ETV Bharat / state

ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ', ଓଡ଼ିଶାରେ ଡିସେମ୍ବର ୩ ଯାଏଁ ବର୍ଷା - IMD ODISHA WEATHER

ଲ୍ୟାଣ୍ଡଫଲ କରିଛି ବାତ୍ୟା 'ଫେଙ୍ଗାଲ' । ଘଣ୍ଟାପ୍ରତି ୭୦-୮୦ କିମିରୁ ୯୦ କିମି ବେଗରେ ପବନ ବହିବ । ଓଡ଼ିଶାରେ ଆହୁରି ୪ ଦିନ ବର୍ଷା ।

IMD Odisha Rain Latest Update
IMD Odisha Rain Latest Update (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 7:02 PM IST

Updated : Nov 30, 2024, 9:15 PM IST

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ବାତ୍ୟା 'ଫେଙ୍ଗାଲ' ଲ୍ୟାଣ୍ଡଫଲ କରିଛି । ଏହା ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୭ କିମି ବେଗରେ ଗତି ସ୍ଥଳଭାଗ ଛୁଇଁଛି । ପୁଡୁଚେରୀ ନିକଟବର୍ତ୍ତୀ କରାଇକାଲ ଓ ମହାବଳୀପୁରମ ମଧ୍ୟରେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ବାତ୍ୟା ଗତି କରିବ । ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୭୦-୮୦ କିମି ଠାରୁ ନେଇ ୯୦ କିମି ପର୍ଯ୍ୟନ୍ତ ରହିପାରେ । ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡକୁ ଯିବାବେଳକୁ ଏହାର ଗତି କମିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭାରି ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି । ଓଡ଼ିଶାରେ ଆଗାମୀ ୪ ଦିନ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆହୁରି ୪ ଦିନ ବର୍ଷା:

IMD Odisha Rain Latest Update (ETV Bharat Odisha)

ରାଜ୍ୟରେ ବଦଳୁଛି ବର୍ଷାର ଗତିପଥ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଆସନ୍ତାକାଲି ୭ ଜିଲ୍ଲାରେ ବର୍ଷା ଲାଗି ରହିବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବିକ୍ଷିପ୍ତ ବର୍ଷା ହେବା । ୨ ତାରିଖରେ ମଧ୍ୟ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ସେହିପରି ୩ ତାରିଖରେ କୋରାପୁଟ ଓ ମାଲକାନଗିରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା

୨ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା:

ଆଗାମୀ ୪ରୁ ୫ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୪ ଦିନ ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ସେପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ଗଞ୍ଜାମ ଚିକିଟି ରେ ୪୬.୦୦ ମିମି ରେକର୍ଡ କରାଯାଇଛି । ସେହିପରି ନୟାଗଡରେ ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରୀ ଓ ସମ୍ବଲପୁରରେ ସର୍ବାଧିକ ୩୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୦.୫ ରହିଥିବା ବେଳେ କଟକରେ ୧୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2024, 9:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.