ETV Bharat / state

Ravenshaw Name Controversy: 'ରେଭେନ୍ସା' ନାଁ ବଦଳିବା ଦରକାର କହିଲେ ଧର୍ମେନ୍ଦ୍ର, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Renaming Of Ravenshaw College

author img

By ETV Bharat Odisha Team

Published : Sep 1, 2024, 10:19 AM IST

Updated : Sep 1, 2024, 2:32 PM IST

Dharmendra Pradhan On Renaming Of Ravenshaw University: ପରିବର୍ତ୍ତନ ହେବ କି 'ରେଭେନ୍ସା' ନାଁ? ଏନେଇ ବାରମ୍ବାର ଗଣମାଧ୍ୟମରେ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ନାଁ ସହ ଭାବାବେଗ ଜଡିତ ଥିବା କହି କେନ୍ଦ୍ରମନ୍ତ୍ରୀଙ୍କୁ ପୁନଃବିଚାର କରିବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି। କାହିଁକି ନାଁ ପରିବର୍ତ୍ତନ ଚାହୁଁଛନ୍ତି ଧର୍ମେନ୍ଦ୍ର? ଜାଣନ୍ତୁ

Ravenshaw University Name Change
Ravenshaw University Name Change (ETV Bharat Odisha)

କଟକ: ପୁଣି ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ । ଯାହାକୁ ନେଇ ଦେଖାଦେଇଛି ବିବାଦ । ନାଁ ପରିବର୍ତ୍ତନକୁ କେତେକ ସମର୍ଥନ କରୁଥିବାବେଳେ ଆଉ କେତେକ ଲୋକେ ଏହାକୁ ବିରୋଧ କରୁଛନ୍ତି । ପୂର୍ବରୁ ରେଭେନ୍ସାର ନାଁ ପରିବର୍ତ୍ତନ କଥା ଉଠାଇଥିବା ଧର୍ମେନ୍ଦ୍ର ପୁଣି ଥରେ ସମାନ କଥା ଦୋହରାଇଛନ୍ତି । ଅନ୍ୟପଟେ ରେଭେନ୍ସାର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି ।

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ:

"ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ସାହେବଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ପଡିଥିଲା। ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଇଥିଲା। ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ। ଏହାକୁ ପରିବର୍ତ୍ତନ କରିବା ଦରକାର" ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ପ୍ରକାଶ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଛାତ୍ରଛାତ୍ରୀ:

ଅନ୍ୟପଟେ ରେଭେନ୍ସାରେ ପଢୁଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ ରେଭେନ୍ସାର ନାମ ଯେପରି ରହିଛି ସେପରି ରହିବା ଆବଶ୍ୟକ ବୋଲି କହିଛନ୍ତି । ଛାତ୍ରଛାତ୍ରୀଙ୍କ ମତରେ ନାମ ପରିବର୍ତ୍ତନ ନହେବା ଉଚିତ । ସେମାନେ କହିଛନ୍ତି, "ଏହା ହେଉଛି ଆମର ଇମୋସନ । ନଅଙ୍କ ଦୁର୍ଭିକ୍ଷ ସମୟରେ ଯାହା ହେଇଥିଲା ତାହା ତ ଅତୀତ। କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ରେଭେନ୍ସା ରହିଛି ବର୍ତ୍ତମାନ ନାମ ପରିବର୍ତ୍ତନ କରିବା କେବେବି ଗ୍ରହଣୀୟ ନୁହେଁ ।" ବିଶେଷକରି ହଷ୍ଟେଲରେ ଅନେକ ସମସ୍ୟା, ଜଳବନ୍ଦୀ ସମସ୍ୟା ରହୁଛି। ତାହା ଉପରେ ଦୃଷ୍ଟି ନଦେଇ ନାଁ ପରିବର୍ତ୍ତନ କରିଦେଲେ ବିକାଶ ହେଇଯିବ କି? ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ।

ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:

ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "ଏହି ପ୍ରସଙ୍ଗରେ ମତ ରଖିବା ଠିକ ନୁହେଁ। କିନ୍ତୁ ଏହା ବିତର୍କର ବିଷୟ ।"ଏହାସହ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଆଜି କଟକ ଗସ୍ତ କରି କଟକ ଚଣ୍ଡୀ ଗଡ଼ଚଣ୍ଡୀ ଗଡଗଡ଼ିଆ ମନ୍ଦିର ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୂର୍ବରୁ ରେଭେନ୍ସା ନାଁ ପରିବର୍ତ୍ତନ କଥା କହିଥିଲେ ଧର୍ମେନ୍ଦ୍ର:

କହିରଖୁଛୁ, କଟକରେ ନେତାଜୀ ସ୍ମାରକୀ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରେଭେନ୍ସା ନାଁ ବଦଳିବାର ଆବଶ୍ୟକତା ଥିବା କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ...୪ମାସ ହେଲା ରେଭେନ୍ସା ଡିସ୍ପେନସାରିରେ ନାହାନ୍ତି ଡାକ୍ତର; ଅଘଟଣ ଘଟିଲେ ଦାୟୀ କିଏ ? - Revenshaw University Dispensary

ରେଭେନ୍ସା କିଏ?

ଓଡ଼ିଶାର ତତ୍କାଳୀନ କମିଶନର ଥିବା ଥୋମାସ ଏଡୱାର୍ଡ ରେଭେନ୍ସାଙ୍କ ନାମରେ କଲେଜର ନାମକରଣ ହୋଇଥିଲା । ସେ ସମୟରେ ନଅଙ୍କ ଦୁର୍ଭିକ୍ଷ ବେଳେ ରାଜ୍ୟବାସୀ ମରଣ ମୁହଁରେ ପଡ଼ିଥିଲେ । ଖାଇବାକୁ ନପାଇ ପୋକମାଛି ଭଳି ଲୋକଙ୍କ ଜୀବନ ଯାଉଥିଲା । ସେହି ଦୁର୍ଦ୍ଦିନକୁ ମନେ ପକାଇ ବିଶ୍ବବିଦ୍ୟାଳୟନର ନୂଆ ନାଁ ଦେବାକୁ ଚାହୁଁଥିବା କଥା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, କଟକ

Last Updated : Sep 1, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.