ETV Bharat / state

ରାଜ୍ୟର ବଡ଼ ମେଡିକାଲରେ ରକ୍ତ ସଙ୍କଟ, ସ୍ବେଚ୍ଛାସେବୀ ସଙ୍ଗଠନକୁ ଏଭଳି ଅପିଲ୍‌ କଲା ଏସସିବି - Blood Crisis In Cuttack Scb - BLOOD CRISIS IN CUTTACK SCB

Blood Crisis In Cuttack Scb: କଟକ ଏସସିବିରେ ଦେଖାଦେଇଛି ରକ୍ତ ସଙ୍କଟ । ନିୟମିତ ଭାବରେ ଏସସିବି ମେଡିକାଲରେ ରକ୍ତ ଭଣ୍ଡାର ଉପରେ ସାଧାରଣ ରୋଗୀଙ୍କ ସହ ଥାଲେସେମିଆ, ସିକଲସେଲ୍ ଓ ହେମୋଫିଲିଆ ରୋଗୀମାନେ ପ୍ରତ୍ୟେକ ମାସରେ ରକ୍ତ ନେଉଥିବା ବେଳେ ଏବେ ରକ୍ତ ସଙ୍କଟ ସମସ୍ୟାର କାରଣ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ରୋଗୀଙ୍କ ଚିକିତ୍ସା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଅଧିକ ପଢନ୍ତୁ,

କଟକ ଏସସିବିରେ ରକ୍ତ ସଙ୍କଟ, ରକ୍ତଦାନ ପାଇଁ ସ୍ବେଛାସେବୀ ସଂଗଠନକୁ ଅନୁରୋଧ
କଟକ ଏସସିବିରେ ରକ୍ତ ସଙ୍କଟ, ରକ୍ତଦାନ ପାଇଁ ସ୍ବେଛାସେବୀ ସଂଗଠନକୁ ଅନୁରୋଧ (ETV Bharat Odisha)
author img

By ETV Bharat Odisha Team

Published : Jul 1, 2024, 6:17 PM IST

କଟକ: ଏସସିବିରେ ଉତ୍କଟ ରୂପ ନେଉଛି ରକ୍ତ ସଙ୍କଟ । ମହାମାରୀ ପରଠୁ ଲାଗି ରହିଛି ସମସ୍ୟା । ପୂର୍ବରୁ ଅନେକ ସରକାରୀ ବେସରକାରୀ ସ୍ତରରେ ବ୍ଲଡ ଡୋନେସନ କ୍ୟାମ୍ପ ଯୋଗୁଁ ରକ୍ତର ଅଭାବ ପରିଲକ୍ଷିତ ହେଉନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଏପରି ପରିସ୍ଥିତିରେ ଏସସିବି ପକ୍ଷରୁ ରକ୍ତର ଆବଶ୍ୟକତା ନେଇ ରକ୍ତଦାନ କରିବାକୁ ସ୍ବେଚ୍ଛାସେବୀ ସଂଗଠନକୁ ଅନୁରୋଧ କରାଯାଇଛି ।

କଟକ ଏସସିବିରେ ରକ୍ତ ସଙ୍କଟ, ରକ୍ତଦାନ ପାଇଁ ସ୍ବେଛାସେବୀ ସଂଗଠନକୁ ଅନୁରୋଧ (ETV Bharat Odisha)

