ETV Bharat / state

ବାତ୍ୟା ଦାନା ପାଇଁ କେତେ ପ୍ରସ୍ତୁତ ଗଞ୍ଜାମ ଗୋପାଳପୁର ଆଶ୍ରୟସ୍ଥଳୀ ? ଇଟିଭି ଭାରତର ରିୟଲିଟି ଚେକ୍

ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ଦେଉଥିବା ବାତ୍ୟା ଆଶ୍ରୟସ୍ଥଳୀ କେତେ ପ୍ରସ୍ତୁତ । ଗଞ୍ଜାମ ଜିଲ୍ଲା ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀରେ ଇଟିଭି ଭାରତର ରିୟଲିଟି ଚେକ ।

SHELTER HOME REALITY CHECK
SHELTER HOME REALITY CHECK (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ବହ୍ମପୁର: ଉପକୂଳ ଆଡକୁ ଆଖି ଦେଖାଇ ମାଡି ଆସୁଛି ବାତ୍ୟା ‘ଦାନା’ । ଲୋକଙ୍କ ମନରେ ଛନକା । ଆଉ ଏପଟେ ଜିରୋ କାଜୁଆଲିଟି ମିଶନରେ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ଲୋକଙ୍କ ଯେପରି କ୍ଷତି ନହୁଏ, ଲୋକେ ସୁରକ୍ଷିତ ରୁହନ୍ତୁ ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ହେଲେ କେତେ ପ୍ରସ୍ତୁତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ଲୋକଙ୍କୁ ସୁରକ୍ଷା ଦେବାରେ ଶହେ ପ୍ରତିଶତ ପାସ୍‌ ହେବ ତ ବାତ୍ୟା ଆଶ୍ରୟସ୍ଥଳୀ । ସ୍ଥିତି ଜାଣିବାକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ‘ଇଟିଭି ଭାରତ’ କରିଥିଲା ରିୟଲିଟି ଚେକ ।

ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳରେ ‘ଇଟିଭି ଭାରତ’

ଓଡ଼ିଶା ଉପକୂଳରେ ବାତ୍ୟା କଥା କହିଲେ ସମସ୍ତଙ୍କର ସିଧାସଳଖ ନଜର ଯାଇଥାଏ ଗୋପାଳପୁର ଉପରେ । ପୂର୍ବରୁ ଅନେକ ବାତ୍ୟା ଗୋପାଳପୁରରେ ମାଡ ହୋଇଛି । ଏଥର ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏଭଳି ସମୟରେ ଗୋପାଳପୁର ଠାରେ ରହିଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ କେତେ ପ୍ରସ୍ତୁତ ରହିଛି ତାହାକୁ ଯାଇ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ କରିଥିଲା ଇଟିଭି ଭାରତ ।

SHELTER HOME REALITY CHECK (ETV Bharat Odisha)

ଇଟିଭି ଭାରତ କ୍ୟାମେରା ଲେନ୍ସରେ ବାସ୍ତବ ସ୍ଥିତି:

ଗୋପାଳପୁରରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳରେ ବାତ୍ୟା ସମୟରେ ତଳିଆ ଅଞ୍ଚଳରୁ ଉଦ୍ଧାର କରିବାକୁ ରହିଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧା ଏବଂ କଚା ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କିପରି କଣ ବ୍ୟବସ୍ଥା କରାଯାଇଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ସ୍ଥିତି ଅନୁଧ୍ୟାନ କରିବା ସମୟରେ ଇଟିଭି ଭାରତର କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ବାତ୍ୟା ଆଶ୍ରୟସ୍ଥଳର ସେଠାକାର ବାସ୍ତବ ସ୍ଥିତି । ସମସ୍ତ କକ୍ଷ ଗୁଡିକ ସଫା ରହିଥିଲା । ସେହିପରି ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ପାଇଖାନା କବାଟ ଗୁଡିକର ସ୍ଥିତି ସଠିକ୍ ନଥିଲା । ଏପରିକି ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଗୋଟିଏ ରୁମରେ ବିଦ୍ୟାଳୟ ଚାଲିଥିବା ଏବଂ ଅନ୍ୟ ଏକ ରୁମରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଥିଲା ।

