ETV Bharat / state

ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ରାଜ୍ୟ ସରକାରଙ୍କ ସମ୍ଭାବ୍ୟ ବାତ୍ୟା 'ଦାନା'ର ମୁକାବିଲା ପ୍ରସ୍ତୁତି । ଏସଆରସି କାର୍ଯ୍ୟାଳୟରେ ଖୋଲିଲା କଣ୍ଟ୍ରୋଲ ରୁମ । ପ୍ରଭାବିତ ଜିଲ୍ଲାକୁ ଯିବେ ବରିଷ୍ଠ ଅଧିକାରୀ ।

author img

By ETV Bharat Odisha Team

Published : 1 hours ago

ବାତ୍ୟା ପାଇଁ ଆଲର୍ଟ ମୋଡ଼ରେ ସରକାର, ମଧ୍ୟାହ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
ବାତ୍ୟା ପାଇଁ ଆଲର୍ଟ ମୋଡ଼ରେ ସରକାର, ମଧ୍ୟାହ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି । ଏହା ସହ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଲର୍ଟ ମୋଡ଼କୁ ଆସିଛି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରିସ)ଙ୍କ କାର୍ଯ୍ୟାଳୟ । ସମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ସମସ୍ତ ସୂଚନା ଉପରେ ତୀକ୍ଷ୍ଣ ନଜର ରଖୁଛି ଏହି କଣ୍ଟ୍ରୋଲ ରୁମ୍‌ । ଏହା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ହେବାକୁ ଯାଉଛି । ଏଥିରେ ତମାମ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବା ତାଲିକାରେ ଥିବା ଜିଲ୍ଲାର ଅଧିକାରୀମାନେ ସାମିଲ ହେବେ ।

  • ପ୍ରଭାବିତ ଜିଲ୍ଲାକୁ ଯିବେ ବରିଷ୍ଠ ଆଇଏଏସ:-

ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯିବ । ବାତ୍ୟାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ପରେ ସରକାର ମୁକାବିଲା ରଣନୀତିକୁ ତ୍ବରାନ୍ବିତ କରିବେ । ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଥଇଥାନ, ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା, ଉଦ୍ଧାର ଓ ରିଲିଫ ଆଦି ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି ।

Cyclone Dana updates
Cyclone Dana updates (ETV Bharat Odisha)
  • ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାକୁ ଯିବେ ‘ଏନଡ଼ିଆରଫ’ ଓ ‘ଓଡ୍ରାଫ:-

କେଉଁ ଜିଲ୍ଲାକୁ କେତେ ‘ଏନଡ଼ିଆରଫ’ ଓ ‘ଓଡ୍ରାଫ’ ଟିମ ଯିବ ସେନେଇ ଆଲୋଚନା ଚାଲିଛି । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲା ସମ୍ଭାବ୍ୟ ପ୍ରଭାବିତ ତାଲିକାରେ ଥିବାରୁ ଅଧିକ ସଂଖ୍ୟାରେ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଯିବ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ‘ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବେ । ଏହା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନେବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏହା ମଧ୍ୟ ପଢନ୍ତୁ:- ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

  • ସୃଷ୍ଟି ହେଲା ଲଘୁଚାପ

ଗତକାଲି କେନ୍ଦ୍ରୀୟ-ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇସାରିଛି । ଆସନ୍ତାକାଲି (୨୨ ତାରିଖ) ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ଓ ୨୩ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡରେ ପରିଣତ ହେବ । ପରେ କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ପୂର୍ବାହ୍ନ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ବର୍ତ୍ତମାନ ସୁଦ୍ଧା ପୂର୍ବାନୁମାନ କରିଛି । ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୨୦ କି.ମି ସହ ଅତିପ୍ରବଳ ବର୍ଷା ହେବା ନେଇ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ରେଡ ଆଲର୍ଟ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.