ETV Bharat / state

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ SCB ପକ୍ଷରୁ ପ୍ରସ୍ତୁତି, ୬ଜଣିଆ ଡାକ୍ତରୀ ଟିମ୍ ଗଠିତ - SCB PREPARATION FOR PM MODI VISIT

author img

By ETV Bharat Odisha Team

Published : May 28, 2024, 4:52 PM IST

SCB Medical Preparation For PM Modi Visit: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ । ଏସସିବି ପକ୍ଷରୁ ୬ ଜଣିଆ ଡାକ୍ତରୀ ଦଳ ଗଠିତ । ଅଧିକ ପଢନ୍ତୁ

SCB Medical Preparation For PM Modi Visit
SCB Medical Preparation For PM Modi Visit (ETV Bharat Odisha)

କଟକ: ଅନ୍ତିମ ଲଢେଇ ପାଇଁ ଓଡ଼ିଶାକୁ ପ୍ରଚାର କରିବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଅର୍ଥାତ ମେ 29ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି କେନ୍ଦ୍ରାପଡା, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ବିଶାଳ ସମାବେଶ କରିବେ । ତେବେ ଏହି ଗସ୍ତକୁ ନଜରରେ ମୋଦିଙ୍କ ସ୍ବାସ୍ଥ୍ୟ ପ୍ରତି ସୁରକ୍ଷା ନେଇ କଟକ ଏସସିବି ମେଡିକାଲରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । 6 ଜଣ ନ୍ୟୁରୋ ସର୍ଜନ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କୁ ଏହି ଗସ୍ତ ପାଇଁ ପଠାଇଛି ଏସସିବି । ଏମାନେ ଆଜି ସନ୍ଧ୍ୟା ସୁଦ୍ଧା ୩ ଜିଲ୍ଲା ହେଡ କ୍ବାର୍ଟରରେ ପହଞ୍ଚିବେ । ଏହାପରେ ସମସ୍ତ ପ୍ରସ୍ତୁତି ଶେଷ କରି ସଭା ସ୍ଥଳରେ ମୁତୟନ ରହିବେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ ... ୨୯ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡାରେ ପ୍ରସ୍ତୁତି ଜୋରଦାର - Narendra Modi Odisha Visit

ପ୍ରତ୍ୟେକ ଜିଲ୍ଲା ପାଇଁ 2ଟି ଲେଖାଏଁ ଡାକ୍ତର ରହିବେ । ଏହାପରେ ସେଠାରେ ଥିବା ଅନ୍ୟାନ୍ୟ ଡାକ୍ତରୀ ଟିମ ସହ ସହଭାଗିତାରେ କାର୍ଯ୍ୟ କରିବେ ଏହି ୬ଜଣିଆ ଡାକ୍ତରୀ ଟିମ । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ତାଙ୍କ ଟିମର ମଧ୍ୟ ସ୍ବାସ୍ଥ୍ୟ ଉପରେ ଫୋକସ ରଖିବ ଏସସିବି ଟିମ ବୋଲି କହିଛନ୍ତି ଏସସିବି ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର । ତେବେ ଖରା ପ୍ରବଳ ହେଉଥିବାରୁ ସ୍ବାସ୍ଥ୍ୟ କୌଣସି ମୁହୂର୍ତ୍ତରେ ବିଗିଡିପାରେ । ତେଣୁ ଏହି ବିପଦରୁ ମୁକ୍ତି ପାଇବା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ ମୁତୟନ କରିଛି ଏସସିବି । ଏହି ଡାକ୍ତରୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗସ୍ତ ସାରି ଫେରିବା ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ଏସସିବି ଅଧୀକ୍ଷକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...‘ଓଡିଶାରେ କବଜାରେ ପୁରା ଶାସନ ବ୍ୟବସ୍ଥା; ଜୁନ 4 ବିଜେଡିର ଏକ୍ସପାଏରୀ, 10ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ' - PM Modi Interview To ANI

ପୂର୍ବରୁ କଟକ ଓ ଭୁବନେଶ୍ବରରେ ରୋଡ଼ ସୋ ଓ ସମାବେଶ କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଚାଲିଥିବା ବିଜେଡି ସରକାରକୁ ରାଜ୍ୟରୁ ହଟାଇବା ପାଇଁ ଲୋକଙ୍କୁ କରିଥିଲେ ଆହ୍ୱାନ । ଏହାସହ ବିଜେପିକୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କହିଥିଲେ ମୋଦି । ଆସନ୍ତା ଜୁନ ୧ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ସମେତ ବଳକା ଥିବା ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.