ETV Bharat / state

ମୌସୁମୀର ଲୁଚକାଳି: ଆଗେଇ ପାରୁନି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ - Deogarh Cultivation affected

author img

By ETV Bharat Odisha Team

Published : Jun 23, 2024, 10:17 AM IST

Deogarh Cultivation affected due to lack of rain: ଦେବଗଡରେ ଉଭାନ ମୌସୁମୀ ବର୍ଷା । ଯେଉଁଥିପାଇଁ ଜୁନ ଶେଷ ଆଡକୁ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ମୌସୁମୀର ଏଭଳି ଲୁଚକାଳି ଖେଳ ମଧ୍ୟରେ ଚାଷୀ ଚିନ୍ତାରେ ପଡିଯାଇଛି । ଅଧିକ ପଢନ୍ତୁ

Deogarh Cultivation affected
Deogarh Cultivation affected (ETV Bharat Odisha)

ଦେବଗଡ : ମୌସୁମୀର ଲୁଚକାଳିରେ ହତାଶ ଚାଷୀ । କୃଷିପ୍ରଧାନ ଦେବଗଡ଼ ଜିଲ୍ଲାରେ ଚଳିତବର୍ଷ ବର୍ଷାଭାବରୁ ଆଗେଇ ପାରୁନି ଚାଷକାର୍ଯ୍ୟ । ଜମି ପ୍ରସ୍ତୁତ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀକୁଳ । ସେପଟେ ସାରା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଥିବା ବେଳେ ବର୍ଷାର ସମ୍ଭାବନା ନଥିବା ଚାଷୀକୁଳଙ୍କୁ ଚିନ୍ତାରେ ପକାଇଛି ।

କୃଷିପ୍ରଧାନ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାର ପ୍ରାୟତଃ 80 ପ୍ରତିଶତ ଲୋକ ଚାଷକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ପ୍ରତିବର୍ଷ ଜୁନମାସ ଶେଷ ସୁଦ୍ଧା ସ୍ୱାଭାବିକ ବର୍ଷା ଆରମ୍ଭ ହୋଇଥିବା ବେଳେ, ଚଳିତ ବର୍ଷ କିନ୍ତୁ ଦେଖାଦେଇଛି ବ୍ୟତିକ୍ରମ । ଜୁନ ମାସ ଶେଷ ହେବାକୁ ବସିଥିବା ବେଳେ, ମୌସୁମୀ ବର୍ଷାର ଆଗମନ ନେଇ କୌଣସି ସୂଚନା ନାହିଁ । ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରଚଣ୍ଡ ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ଚାଷୀମାନେ ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥିବା ବେଳେ ଚଳିତ ମାସରେ କେବଳ କାଳବୈଶାଖୀ ଯୋଗୁଁ ଅସରାଏ ବର୍ଷା ହୋଇଥିଲା । ବର୍ତ୍ତମାନ ଦୀର୍ଘ ସମୟ ହେଲା ବର୍ଷା ଉଭେଇ ଯାଇଥିବା ଲକ୍ଷ୍ୟ କରାଯାଇଛି ।

ଜୁନ ମାସ ସରିବାକୁ ବସିଲାଣି । ଏତିକି ବେଳକୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହେବା କଥା । କିନ୍ତୁ ବର୍ଷାଭାବ ଯୋଗୁଁ ଚାଷୀମାନେ ଜମି ପ୍ରସ୍ତୁତ କରି ରଖିଥିବା ବେଳେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ । ଚଳିତ ମାସରେ ବର୍ଷା ଉଭାନ ହୋଇଯାଇଛି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମାତ୍ର ୮୬.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଶିଳ୍ପବିହୀନ ଦେବଗଡ଼ ଜିଲ୍ଲାରେ ଅଧିକାଂଶ ଲୋକ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଜିଲ୍ଲାରେ ୩୨ ହଜାର ୫୦୦ ହେକ୍ଟର ଜମିରେ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା କୃଷି ବିଭାଗ ସୁତ୍ରରୁ ପ୍ରକାଶ ।

ଏହାମଧ୍ୟ ପଢନ୍ତୁ..ଜଗତସିଂହପୁରରେ ହନ୍ତସନ୍ତ ଚାଷୀ, ଖରିଫ ଚାଷ ପାଇଁ ବିହନ ଅଭାବ - Shortage of Seed

ବିଗତ କିଛି ବର୍ଷରେ ଦେବଗଡ଼ ଜିଲ୍ଲାରେ ଜୁନ୍‌ ମାସରେ ହୋଇଥିବା ବର୍ଷା ରେକର୍ଡକୁ ଦେଖିଲେ ଗତ 2017ରେ 277.23 ମିମି, 2018ରେ 161. 30 ମିମି, 2019ରେ 176.71 ମିମି ରେକର୍ଡ କରାଯାଇଥିଲା । ସେହିପରି ଗତ 2020 ମସିହା ଜୁନ୍ ମାସରେ ସର୍ବାଧିକ ୩୫୨.୪୦ ମିମି ବର୍ଷା ରେକର୍ଡ କରାଯାଇଥିଲା । ଗତ 2021ରେ 195 .33 ମିମି, 2022ରେ 124.80 ଓ 2023ରେ 76.33 ମିମି ବର୍ଷା ରେକର୍ଡ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ୍‌ମାସରେ 202.7 ମିମି ବର୍ଷା ବଦଳରେ ବର୍ତ୍ତମାନ ସୁଦ୍ଧା 86.2 ମିମି ବର୍ଷା ରେକର୍ଡ କରାଯାଇଛି । ଏଭଳି ସ୍ଥିତିରେ ଜିଲ୍ଲାରେ କିପରି ଚାଷ କାର୍ଯ୍ୟ ଆଗେଇବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ । ଆଗାମୀ କିଛିଦିନ ମଧ୍ୟରେ ସ୍ୱାଭାବିକ ବର୍ଷା ନହେଲେ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.