ETV Bharat / state

ବୌଦ୍ଧରେ ଧଳା ସୁନାର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Mar 14, 2024, 12:19 PM IST

Cotton Mandi Problem In Boudh: ବୌଦ୍ଧ ଜିଲ୍ଲାରେ ଚିନ୍ତାରେ କପା ଚାଷୀ । କପା ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷୀ । ଅଧିକ ପଢନ୍ତୁ

Cotton Mandi Problem In Boudh
Cotton Mandi Problem In Boudh

Cotton Mandi Problem In Boudh

ବୌଦ୍ଧ: ଜିଲ୍ଲାରେ କପା ଚାଷ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର । କପା ଚାଷକୁ ନେଇ ଏଠାରେ ରହିଛି ବିରାଟ ସମ୍ଭାବନା । ଜଙ୍ଗଲ ଅଞ୍ଚଳର ଧଳା ହୀରା ଭାବରେ ପରିଚିତ ଏହି କପା ଚାଷ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ହଜାର ହଜାର ଏକର ପଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ଏହି କପା ଚାଷ ହେଉଛି । କିନ୍ତୁ କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏନେଇ କପା ଚାଷୀ ଦୂରଦୂରାନ୍ତରେ ଥିବା ବେପାରୀ, ଦଲାଲ ଓ କପା ମିଲରେ କମ୍ ଦରରେ କପା ବିକ୍ରି କରିଛନ୍ତି । ଫଳରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥିବା ବେଳେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।

ଶିଳ୍ପ ବିହୀନ ଜିଲ୍ଲାରେ ଏହି କପା ଚାଷର ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ସ୍ଥାନୀୟ କପା ଚାଷୀ ଶୋଷଣର ଶିକାର ହେଉଥିବା ତଥା ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଜଳବାୟୁରେ କପା ଚାଷ ଏକ ସଫଳ ବ୍ୟବସାୟ ହୋଇଥିବା ବେଳେ ଗତ କିଛି ବର୍ଷ ପୂର୍ବେ ପଡ଼ିଆ ପଡୁଥିବା ଜମିରେ ବର୍ତ୍ତମାନ ବେଶ ଭଲ କପା ଚାଷ ହେଉଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି କପାଚାଷ ପର୍ଯ୍ୟାପ୍ତ ପରିମାଣରେ ହେଉଛି । ହେଲେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଜୀବନ ଜୀବିକାର ମାଧ୍ୟମ ପାଲଟିଥିବା ଏହି କପା ଚାଷରେ ସ୍ଥାନୀୟ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲାରେ ପର୍ଯ୍ୟାପ୍ତ କପା ଚାଷ ସତ୍ତ୍ବେ ଏଠାରେ ଗୋଟିଏ ମଧ୍ୟ କପା ମଣ୍ଡି ସ୍ଥାପନ ହୋଇନାହିଁ । ଫଳରେ ବୌଦ୍ଧ ଜିଲ୍ଲାର କପା ଚାଷୀ ଚଳିତ ବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ - ଗଜପତିରେ ଧଳାସୁନାର ଅଭାବୀ ବିକ୍ରି, ଲାଭବାନ ଆନ୍ଧ୍ର

ଜିଲ୍ଲାର ତିନୋଟି ବ୍ଲକରେ ଚଳିତ ବର୍ଷ ୫୨୯୩ ଜଣ ପଞ୍ଜୀକୃତ ଚାଷୀ ୬୭୬୩ ହେକ୍ଟର ଜମିରେ କପା ଚାଷ କରିଥିଲେ । ଏହାଛଡା ଚଳିତ ବର୍ଷ ଆରଏମସି ତଥା ଅନ୍ୟ ସଂସ୍ଥା ଜରିଆରେ ସମୁଦାୟ ୧୫୬୩୦ କ୍ବିଣ୍ଟାଲ କପା କ୍ରୟ କରାଯାଇଥିଲା । ହେଲେ ଜିଲ୍ଲାରେ ଏହି କପା ବିକ୍ରି ପାଇଁ କୌଣସି ସୁବିଧା ନଥିବାରୁ କପାଚାଷୀ ବଲାଙ୍ଗୀରରେ ଥିବା କପା ମିଲରେ ଦେବାକୁ ବାଧ୍ୟ ହୋଇଥିଲେ । ତେବେ ସରକାରୀ ଭାବରେ ଏହି କପାର କିସମ ହିସାବରେ ଦର ୬୧୨୦ ଟଙ୍କା ଠାରୁ ନେଇ ୮୨୨୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଚାଷୀ ଧାର୍ଯ୍ୟ ଦର ଠାରୁ କମ ଦରରେ କପା ବିକ୍ରି କରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଘଟଣାକୁ ପରୋକ୍ଷରେ ସ୍ବୀକାର କରିବା ସହିତ ଜିଲ୍ଲାରେ କପା ମଣ୍ଡି କିମ୍ବା କପା ମିଲ ନଥିବାରୁ ଏଭଳି ସମସ୍ୟା ଘଟିଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.