ETV Bharat / state

ଦୁର୍ନୀତି ହେଲା କାଳ ! ସିଏମସି ହାତରୁ ଖସିଲା ବାଲିଯାତ୍ରା ଟେଣ୍ଡର - BALI YATRA 2024

ବାଲିଯାତ୍ରା ପାଇଁ ସିଏମସି ୨ କୋଟି ଟଙ୍କାର ଟେଣ୍ଡର ଡାକିବା ଓ ପରେ ରଦ୍ଦ କରିବାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଚଳିତଥର ଇଣ୍ଟରନେଟ ସମସ୍ୟା ହେବା ନାହିଁ କହିଲେ ଜିଲ୍ଲାପାଳ ।

BALI YATRA 2024
BALI YATRA 2024 (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 4:58 PM IST

କଟକ: ବାଲିଯାତ୍ରା ପାଇଁ ନିଜ ଆଡୁ ଟେଣ୍ଡର ଡାକି ହରଡ଼ ଘଣାରେ ପଡିଛି କଟକ ମହାନଗର ପ୍ରଶାସନ । କାଉନସିଲର ବିନା ଅନୁମୋଦନରେ କିପରି ଟେଣ୍ଡର ହେଲା ବୋଲି ବିଭିନ୍ନ ମହାଲରୁ ପ୍ରଶ୍ନ ହୋଇଛି । ଯାହାଦ୍ୱାରା ଚାପଗ୍ରସ୍ତ ହୋଇ ଟେଣ୍ଡର ବାତିଲ କରିଛନ୍ତି ସିଏମସି କର୍ତ୍ତୃପକ୍ଷ । ସିଏମସି ୨ କୋଟି ଟଙ୍କାର ଟେଣ୍ଡର ଡାକିବା ଓ ପରେ ତାକୁ ରଦ୍ଦ କରିବାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ କଟକ ମେୟର ବାବୁ ସିଂ ସ୍ପଷ୍ଟୀକରଣ ରଖିଥିବା ବେଳେ ବାଲିଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ।

କାହିଁକି ବାତିଲ ହେଲା ୨ କୋଟିର ଟେଣ୍ଡର:

BALI YATRA 2024 (ETV Bharat Odisha)

ମେୟର ସୁବାଷ ସିଂ କହିଛନ୍ତି,"ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ବାଲିଯାତ୍ରା ସମନ୍ୱୟ କମିଟି ଜରିଆରେ ସମସ୍ତ ଖର୍ଚ୍ଚ ହେବ । ସିଏମସି, ସ୍ୱାସ୍ଥ୍ୟ ବିଭାଗ ଏବଂ ଯନ୍ତ୍ରୀ ବିଭାଗ ପକ୍ଷରୁ 15ଟି କାମ ପାଇଁ ଟେଣ୍ଡର ହୋଇଥିଲା । ସେଥିମଧ୍ୟରେ ଯାତ୍ରା ପଡିଆର 30 ଦିନ ସଫେଇ କାର୍ଯ୍ୟ ଏବଂ ୨୦୦ ଅସ୍ଥାୟୀ ଶୌଚାଳୟ ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା । ସେହିପରି ବାଲିଯାତ୍ରା ପଡିଆରେ କେମିକାଲ ସ୍ପ୍ରେ, ଧୂଳି ନିୟନ୍ତ୍ରଣ ଇତ୍ୟାଦି କାର୍ଯ୍ୟ ରହିଥିଲା । ସବୁକିଛି ମିଶାଇଲେ ପ୍ରାୟ ୨ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଚୂଡାନ୍ତ ହୋଇସାରିଥିଲା । ଏବେ କିନ୍ତୁ ତାହା ବାତିଲ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ, ସିଏମସି ଓ ସଂସ୍କୃତି ବିଭାଗକୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ଓ ସିଏମସି କମିଶନର ଆବାହକ ରହିଛନ୍ତି । ସମନ୍ୱୟ କମିଟି ଜରିଆରେ ସମସ୍ତ ଖର୍ଚ୍ଚ ହେବ ।"

ଟେଣ୍ଡରକୁ ନେଇ ପ୍ରଶ୍ନ ଉଠାଇଲେ କର୍ପୋରେଟର:

