ETV Bharat / state

ମହାନଦୀ-କାଠଯୋଡି ପାଲଟିଛି ସୁଇସାଇଡର ହଟସ୍ପଟ, 3 ଦିନରେ 3 ଜୀବନ ହାରିଲେଣି - suicide hotspot mahanadi bridge

author img

By ETV Bharat Odisha Team

Published : Aug 4, 2024, 10:47 PM IST

SUICIDE HOTSPOT MAHANADI BRIDGE: ମହାନଦୀକୁ ଡେଇଁ ଗଲାଣି ଏକାଧିକଙ୍କ ଜୀବନ । ଗୋଟିଏ ସପ୍ତାହରେ 3 ଜଣ ଜୀବନ ହାରିବା ପରେ ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କଲେଣି ଲୋକେ । ଅଧିକ ପଢନ୍ତୁ

SUICIDE HOTSPOT MAHANADI BRIDGE
SUICIDE HOTSPOT MAHANADI BRIDGE (ETV Bharat Odisha)

କଟକ: ସୁଇସାଇଡର ହଟସ୍ପଟ୍ ପାଲଟିଛି କି କଟକ । ପ୍ରତିଦିନ କେହି ନା କେହି କଟକର ମହାନଦୀ ବ୍ରିଜ ଉପରୁ ଡେଇଁ ଜୀବନ ହାରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପ୍ରାଶାସନ । ଜଣେ କି ଦୁଇ ଜଣ ନୁହେଁ ଗତ ୩-୪ ଦିନ ମଧ୍ୟରେ ପ୍ରାୟ ୩ରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ କାହିଁକି ଲୋକମାନେ ଏହି ମହାନଦୀ ବ୍ରିଜ ଉପରୁ ଡେଇଁ ପ୍ରାଣ ହରାଉଛନ୍ତି । ତାହାର କାରଣ ଜଣାପଡ଼ି ନାହିଁ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ନିସ୍କାଷିତ ହେଉଥିବାରୁ ଅକାତକାତ୍ ପାଣି ମହାନଦୀରେ ପ୍ରବାହିତ ହେଉଛି । ଯାହାର ସୁଯୋଗ ନେଇ ଜୀବନ ହାରୁଛନ୍ତି ଲୋକେ । ପୁଣି ଆଜି ଜଣେ ମହିଳା କଟକ ଯୋବ୍ରା ବ୍ୟାରେଜ ଉପରୁ ଡେଇଁ ନିଜ ଜୀବନ ହାରିଛନ୍ତି ।

ପୁଣି ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା:

ମହାନଦୀକୁ ଡେଇଁ ମହିଳା ମୃତ୍ୟୁ । କଟକ ଯୋବ୍ରା ବ୍ୟାରେଜ ଉପରରୁ ଡେଇଁଲେ ମହିଳା । ଅଳ୍ପ କିଛି ଦୂରରେ ଥିବା ମାଛ ଧରାଳିମାନେ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକ ଜଣକ ହେଲେ କାମିନୀ ସ୍ୱାଇଁ । ତାଙ୍କ ଘର ଅରିଲୋ ବୋଲି ସୂଚନା ମିଳିଛି । କାମିନୀ ନଦୀକୁ ଡେଇଁବା ପୂର୍ବରୁ ବ୍ରିଜ ଉପରେ ନିଜର ଆଧାର କାର୍ଡ ଏବଂ ଭ୍ୟାନିଟ ରଖିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣକ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି । ତେବେ ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି ।

ନଦୀକୁ ଡେଇଁ ଶିକ୍ଷୟତ୍ରୀ ନିଖୋଜ:

ଗତ ଜୁଲାଇ ୩୧ ତାରିଖ ଦିନ ଜଣେ ଶିକ୍ଷୟତ୍ରୀ ନଦୀକୁ ଡେଇଁ ନିଖୋଜ ହୋଇଥିଲେ । ସେ ନେତାଜୀ ସୁବାଷ ସେତୁ ଉପରେ ସ୍କୁଟିକୁ ଥୋଇ ଜୀବନ ହାରିଥିଲେ । ନିଖୋଜ ହୋଇଥିବା ମହିଳା ଜଣକଙ୍କ ନାଁ ହେଲା ମମତା ସାହୁ । ଘର କଟକ ଓଡିଆ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଥିଲା । ତେବେ ଘରେ କୌଣସି କଳିଝଗଡା ଓ ମନମାଳିନ୍ୟ ନଥିଲା ବେଳେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି । ସେ ବାରବାଟୀ ଷ୍ଟାଡିୟମ୍ ଠାରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ ...ତ୍ରିଶୁଳିଆ ବ୍ରିଜ ପାଲଟିଲା ମିସିଙ୍ଗ୍ ସ୍ପଟ, କାଲି ମହିଳା ଆଜି ଯୁବକ ନିଖୋଜ

ମହାନଦୀକୁ ଡେଇଁ ଜୀବନ ହାରିଥିଲେ ବ୍ୟବସାୟୀ:

ସେହିପରି ଅଗଷ୍ଟ ୨ ତାରିଖ ଦିନ ତ୍ରିଶୁଳିଆ ବ୍ରିଜ ଉପରୁ ଜଣେ ବ୍ୟବସାୟୀ ଡେଇଁ ଜୀବନ ହାରିଥିଲେ । ଭୁବନେଶ୍ୱରରେ ରହୁଥିବା ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ଗତ ବୁଧବାର ଦିନ ୨ଟା ବେଳେ ଘରୁ ବାହାରି ଆଉ ଫେରିନଥିଲେ । ତାଙ୍କ କାରଟି ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ରହିଥିବା ଦେଖିବାକୁ ମିଳିଥିଲା । ଅନଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଜୀବନ ହାରିଥିବା ନେଇ ସନ୍ଦେହ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.