ରାଜ୍ୟର ଅଗ୍ରଣୀ ସରକାରୀ ହସ୍ପିଟାଲ ଏସସିବି ମେଡିକାଲରେ ଦେଖାଦେଇଛି ରକ୍ତର ଅଭାବ । ପ୍ରତିଦିନ ଥାଲାସେମିଆ ରୋଗୀଙ୍କଠୁ ଆରମ୍ଭ କରି ସାଧାରଣ ରୋଗୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକତା ପଡିଥାଏ ରକ୍ତ । ଏସସିବି ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ୧୫୦ ରୁ ୧୬୦ ପର୍ଯ୍ୟନ୍ତ ରକ୍ତ ବିନା ଡୋନରରେ ଦିଆଯାଇଥାଏ । ପ୍ରତିଦିନ ଥାଲାସେମିଆ ରୋଗୀ ପାଖାପାଖି ୧୦୦ ଜଣଙ୍କ ପାଇଁ ବ୍ଲଡ଼ର ଅବଶ୍ୟକତା ଥାଏ । ସେହିଭଳି ଦେଷ୍ଟିଚ୍ୟୁଡ଼ ରୋଗୀ ବା ପରିଚୟ ବିହୀନ ରୋଗୀଙ୍କ ନିମନ୍ତେ ପାଖାପାଖି ୫୦ ରୁ ୬୦ ରକ୍ତର ଅବଶ୍ୟକତା ରହିଛି । କିନ୍ତୁ କୋଭିଡ ମହାମାରୀ ପରଠାରୁ ରକ୍ତର ଅବଶ୍ୟକତା ରକ୍ତର ସଂଗ୍ରହ ସଂଖ୍ୟା କମିବାରେ ଲାଗିଛି । ଯାହାକି ବର୍ତ୍ତମାନ ସମୟରେ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି ।

ସେପଟେ ଏସସିବି କୂଳସଚିବଙ୍କ କହିବାନୁଯାୟୀ ଏଭଳି ସମୟରେ ସାମାଜିକ ସ୍ଥରରେ ସମସ୍ତଙ୍କୁ ଆଗକୁ ଆସି ରକ୍ତ ହୀନତାର ପରିପୂରଣ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ଏସସିବି ବ୍ଲଡ଼ ବ୍ୟାଙ୍କରେ ୩୦୦୦ଟଙ୍କାରେ ବ୍ଲଡ଼ ବିକ୍ରି କଥା ମଧ୍ୟ ସାମ୍ନାକୁ ଆସିଛି ଯାହା ଏଯାବତ ତଦନ୍ତ ଘେରରେ ରହିଛି । ତେଣୁ ସମୟ ଥାଉ ଥାଉ ରକ୍ତ ସଙ୍କଟ ଦୂର କରିବା ନିତ୍ୟନ୍ତ ଆବଶ୍ୟକ ନଚେତ ସ୍ଥିତି ଆହୁରି ସଙ୍ଗୀନ ହେବା ଦିଗକୁ ଏଡାଇ ଦିଆଯାଇନପାରେ ।

ଏହା ମଧ୍ୟ ପଢନ୍ତୁ: ଦୂର ହେବ ଏସସିବିରେ ରକ୍ତ ଅଭାବ, ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ

ସୂଚନା ଥାଉ କି, ନିୟମିତ ଭାବରେ ଏସସିବି ମେଡିକାଲରେ ରକ୍ତଭଣ୍ଡାର ଉପରେ ସାଧାରଣ ରୋଗୀଙ୍କ ସହିତ ଥାଲେସେମିଆ, ସିକଲସେଲ୍ ଓ ହେମୋଫିଲିଆ ରୋଗୀମାନେ ପ୍ରତ୍ୟେକ ମାସରେ ରକ୍ତ ନେଇଥାନ୍ତି । ଏପରିକି ନିୟମିତ ଡାଏଲିସିସରେ ହେଉଥିବା ରୋଗୀ ମଧ୍ୟ ଦୈନିକ ରକ୍ତ ଦିଆଯାଇଥାଏ । ଏପରି ସ୍ଥିତିରେ ରକ୍ତର ଅଭାବ ରହିଲେ ଶହ ଶହ ରୋଗୀଙ୍କ ଜୀବନ ପ୍ରତି ଏକ ପ୍ରକାର ବିପଦ ସୃଷ୍ଟି କରିବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏଣୁ ସମସ୍ତେ ଆସନ୍ତୁ ରକ୍ତର ଅଭାବ ଦୂର କରିବା ପାଇଁ ରକ୍ତଦାନ ଭଳି ମହତଦାନ କ୍ଷେତ୍ରରେ ନିଜକୁ ସାମିଲ କରାନ୍ତୁ ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.