ଗତ ବାଲିଯାତ୍ରା ଦୁର୍ନୀତିର ତଦନ୍ତ ରିପୋର୍ଟ ଆସିନଥିବା ବେଳେ ସିଏମସି କିପରି ନୂତନ ଟେଣ୍ଡର ଡାକିଲା ତାକୁ ନେଇ ବିରୋଧୀ କର୍ପୋରେଟର ପ୍ରଶ୍ନ କରିଛନ୍ତି । ସେପଟେ ମେୟର ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେଡି କର୍ପୋରେଟର । କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି,"ସିଏମସି କାଉନସିଲର ବିନା ଅନୁମୋଦନରେ ବାଲିଯାତ୍ରା ଟେଣ୍ଡର ଡାକିବା ସିଏମସିର ଭୁଲ୍ । ଏଥର ମଧ୍ୟ ବାଲିଯାତ୍ରା ପାଇଁ ସିଏମସି ଖର୍ଚ୍ଚ କରିଥାନ୍ତା ପ୍ରାୟ ଦୁଇରୁ ଅଢେଇ କୋଟି ଟଙ୍କା । ସେଥିପାଇଁ ପ୍ରାୟ 1 କୋଟି 62 ଲକ୍ଷ ଟଙ୍କାର କାମ ପାଇଁ ଟେଣ୍ଡର ଡକା ସାରିଥିଲା । ହେଲେ ବିନା କାଉନସିଲ ଅନୁମୋଦନ କିମ୍ବା ଷ୍ଟାଣ୍ଡିଙ୍ଗ କମିଟିର ବିନା ମଞ୍ଜୁରୀରେ କିପରି ଟେଣ୍ଡର ଡକାଗଲା ଏବଂ ବାତିଲ କରାଗଲା ।"

ଏହା ମଧ୍ୟ ପଢନ୍ତୁ ...ବାଲିଯାତ୍ରାରେ ପୁରୁଣା ସିନେମା ଥିମ୍, ଓଡ଼ିଆ ଅସ୍ମିତାର ଝଲକ ଦେଖିବେ ଦର୍ଶକ

ଏହା ମଧ୍ୟ ପଡନ୍ତୁ ...ବାଲିଯାତ୍ରା ଦ୍ୱନ୍ଦ୍ୱ, ଉପର ପଡ଼ିଆରେ ବ୍ୟବସାୟ ହେବ କି ନାହିଁ ୪ରେ ନିଷ୍ପତ୍ତି

ଏହା ମଧ୍ୟ ପଢନ୍ତୁ ...ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ ! ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଏମିତି କହିଲେ ଜିଲ୍ଲାପାଳ:

ନଭେମ୍ବର 15ରୁ ଆରମ୍ଭ ହେବ ବାଲିଯାତ୍ରା । ଏନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସବୁ ଟେଣ୍ଡର ପକ୍ରିୟା ଶେଷ ହୋଇଛି । ଏହାସହ ଉଭୟ ଉପର ଓ ତଳ ପଡିଆରେ ଜମି ନିଲାମ 90% ପ୍ରତିଶତ ଶେଷ ହୋଇଛି । ବାକି 10% ବ୍ୟବସାୟୀ ସ୍ପଟ ନିଲାମୀରେ ଜମି ପାଇବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ।

ଇଣ୍ଟରନେଟର ସୁବ୍ୟବସ୍ଥା:

ସେ ଆହୁରି ମଧ୍ୟ କହିଛନ୍ତି," ଚଳିତବର୍ଷ ବାଲିଯାତ୍ରା ଉଦଘାଟନ ପାରମ୍ପରିକ ଢ଼ଙ୍ଗରେ ମହାନଦୀରେ ହେବ । ସିସୋର ବୋଟ କ୍ଳବରୁ ଅତିଥିମାନଙ୍କୁ ଗୋଟିଏ ନୁହଁ ବରଂ ପାଞ୍ଚଟି ନୌକାରେ ବାଲିଯାତ୍ରା ପଡିଆକୁ ଅଣାଯିବ । ଚଳିତବର୍ଷ ସାଉଥଇଷ୍ଟ ପାଭିଲିୟନକୁ ସ୍ଥାନ ଦେଇଛି ଜିଲ୍ଲା ପ୍ରଶାସନ । ପଡିଆରେ ଦୁଇ ଦିନ ମଧ୍ୟରେ ବିଦ୍ୟୁତ୍ ଯୋଗାଣ କରାଯିବ । ଇଣ୍ଟରନେଟର ସୁବ୍ୟବସ୍ଥା ପାଇଁ ଜିଓ ,ଏୟାରଟେଲ ଓ ବିଏସଏନଏଲର ଅସ୍ଥାୟୀ ଟାୱର ମଧ୍ୟ ପଡିଆରେ ଉପଲବ୍ଧ ହେବ । ଯାହାଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଲୋକେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.