ETV Bharat / state

ଗୋପାଳପୁର ବସ ଦୁର୍ଘଟଣା, ସମସ୍ତ ଆହତ ବିପଦ ମୁକ୍ତ

author img

By ETV Bharat Odisha Team

Published : Feb 15, 2024, 9:09 PM IST

Cuttack Bus Tragedy: ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡିଥିବା ଅତିରିକ୍ତ ଡ଼ିସିପିଙ୍କ ସୂଚନା । ଡ୍ରାଇଭର ଫେରାର ଥିବାବେଳେ କଣ୍ଡକ୍ଟରର ମୃତ୍ୟୁ ହୋଇଥିଲା । ଆହତ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଅଧିକ ପଢନ୍ତୁ

ଗୋପାଳପୁର ବସ ଦୁର୍ଘଟଣା , ସମସ୍ତ ଆହତ ବିପବ ମୁକ୍ତ

କଟକ: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଗତକାଲି କଟକ ଗୋପାଳପୁରରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା କିପରି ଘଟିଥିଲା ? ଏଥିପାଇଁ କିଏ ଦାୟୀ ? କାହା ପାଇଁ ଚାଲିଗଲା କଣ୍ଡକ୍ଟରଙ୍କ ଜୀବନ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଅତିରିକ୍ତ ଡ଼ିସିପି ଅନିଲ ମିଶ୍ର । ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଗାଡିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିବା ଅତିରିକ୍ତ ଡ଼ିସିପି ସୂଚନା ଦେଇଛନ୍ତି ।

ସେପଟେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ସାଇକେଲ ଆରୋହୀଙ୍କ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ଯଦିଓ ଆଲୋଚନା ହେଉଥିଲା,ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ପୋଲିସ ସୂଚନା ଦେଇଛି । ବେପାରୁଆ ଡ୍ରାଇଭିଂ କାରଣରୁ ଗାଡିଟି ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଡ୍ରାଇଭର ଫେରାର ହୋଇ ଥିବାବେଳେ ତାକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଏଭଳି ଡ୍ରାଇଭିଂକୁ ଚେକ ଦେବାକୁ ପୋଲିସ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଯାଞ୍ଚ କରିବ ଏବଂ ବେପାରୁଆ ଡ୍ରାଇଭରଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୋଲିସ ଚେତାବନୀ ଦେଇଛି ।

କ'ଣ ଥିଲା ପୁରା ଘଟଣା ....

କଟକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକ ନିକଟରେ ଚନ୍ଦନ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ 16ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇ ବସଟି ରାସ୍ତା କଡରେ ଥିବା ଡିଭାଇଡର ଉପରକୁ ଚଢି ଯାଇଥିଲା । ଏହା ପରେ ବସଟି ସାଇକେଲ ଚାଳକଙ୍କ ଉପରେ ଓଲଟି ପଡ଼ିଥିଲା । ମାତ୍ର ସୌଭାଗ୍ୟ ବଶତଃ ସାଇକେଲ ଆରୋହୀ ବର୍ତ୍ତି ଯାଇଛନ୍ତି । ମାତ୍ର ବସ କଣ୍ଡକ୍ଟର ଜଣଙ୍କର ମୃତୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ......ଗୋପାଳପୁରରେ ଓଲଟିଲା ବସ୍, ଜଣେ ମୃତ ୧୬ ଆହତ

ସେପଟେ ସମସ୍ତ ଆହତ ଏବେ ବିପଦ ମୁକ୍ତ ରହିଥିବା ସୂଚନା ମିଳିଛି । 14ଜଣ ଆହତ ବ୍ୟକ୍ତି ମଧ୍ୟରୁ ଜଣକର ମୃତ୍ୟୁ ହୋଇ ଥିବାବେଳେ ୧୩ଜଣ ଚିକିତ୍ସାଧୀନ ରହିଥିଲେ । ସେମାନଙ୍କ ମଧ୍ୟରୁ ଆଜି ୫ଜଣଙ୍କୁ ଏସସିବିରୁ ଡିସ୍‌ଚାର୍ଜ କରାଯାଇଛି । ଅନ୍ୟ ୬ଜଣ ଆହତଙ୍କ ବିଭିନ୍ନ ବିଭାଗରେ ଚାଲିଛି ଚିକିତ୍ସା । ସେଥିମଧ୍ୟରୁ ସର୍ଜରୀ ବିଭାଗରେ ୪ଜଣ, ନ୍ୟୁରୋସର୍ଜରୀ ବିଭାଗରେ ଜଣେ ଓ ଅର୍ଥପେଡିକ ବିଭାଗରେ ଜଣେ ରୋଗୀଙ୍କୁ ଚିକିତ୍ସା କରାଯାଉଛି ବୋଲି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଡ଼. ଅବିନାଶ ରାଉତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.