ETV Bharat / state

ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ଆହୁରି 24 ଘଣ୍ଟା: ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ସୁଦ୍ଧା ସମଗ୍ର ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବା ସହିତ ପଚ୍ଚା ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

cyclone dana aftermath cm mohan majhi review
cyclone dana aftermath cm mohan majhi review (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ୱର: ବାତ୍ୟା ଦାନା ଯୋଗୁଁ 22 ଲକ୍ଷ 43 ହଜାର ଘରକୁ ବିଜୁଳି ଯୋଗାଯୋଗ ବିଛିନ୍ନ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା 14 ଲକ୍ଷ 80 ହଜାରକୁ ବିଜୁଳି ସଂଯୋଗ ହୋଇସାରିଛି । 1 ଲକ୍ଷ 75 ହଜାର ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି । ପୂର୍ଣ୍ଣାଙ୍ଗ ତଥ୍ୟ ମିଳିବା ପରେ କ୍ଷତିପୂରଣ ଘୋଷଣା ହେବ । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ସମ୍ପୂର୍ଣ୍ଣ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଲାଗି 24 ଘଣ୍ଟା ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପୁନର୍ବାର ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏସଆରସିଙ୍କ କାର୍ଯ୍ୟାଳୟ ଆସି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏସଆରସି ଦେଓରଞ୍ଜନ କୁମାର ସିଂ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦ ଓ ସରକାରଙ୍କ ଟିମ ୱାର୍କ ଯୋଗୁଁ ବାତ୍ୟା ମୁକାବିଲାରେ ସଫଳ ହୋଇଛୁ । ବାତ୍ୟା ଆଶ୍ରୟ ସ୍ଥଳକୁ 8 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲୁ । କିଛି ଲୋକ ଫେରିଗଲେଣି । ଆଉ କିଛି ଲୋକ ପର୍ଯ୍ୟାୟ କ୍ରମେ ଫେରୁଛନ୍ତି । ସନ୍ଧ୍ୟାରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ହୋଇଛି । ନିରନ୍ତର ଭାବେ ଏହି କାର୍ଯ୍ୟ ଚାଲିଛି । ରାସ୍ତା ଓ ବିଜୁଳି ଗୁରୁତ୍ୱପୂର୍ଣ୍ଣ । ଗଛ ଓ ବିଦ୍ୟୁତ ଖୁଣ୍ଟ ପଡିବା ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା । ରାସ୍ତା ଅବରୋଧ ହଟେଇବା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରିଯାଇଛି ।

22 ଲକ୍ଷ 43 ହଜାର ଘରକୁ ବିଜୁଳି ବିଛିନ୍ନ-
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଜୁଳି ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ତୁହାକୁ ତୁହା ବର୍ଷା ଓ ପବନ ବାଧକ ସାଜିବାରୁ ଆଜି ବିଜୁଳି ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି । ବାତ୍ୟା ଯୋଗୁଁ 22 ଲକ୍ଷ 43 ହଜାର ଘରକୁ ବିଜୁଳି ଯୋଗାଯୋଗ ବିଛିନ୍ନ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା 14 ଲକ୍ଷ 80 ହଜାରକୁ ବିଜୁଳି ସଂଯୋଗ ହୋଇସାରିଛି । ଅନ୍ଧାର ହୋଇଥିବାରୁ କାମ ବିଳମ୍ବ ହେଉଛି । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଆଜି ଗ୍ରାଉଣ୍ଡକୁ ପଠା ଯାଇଛି । ସେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ସଂଯୋଗ କାର୍ଯ୍ୟ ତଦାରଖ କରିବେ । ଆସନ୍ତାକାଲି ତ୍ୱରିତ ଭାବେ ଏହି କାର୍ଯ୍ୟ କରାଯିବ । ଶନିବାର ଅପରାହ୍ନ ସୁଦ୍ଧା ସବୁଠି ବିଜୁଳି ଆସିଯିବ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଏରିଅଲ ସର୍ଭେ; 7 ଦିନରେ କ୍ଷୟକ୍ଷତି ରିପୋର୍ଟ: ରାଜସ୍ୱ ମନ୍ତ୍ରୀ

