ETV Bharat / state

ସାମନ୍ୟ ବର୍ଷାରେ କଟକ ସହରରେ କାହିଁକି ଜଳମଗ୍ନ ପରିସ୍ଥିତି ? କାରଣ କହିଲେ ବିଧାୟିକା - Sofia Firdous REVIEW ON BOX DRAIN

author img

By ETV Bharat Odisha Team

Published : Jun 26, 2024, 7:43 PM IST

Sofia Firdous Review On Box Drain: ବର୍ଷା ଦିନେ କଟକରେ ଜଳବନ୍ଦୀ ସମସ୍ୟା । ଯାହାକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଏହି ସମୟରେ ସେ ଏହାର କାରଣ ଖୋଜି ପାଇବା ପରେ ନିରାକରଣ ଉପରେ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ,

ସାମନ୍ୟ ବର୍ଷାରେ କଟକ ସହରରେ କାହିଁକି ଜଳମଗ୍ନ ପରିସ୍ଥିତି? କାରଣ କହିଲେ ବିଧାୟିକା
ସାମନ୍ୟ ବର୍ଷାରେ କଟକ ସହରରେ କାହିଁକି ଜଳମଗ୍ନ ପରିସ୍ଥିତି? କାରଣ କହିଲେ ବିଧାୟିକା (ETV Bharat Odisha)

କଟକ: ସହରରେ ଜଳବନ୍ଦୀ ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ବିଶେଷକରି ବର୍ଷା ସମୟରେ କାହିଁକି ବକ୍ସ ଡ୍ରେନରେ ଜଳମଗ୍ନ ହେଉଛି ତାହାର କାରଣ ଖୋଜିଥିଲେ ବିଧ୍ୟାୟିକା ସୋଫିଆ । ସିଏମସିର ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଯାଞ୍ଚ କରିଥଲେ ସୋଫିଆ । ତେବେ ଏନେଇ ସ୍ଥିତିର ସମୀକ୍ଷା କରିବା ପରେ ବାସ୍ତବ କାରଣ ଖୋଜି ପାଇଛନ୍ତି ସୋଫିଆ । ବକ୍ସ ଡ୍ରେନ ଉପରେ ଜଳମଗ୍ନ ପରିସ୍ଥିତିର ସମୀକ୍ଷା କରି ତାହାର ନିରାକରଣ ଉପରେ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଧାୟିକା ସୋଫିଆଙ୍କ କହିବା ମୁତାବକ କଟକ ସହରର ବକ୍ସ ଡ୍ରେନ ଥିବା ଅଞ୍ଚଳ ରେ ସାମନ୍ୟ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି । ତେବେ କାହିଁକି ଜଳମଗ୍ନ ହେଉଛି ସେନେଇ ଆଜି ସିଏମସି ବିଭାଗୀୟ ଅଧିକାରୀ ଙ୍କୁ ନେଇ ସ୍ଥିତିର ସମୀକ୍ଷା କରିଥିଲେ । ବକ୍ସ ଡ୍ରେନ କାର୍ଯ୍ୟ ଚାଲି ରହୁଥିବାରୁ ତାହାର ମୁହଁ ସବୁ ବନ୍ଦ କରାଯାଇଛି।ଅନେକ ସ୍ଥାନରେ ଆବର୍ଜନାରେ ଜାମ ହୋଇଯାଇଛି । ଫଳରେ ଅଳ୍ପ ବର୍ଷା ହେଲେ ବର୍ଷା ଜଳ ଠିକ ରେ ନିଷ୍କାସନ ହୋଇପାରୁନାହିଁ । ସେହିପରି ଅନେକ ସ୍ଥାନ ତଳିଆ ହୋଇଥିବାରୁ ଉଚ୍ଚ ସ୍ଥାନକୁ ଜଳ ନିଷ୍କାସିତ ହୋଇପାରୁନାହିଁ । ଯେଉଁ କାରଣରୁ ସହରର ଅନେକ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହୁଛି ।

ତେବେ ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ବିଶେଷକରି ଡ୍ରେନ ମୁହଁରେ ଯେପରି ଅଳିଆ ଆବର୍ଜନା ଜମି ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଛି।କେବଳ ସେତିକି ନୁହେଁ ତଳିଆ ଅଞ୍ଚଳ ରେ ଯେପରି ବର୍ଷା ପାଣି ଜମି ନରୁହେ ସେଥିପାଇଁ ମଟର ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ମୌସୁମୀ ମୁକାବିଲା ପାଇଁ ସିଏମସିରେ ସାଂସଦଙ୍କ ବୈଠକ, ଜଳବନ୍ଦୀ ସମସ୍ୟା ଦୂର ନେଇ ତାଗିଦ

ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଲଘୁଚାପଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ବକ୍ସ ଡ୍ରେନ ଦେଇ କିପରି ଜଳ ନିଷ୍କାସନ ହେବ ଏବଂ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହେବ ସେ ନେଇ ୱାଟକୋ ଡ୍ରେନେଜ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି।ଡ୍ରେନରୁ ପଙ୍କୋଦ୍ଧାର ଓ ଆବର୍ଜନା ବାହାର କରି ଜଳ ନିଷ୍କାସନ କୁ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦେଶ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.