ବାତ୍ୟା ଆଶ୍ରୟସ୍ଥଳୀ
ବାତ୍ୟା ଆଶ୍ରୟସ୍ଥଳୀ (ETV Bharat Odisha)

‘ସଫେଇ ହୋଇଛି, ଆବଶ୍ୟକ ପଡିଲେ ଲୋକଙ୍କୁ ଅଣାଯିବ’

ବାତ୍ୟା ଆଶ୍ରୟସ୍ଥଳୀ
ବାତ୍ୟା ଆଶ୍ରୟସ୍ଥଳୀ (ETV Bharat Odisha)

ଗୋପାଳପୁରର ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ବରେ ରହିଥିବା ସଂପାଦକ ଜି.ମୋହନ ରାଓ ଇଟିଭି ଭାରତକୁ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇ ରଖାଯାଇଛି । ଆଶ୍ରୟସ୍ଥଳରେ ରହିଥିବା ପାଣି ଟାଙ୍କିରେ ପାଣି ଭର୍ତ୍ତି କରି ରଖାଯିବାଠାରୁ ଆରମ୍ଭ କରି ସେଠାକାର ପାଇଖାନା ସଫେଇ କରିବା ସହିତ ସମସ୍ତ ରୁମ୍ ଗୁଡିକୁ ସଫେଇ କରି ରଖାଯାଇଛି । ଗୋପାଳପୁରରେ ଯେଉଁ ମାନେ କଚ୍ଚା ଘରେ ରହୁଛନ୍ତି ଏବଂ ଯେଉଁ ମହିଳା ମାନେ ଗର୍ଭବତୀ ରହିଛନ୍ତି ସେମାନଙ୍କୁ ସୂଚିତ କରାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଉଦ୍ଧାର କରାଯାଇ ସେଠାକୁ ଅଣାଯିବ ବୋଲି କୁହାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀ
ବାତ୍ୟା ଆଶ୍ରୟସ୍ଥଳୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

CYCLONE DANAକୁ ନେଇ ବଡ଼ ଅପଡେଟ, ଲ୍ୟାଣ୍ଡଫଲ ପରେ ବଦଳିପାରେ ବାତ୍ୟା ଗତିପଥ: IMD

ଭିତରକନିକା-ଧାମରା ମୁହାଁ ବାତ୍ୟା ’ଦାନା’: ବର୍ଷା ଆରମ୍ଭ, ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ବେଗରେ ପବନ

ମାଡି ଆସୁଛି ବାତ୍ୟା ‘ଦାନା’: ଲ୍ୟାଣ୍ଡଫଲ ନେଇ ଉପକୂଳ ଜିଲ୍ଲାରେ ଆତଙ୍କ, ଆଶ୍ରୟସ୍ଥଳୀରେ ଲକ୍ଷାଧିକ ଲୋକ

ଲ୍ୟାଣ୍ଡଫଲ ପୂର୍ବରୁ ଡରାଇଲାଣି ‘ଦାନା’: କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା-ପବନ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ

ସୂଚନା ଥାଉକି, ଆଜି ମଧ୍ୟରାତ୍ରି ବା ଭୋର ସମୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ସ୍ଥଳ ଭାଗ ଛୁଇଁବା ପରେ ସାମାନ୍ୟ ଡାଇଭର୍ଟ ହୋଇପାରେ ବାତ୍ୟାର ଗତିପଥ । ରିକର୍ଭ କରି ବାତ୍ୟା ଦାନା ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ଆଡକୁ ମୁହାଁଇବ ।

ବାତ୍ୟା ଆଶ୍ରୟସ୍ଥଳୀ
ବାତ୍ୟା ଆଶ୍ରୟସ୍ଥଳୀ (ETV Bharat Odisha)

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.