ଏହା ବି ପଢନ୍ତୁ- ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

1 ଲକ୍ଷ 75 ହଜାର ଏକର ଜମିରେ ଫସଲ କ୍ଷୟକ୍ଷତି-
କୃଷି କ୍ଷେତ୍ରରେ କ୍ଷୟକ୍ଷତି ନେଇ ପ୍ରାରମ୍ଭିକ ଆକଳନ ହୋଇଛି । ସେ ଅନୁସାରେ 1 ଲକ୍ଷ 75 ହଜାର ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି । ପୂର୍ଣ୍ଣାଙ୍ଗ ତଥ୍ୟ ମିଳିବା ପରେ କ୍ଷତିପୂରଣ ଘୋଷଣା ହେବ । ସେହିପରି ଘର ଭଙ୍ଗା ରିପୋର୍ଟ ଆସିଲେ ମଧ୍ୟ ନିଷ୍ପତ୍ତି ହେବ । ଆଂଶିକ କ୍ଷତି ହୋଇଥିଲେ ମରାମତି ଅର୍ଥ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ପକ୍କା ଘର ବ୍ୟବସ୍ଥା ହେବ । ପାଣି ଘେର ଓ ଭାଙ୍ଗିଯାଇଥିବା ଲୋକଙ୍କୁ ଘରକୁ ଯିବାକୁ ଦେଇନାହୁଁ । ସାପ କାମୁଡ଼ା ଓ କାନ୍ଥ ଭୁଶୁଡ଼ି ପଡିବାର ସମ୍ଭାବନା ଥିବାରୁ ଛାଡିନାହୁଁ । ଆଗାମୀ 7 ଦିନ ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳୀରେ ସେମାନେ ରହିପାରିବେ । ସେମାନଙ୍କ ଲାଗି ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବ ।

ପ୍ରସବ ସଂଖ୍ୟା 2200କୁ ବୃଦ୍ଧି, 18 ଯୋଡ଼ା ଯମଜ-
ମା' ଗୃହ ଓ ହସ୍ପିଟାଲରେ ପ୍ରସବ କରିବା ମା ଓ ଶିଶୁ ସୁରକ୍ଷିତ ଅଛନ୍ତି । ଏହା ଭିତରେ ପ୍ରସବ ସଂଖ୍ୟା ବଢିଛି ।ମା ଘର ଓ ହସ୍ପିଟାଲରେ ପ୍ରସବ ସଂଖ୍ୟା 2200ରେ ପହଁଚିଛି । 18 ଯୋଡ଼ା ଯମଜ ବା ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । ସେମାନେ ମଧ୍ୟ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।

ସ୍ଵାଭାବିକ ହେବାକୁ 24ରୁ 48 ଘଣ୍ଟା, ଫୁଲୁଛି ବୁଢ଼ାବଳଙ୍ଗ-
ସମ୍ପୂର୍ଣ୍ଣ ସ୍ଵାଭାବିକ ସ୍ଥିତି ଆଣିବାକୁ ଆମକୁ ଆହୁରି 24ରୁ 48 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡିବ । ପୋଲିସ ପ୍ରଶାସନ ଭଲ କାର୍ଯ୍ୟ କରିଛି । ପୋଲିସ ନିଜର ମାନବୀୟ ନିଦର୍ଶନ ଦେଖାଇଛି । ଫିଳରେ ପୋଲିସ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇଛି । ଆଜି ଅନେକ ସ୍ଥାନରେ ଅଧିକ ବର୍ଷା ହେଉଛି । ମୟୁରଭଞ୍ଜ ଓ ବାଲେଶ୍ଵରରେ ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ମଧ୍ୟ ବର୍ଷା ହେଉଛି । ଫଳରେ ବୁଢ଼ାବଳଙ୍ଗ ନଦୀ ଫୁଲୁଛି । କିନ୍ତୁ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବାରିପଦା ସହର ସମେତ ବାଲେଶ୍ଵରର ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି । ଲୋକେ ଆତଙ୍କିତ ନହେବାକୁ ପରାମର୍ଶ ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.