ETV Bharat / state

ବିକଶିତ ଓଡ଼ିଶାର ବିନ୍ଧାଣି ଥିଲେ ଜାନକୀ: ସୁର - death anniversary of Janaki

author img

By ETV Bharat Odisha Team

Published : Apr 21, 2024, 4:18 PM IST

JANAKI BALLABH PATNAIK DEATH ANNIVERSARY: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ତମ ଶ୍ରାଦ୍ଧ ବାର୍ଷିକୀ । ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ବିକଶିତ ଓଡ଼ିଶାର ବିନ୍ଧାଣି ଥିଲେ ଜାନକୀ: ସୁର
ବିକଶିତ ଓଡ଼ିଶାର ବିନ୍ଧାଣି ଥିଲେ ଜାନକୀ: ସୁର
ବିକଶିତ ଓଡ଼ିଶାର ବିନ୍ଧାଣି ଥିଲେ ଜାନକୀ: ସୁର

ଖୋର୍ଦ୍ଧା: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଆଜି ହେଉଛି ୯ତମ ଶ୍ରାଦ୍ଧ ବାର୍ଷିକୀ । ତାଙ୍କର ଏହି ପୁଣ୍ୟତିଥିରେ ତାଙ୍କୁ ମନେ ପକାଉଛି ସାରା ରାଜ୍ୟ । ସାହିତ୍ୟ, ରାଜନୀତି, ସାମ୍ବାଦିକତାରେ ସେ ଥିଲେ ତ୍ରିବେଣୀ ସଙ୍ଗମ । ତାଙ୍କର ସଂସ୍କୃତରେ ଅଗାଢ ପାଣ୍ଡିତ୍ୟ ଥିଲା ବୋଲି ଆଜି ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଆୟୋଜିତ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଉପସ୍ଥିତ ଜାନକୀ ପ୍ରେମୀମାନେ ମତ ଦେଇଥିଲେ । ବିଶେଷ କରି ଖୋର୍ଦ୍ଧା ପ୍ରତି ତାଙ୍କର ଥିବା ଅବଦାନକୁ ସମସ୍ତେ ମନେ ପକେଇଥିଲେ ।

ଜାନକୀ ବଲ୍ଲଭ ସ୍ମୃତି କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ଆବହକତ୍ୱରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ,ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ,ଶିକ୍ଷାବିତ୍ ତଥା ପ୍ରାକ୍ତନ କୁଳପତି କ୍ଷୀରୋଦ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ଜାନକୀ ବଲ୍ଳଲଙ୍କ ପ୍ରତିମୃତ୍ତିରେ ପୁଷ୍ପ ଅର୍ପଣ କରିଥିଲେ । ଜାନକୀ ବଲ୍ଲଭଙ୍କ ଭଳି ଜଣେ ସବୁ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ପାଇଁ ଖୋର୍ଦ୍ଧା ମାଟି ଗର୍ବିତ ବୋଲି ଅତିଥିମାନେ ମତ ଦେଇଥିଲେ ।

ତେବେ ରାଜ୍ୟରେ ହଜାରେ ଦିନରେ ହଜାରେ ଶିଳ୍ପ ଗଠନ କରି ସେ ଚହଳ ପକାଇଥିଲେ । ଚାଷ ପାଇଁ ଜଳସେଚନ ଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ ଏବଂ ବିକଶିତ ଓଡ଼ିଶାର ବିନ୍ଧାଣି ଥିଲେ ଜାନକୀ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଲି କହିଥିଲେ ଜଟଣୀ ବିଧାୟକ ସୁରେଶ କୁମର ରାଉତରାୟ ।

ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୨୭ ମସିହା ଜାନୁୟାରୀ ୩ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ସେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ଏବଂ ଉତ୍କଳ ବିଶ୍ବ ବିଦ୍ୟାଳଶୟରେ ନିଜର ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଏହାସହ ଜାନକୀ ଓଡ଼ିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀର ଭାର ମଧ୍ୟ ସମ୍ଭାଳି ଥିଲେ ।

ଏହା ମଧ୍ୟ ପଢନ୍ତୁ.....ଓଡ଼ିଶା ବିକାଶର ବିଶ୍ବକର୍ମା ଥିଲେ ଜାନକୀ ବାବୁ: ସୁର

ଏହା ମଧ୍ୟ ପଢନ୍ତୁ ....ବିଜୁ ତିରୋଧାନ ଦିବସ; ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡିଶା ଗଠନ ପାଇଁ ଶପଥ ନେଲେ ବିଜେଡି ନେତା ଓ କର୍ମୀ - Biju Patnaik Death Anniversary

ଏହାପରେ ୨୦୦୯ରୁ ୨୦୧୪ ମସିହା ଯାଏଁ ଆସାମର ରାଜ୍ୟପାଳ ଭାବେ ନିଜର ପାରଦର୍ଶିତା ପ୍ରତିପାଦିତ କରିଥିଲେ । ଶେଷରେ ୨୦୧୫ ମସିହା ଏପ୍ରିଲ ୨୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ରାଜ୍ୟର ବିକାଶ ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଯାହା ପାଇଁ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.