁ ପୁରା ଖବର ।

Severe Heat Wave
Severe Heat Wave (ETV Bharat Odisha)

ବଲାଙ୍ଗୀର: ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବଲାଙ୍ଗୀର ଜିଲ୍ଲାରେ ପାରଦ ଉପର ମୁହାଁ ଥିବାବେଳେ ସ୍ଥିତି ଏବେବି ଅସହ୍ୟ ରହିଛି । ଏହାରି ମଧ୍ୟରେ ଆଜି ପୁଣି ୩ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି । ସରକାରୀ ରିପୋର୍ଟ ଅନୁସାରେ ଏଯାଏଁ ଜଣକର ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସବୁ ଅଭିଯୋଗର ତଦନ୍ତ ଜାରି ରହିଛି । ସକାଳୁ ଅସହ୍ୟ ଟାଣ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ଓ ଗୁଳୁଗୁଳି ସମସ୍ତଙ୍କୁ କଲବଲ କରିଛି । ଜରୁରୀ କାମ ନ ଥିଲେ ଲୋକ ବାହାରକୁ ବାହାରୁ ନାହାଁନ୍ତି । ଅନ୍ୟପଟେ ସକାଳ ୧୦ଟା ପରେ ଏଠାରେ ରାସ୍ତାଘାଟ ସବୁ ଖାଁ ଖାଁ ରହୁଛି । ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କୁ ଡାକ ବାଜି ଯନ୍ତ୍ର ମଧ୍ୟରେ ସଚେତନ ମଧ୍ୟ କରାଯାଉଛି ।

Severe Heat Wave (ETV Bharat Odisha)

ସେହିପରି ଅଂଶୁଘାତ ଜନିତ ସଂଖ୍ୟା ମଧ୍ୟ ଏଠାରେ ବୃଦ୍ଧିପାଇଛି । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଦୈନକ ୧୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ଗତକାଲି (ଗୁରୁବାର) ଏଠାରେ ୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଥିଲା । ଆଜି ମଧ୍ୟ ୩ ଜଣଙ୍କର ସମାନ କାରଣରୁ ମୃତ୍ୟୁ ହୋଇଥିବାର ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ମଧ୍ୟରେ ବଲାଙ୍ଗୀର ଗାନ୍ଧୀନଗରପଡ଼ାର ସୁଦୀପ ସାହୁ ରହିଛନ୍ତି । ଯିଏକି ନିଜ କାମରେ ବାହାରି ଥିବାବେଳେ ସ୍ଥାନୀୟ ହିନ୍ଦୀ ହାଇସ୍କୁଲ ପାଖରେ ଅଚେତ୍ ହୋଇଯାଇଥିଲେ । ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ମୃତକଙ୍କ ସମ୍ପର୍କୀୟ ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି । ସେହିପରି ପାଟଣାଗଡ଼ ଗେର୍ଡା ଗ୍ରାମର ବୃଦ୍ଧା ପଦ୍ମା ବରିହାଙ୍କ ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ...ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - Heat Wave Action Plan

ପଦ୍ମା ଭିକ୍ଷା ବୃତ୍ତି କରି ଘରକୁ ଫେରୁଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କଳାହାଣ୍ଡି ଜିଲ୍ଲା ବାଞ୍ଜିପଦର ଗ୍ରାମର ମୁରଲୀ ରଣାଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଛି । ପରିବାର ଲୋକେ ଏହାର କାରଣ ଅଂଶୁଘାତ ବୋଲି କହିଛନ୍ତି । ତେବେ ଅଂଶୁଘାତ ହେଉ କିମ୍ବା ଅନ୍ୟ କାରଣରୁ ହେଉ ଏଠାରେ ବିଗତ କିଛି ଦିନରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢ଼ିଛି । ସେପଟେ ସରକାରୀ ତଥ୍ୟ ଅନୁସାରେ ଆଜି ଯାଏଁ ଜିଲ୍ଲାରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟ ଆସିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.