ETV Bharat / state

ବିଧାନସଭା ଢାଞ୍ଚାରେ ହେବେ କଟକ ମହନଗର ନିଗମ ବୈଠକ, ଜାଣନ୍ତୁ କେମିତି ରହିବ ପ୍ରକ୍ରିୟା - Cuttack Municipal Corporation

author img

By ETV Bharat Odisha Team

Published : Jul 13, 2024, 8:33 PM IST

CUTTACK MUNICIPAL CORPORATION: ବିଧାନସଭା ଢାଞ୍ଚାରେ ହେବେ କଟକ ମହନଗର ନିଗମ ବୈଠକ । ଏମିତି ସଙ୍କେତ ଦେଲେ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

ବିଧାନସଭା ଢାଞ୍ଚାରେ ହେବେ କଟକ ମହନଗର ନିଗମ ବୈଠକ, ଜାଣନ୍ତୁ କେମିତି ରହିବ ପ୍ରକ୍ରିୟା
ବିଧାନସଭା ଢାଞ୍ଚାରେ ହେବେ କଟକ ମହନଗର ନିଗମ ବୈଠକ, ଜାଣନ୍ତୁ କେମିତି ରହିବ ପ୍ରକ୍ରିୟା (ETV Bharat Odisha)

କଟକ: ଏଣିକି ବିଧାନସଭା ଅଧିବେଶନ ଢାଞ୍ଚାରେ ହେବ କଟକ ମହାନଗର ନିଗମ (ସିଏମସି) କାଉନସିଲ ବୈଠକ । ଆସନ୍ତା ବୈଠକରୁ ଏହି ନୂତନ ଢାଞ୍ଚାରେ ବୈଠକ କରାଯିବା ନେଇ କର୍ପୋରେଟରମାନଙ୍କୁ ଅବଗତ କରିଛି ‘ସିଏମସି’ । କାଉନସିଲରମାନେ ପୂର୍ବରୁ ସେମାନଙ୍କ ସ୍ଥାନୀୟ ସମସ୍ୟା ସମ୍ପର୍କିତ ପ୍ରଶ୍ନ ପ୍ରସ୍ତୁତ କରି ନିଗମ କର୍ତ୍ତୃପକ୍ଷଙ୍କୁ ବୈଠକ ପୂର୍ବରୁ ହସ୍ତାନ୍ତର କରିବେ । ଫଳରେ ମିଟିଂ ବେଳେ ଯୁକ୍ତିତର୍କ ଓ ଉତ୍ତେଜନାକୁ ହ୍ରାସ କରାଯାଇ ପାରିବ । ତେବେ ଏହି ନୂତନ ଢାଞ୍ଚା ଲାଗୁ କରିବାରେ ରାଜ୍ୟର କଟକ ପ୍ରଥମ ମହାନଗର ନିଗମ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ମେୟର ସୁବାସ ସିଂ କହିବା ମୁତାବକ, ବିରୋଧୀ ଏବଂ ଶାସକଙ୍କ ମଧ୍ୟରେ ଗୃହରେ ପାଟିତୁଣ୍ଡ ହେବା କାରଣରୁ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ପାରୁନାହିଁ । ଏମିତିକି ହୋହଲ୍ଲା ହୋଇ ବୈଠକ ହୋଇପାରୁ ନାହିଁ । ତେବେ ଏହି ନୂଆ ନିୟମ ପାଳନ କରାଗଲେ ସହରର ସମସ୍ତ କାର୍ଯ୍ୟ ଉପରେ ଆଲୋଚନା କରାଯାଇପାରିବ । ପ୍ରତ୍ୟେକ ୱାର୍ଡର ଯେଉଁ ଯେଉଁ ସମସ୍ୟା ରହିଥିବ, ତାହା ବୈଠକ ପୂର୍ବରୁ ହିଁ ସମାଧାନ ହୋଇଯିବ । ଲିଖିତ ପ୍ରଶ୍ନକୁ ସମ୍ପୃକ୍ତ କାଉନସିଲରମାନେ ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ଏହାର ସମାଧାନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ:-ସାଧାରଣ ନିର୍ବାଚନ ପରେ ପୁଣି BJPକୁ ଶକ୍ତ ଝଟ୍‌କା: ମଉଳିଲା ପଦ୍ମ, ପୋଛି ନେଲା ଇଣ୍ଡିଆ ମେଣ୍ଟ - Byelection Results 2024

କେମିତି ହେବ ନୂଆ ନିୟମ:

ଏହି ନୂଆ ନିୟମ ଅନୁଯାୟୀ ‘ସିଏମସି’ର କାଉନସିଲ ବୈଠକର ୭ଦିନ ପୂର୍ବରୁ କର୍ପୋରେଟରମାନେ ସେମାନଙ୍କ ୱାର୍ଡର ସମସ୍ୟା ଅଥବା ଯାହା ଯାହା ପ୍ରଶ୍ନ ଥିବ, ତାହା ଲିଖିତ ଆକାରରେ ନିଗମକୁ ପ୍ରଦାନ କରିବେ । ଏହି ସମସ୍ୟାକୁ ‘ସିଏମସି’ କର୍ତ୍ତୃପକ୍ଷ ଅତି ଗୁରୁତ୍ବର ସହ ନେଇ ଏହାର ତ୍ୱରିତ ସମାଧାନ ଉପରେ ପଦକ୍ଷେପ ଗ୍ରହଣ କରିବେ । ଏପରିକି ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ ଉପରେ କାର୍ଯ୍ୟକ୍ରମ ମଧ୍ୟ କରିବେ । ଫଳରେ ବୈଠକରେ ଆଉ କୌଣସି ଅସୁବିଧା ହେବ ନାହିଁ । ଯାହାଦ୍ୱାରା ସିଏମସିର ଆଉ ଅଯଥା ସମୟ ଅପଚୟ ହେବ ନାହିଁ ବୋଲି ମେୟର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.