ETV Bharat / state

କଠୋର ହେଲା ବନବିଭାଗ: ମନଇଚ୍ଛା କାଟି ପାରିବେନି ତାଳ ଗଛ, ଦରକାର ଅନୁମତି - PCCF On Cutting Of Palm Trees

author img

By ETV Bharat Odisha Team

Published : Jul 1, 2024, 8:06 PM IST

Cutting Of Palm Trees Needs Permission: ଶାଗୁଆନ ଗଛ ଭଳି ତାଳ ଗଛ କଟା ହେବ କାଳ । ଏଣିକି ଆଉ ମନଇଚ୍ଛା କାଟି ପାରିବେନି ତାଳ ଗଛ । ନେବାକୁ ପଡ଼ିବ ଅନୁମତି ।

Palm Tree
Pic Credits: RKC (ETV Bharat Odisha)

ଭୁବନେଶ୍ବର: ତାଳ ଗଛ କାଟୁଥିଲେ ସାବଧାନ । ଏଣିକି ମନଇଚ୍ଛା କାଟି ପାରିବେନି ତାଳଗଛ । ଏପରି କଲେ ଆପଣଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଯଦି ଗଛ କାଟିବାକୁ ଚାହୁଁଛନ୍ତି ନେବାକୁ ପଡିବ ବନବିଭାଗର ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ ।

ମନଇଚ୍ଛା କାଟି ପାରିବେନି ତାଳ ଗଛ (ETV Bharat Odisha)

ରାଜ୍ୟରେ ଚଳିତ ବର୍ଷ ଲାଗିବ ୧୯ ଲକ୍ଷ ତାଳ ଗଛ । ରାଜ୍ୟରେ ଥିବା ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରି ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ 7 କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ପିସିସିଏଫ ଦେବିଦତ୍ତ ବିଶ୍ଵାଳ ।

ଏହା ମଧ୍ୟ ପଢନ୍ତୁ: ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF

ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ସନ୍ତୁଳନ ହରାଉଛି । ଅଦିନିଆ ବର୍ଷାରୁ ଆରମ୍ଭ କରି ମାରାଥନ ବିଜୁଳି ଓ ଘଡ଼ଘଡ଼ି ଯୋଗୁ ଯାଉଛି ମୂଲ୍ୟବାନ ଜୀବନ । ଜଳବାୟୁ ପରିବର୍ତ୍ତନର ବିପଦଗାମୀ ଦିଗ ପାଲଟିଛି ଘନ ଘନ ବିଜୁଳି ମାଡ଼ । ଗତ ୬ ବର୍ଷ ଭିତରେ ବଜ୍ରପାତ ଯୋଗୁ ରାଜ୍ୟରେ ୧୭୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୦୧୭- ୧୮ରେ ୪୬୫, ୨୦୧୮- ୧୯ରେ ୩୩୯, ୨୦୧୯- ୨୦ରେ ୩୫୧, ୨୦୨୦- ୨୧ରେ ୨୯୧, ୨୦୨୧- ୨୨ରେ ୨୮୧ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ନୂତନ ବୈଷୟିକ କୌଶଳରେ ପ୍ରାଣୀ ସମ୍ପଦ ପାଇଁ ବଜ୍ରପାତ ପ୍ରତିରୋଧ ଗୃହ ନିର୍ମାଣ ହେବ ।

ଏହା ମଧ୍ୟ ପଢନ୍ତୁ: ବଜ୍ରପାତ ମୃତ୍ୟୁ ରୋକିବାକୁ ଗାଁରେ ଲାଗିବ ତାଳ ଗଛ, ପ୍ରସ୍ତାବ ଦେଲା OUAT

ଏସବୁ ଜିଲ୍ଲାକୁ ଫୋକସ୍‌: ଓୟୁଏଟିରେ ମଧ୍ୟ ପରୀକ୍ଷାମୂଳକ ଭାବରେ ରାଜ୍ୟରେ ଥିବା କେବିକେ ଜିଲ୍ଲା ସମେତ 5 ଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ସୁନ୍ଦରଗଡ଼ ଗଜପତି ବାଲେଶ୍ଵରରେ ତାଳ ଗଛ ଲଗାଯିବାର ଯୋଜନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.