ETV Bharat / state

MNREGAରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ! କାଦୁଅ ପଚପଚ ରାସ୍ତା ଭରସାରେ ଅଞ୍ଚଳବାସୀ - Nuapada LOW QUALITY WORK

author img

By ETV Bharat Odisha Team

Published : Jul 28, 2024, 6:41 PM IST

Nuapada Low Quality Work: ରାସ୍ତା ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଥିଲା ଲକ୍ଷ ଲକ୍ଷ ଟଙ୍କା । ହେଲେ ଏବେ କାଦୁଅ ପଚପଚ ରାସ୍ତାରେ ବିପଦ ଶଙ୍କୁଳ ଅବସ୍ଥାରେ ଯାତ୍ରା କରିବାକୁ ପଡୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Low Quality Work
Low Quality Work (ETV Bharat Odisha)

ନୂଆପଡ଼ା: ଗାଁକୁ ନାହିଁ ପକ୍କା ରାସ୍ତା । ଆଜିବି କାଦୁଅ ପଚପଚ ରାସ୍ତାରେ ଯିବାକୁ ପଡୁଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଦରଗାଁ ନିକଟସ୍ଥ କୋଦୋମୁଣ୍ଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉନ୍ନତିକରଣ ପାଇଁ ସରକାରଙ୍କ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାକାମ ହୋଇନାହିଁ । ଫଳରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆଣ୍ଠୁଏ କାଦୁଅରେ ଯାତାୟତ କରି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।

Low Quality Work (ETV Bharat Odisha)

ମରଣଯନ୍ତା ପାଲଟିଛି ରାସ୍ତା:

ଝରିଆବାହେଲିପଡାଠାରୁ କୋଦୋମୁଣ୍ଡା ଗାଁକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଆଣ୍ଠୁଏ କାଦୁଅ ପାଣିରେ ବିଦ୍ୟାଳୟ ଛାତ୍ରଛାତ୍ରୀ, କୋମଳ ମତି ଅଙ୍ଗନୱାଡି ଶିଶୁ, ଗର୍ଭବତୀ ମହିଳାଙ୍କ ସମେତ ଗାଁର ମହିଳା ପୁରୁଷ ସମସ୍ତେ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏନେଇ ୱାର୍ଡ ମେମ୍ବର ମହେଶ୍ୱର ଦଳ କହିଛନ୍ତି, "କୋଦୋମୁଣ୍ଡା ଗାଁ ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ 7ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ରାତି ଅଧିଆ ମାଟି ମୋରମ ପକାଇ କାମ ସାରିଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଛି ।" ଏହି ରାସ୍ତାର ମାନ ନିର୍ଣ୍ଣୟ କରିବା ସହିତ ସରକାରଙ୍କ କେତେ ଟଙ୍କା ଆତ୍ମସାତ ହୋଇଛି ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ୱାର୍ଡ ମେମ୍ବର ।

ଏହା ବି ପଢନ୍ତୁ...ଲଗାଣ ବର୍ଷାରେ ବେହାଲ ଏନଏଚ-୫୫, ଢେଙ୍କାନାଳକୁ ଯୋଗାଯୋଗ ଠପ୍‌ - Heavy Rainfall In Dhenkanal

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ:

ଖଳିଆପଡାଠାରୁ ଇନ୍ଦ୍ରାଣୀପଡା ରାସ୍ତା ଉନ୍ନତି କରଣ ପାଇଁ 8 ଲକ୍ଷ ଟଙ୍କା ମଞ୍ଜୁର ହୋଇ ଫାଇଲ ଖୋଲାଯାଇ ରାତିଅଧିଆ କାମ ସାରିଦେଇଥିବା ଗାଁର ୱାର୍ଡ ମେମ୍ବର ମହେଶ୍ୱର ଦଳ ଅଭିଯୋଗ କରିଛନ୍ତି । ୱାର୍ଡ ମେମ୍ବରଙ୍କ ଅଜାଣତରେ ଗ୍ରାମପଞ୍ଚାୟତ PEO, GRS, ସରପଞ୍ଚ ମିଶି ରାସ୍ତାକାମରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି ।

ସମସ୍ୟାର ସମ୍ମୁଖୀନ ଗ୍ରାମବାସୀ:

ରାସ୍ତା ଉପରେ ମାଟି ମୋରମ ପକାଇ ନିମ୍ନ ମାନର କାମକରି ଟଙ୍କା ହଡପ କରାଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ କାଦୁଅରେ ଯାତାୟତ କରିବା ଦ୍ବାରା ଦୁର୍ଘଟଣାର ଶିକାର ହେଉଛନ୍ତି ଅଞ୍ଚଳବାସୀ । ଏହି ରାସ୍ତାକାମରେ କେତେ ଅର୍ଥ ବ୍ୟୟ ହୋଇଛି ତାହାର ଉଚ୍ଚସ୍ତରୀୟ ଦତନ୍ତ କରି ପୁନଃ ରାସ୍ତାକାମ କରିବା ପାଇଁ ଲୋକେ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ବୋଡେନ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.