ETV Bharat / state

ମିଲେଟ୍ ମିଶନରେ ଜାଲିଆତି, ୩୫୦ କୁଇଣ୍ଟାଲ କର୍ଣ୍ଣାଟକ ମାଣ୍ଡିଆ ଜବତ ! - Millet Mission Corruption - MILLET MISSION CORRUPTION

Millet Mission Corruption: ମିଲଟ ମିଶନରେ ଜାଲିଆତି ଅଭିଯୋଗ । ନବରଙ୍ଗପୁରରୁ ୩୫୦ କୁଇଣ୍ଟାଲର କର୍ଣ୍ଣାଟକ ମାଣ୍ଡିଆ ଜବତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Millet Mission Corruption
Millet Mission Corruption
author img

By ETV Bharat Odisha Team

Published : Apr 21, 2024, 4:37 PM IST

Millet Mission Corruption

ନବରଙ୍ଗପୁର: ମିଲଟ ମିଶନରେ ଜାଲିଆତି ଅଭିଯୋଗ । ନବରଙ୍ଗପୁର ଚାଷୀଙ୍କ ନାଁରେ କର୍ଣ୍ଣାଟକ ମାଣ୍ଡିଆ । ସୂଚନା ଅନୁସାରେ, ଏକ ମାଣ୍ଡିଆ ମଣ୍ଡିରେ ୩୫୦ କୁଇଣ୍ଟାଲର ମାଣ୍ଡିଆ ଥିବା ଦେଖିବାକୁ ମିଳିଥିଲା । ସମ୍ପୃକ୍ତ ଟ୍ରକ ଜବତ ପରେ ଏହି ମାଣ୍ଡିଆ କର୍ଣ୍ଣାଟକରୁ ଆସିଥିବା ଭଳି ତଥ୍ୟ ସାମନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ମିଲେଟ ମିଶନର ସ୍ବଚ୍ଛତା ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି । କୃଷି ବିଭାଗଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୨୦୨୩-୨୪ ଖରିଫ ବର୍ଷରେ ୮ ହଜାର ୧୧ ହେକ୍ଟର ଜମିରେ ୧୫ ହଜାର ୩୨୦ ଜଣ ଚାଷୀ ମାଣ୍ଡିଆ ଚାଷ କରିଥିଲେ । ଜିଲ୍ଲାରେ ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରିବା ପାଇଁ ଏଫପିଓଙ୍କୁ ଦାୟିତ୍ବ ଦିଆଯାଇଛି । ସମ୍ପୃକ୍ତ ଏଫପିଓ ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ ସଂଗ୍ରହ କରି ଟିଡିସିସିକୁ ମାଣ୍ଡିଆ ବିକ୍ରି କରିବା ପାଇଁ ନିୟମ ରହିଛି । ହେଲେ ମଣ୍ଡିରେ ଜାଲିଆତି ଜାଣିଥିବା ନେଇ ମିଳିଛି ପ୍ରମାଣ ।

ମିଳିଥିବା ସୂଚନା ଅନୁଯାୟୀ, ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ପାଇଁ ଗୋଟିଏ ଏଫପିଓ (Farmer Producer Organizations) ଗୋବିନ୍ଦାଳୟକୁ ଆରଏମସିର ଗୋଦାମକୁ ଦିଆଯାଇଛି । ଉକ୍ତ ଗୋଦାମ ନିକଟରେ ଏକ ଟ୍ରକ ମାଣ୍ଡିଆ ଭରି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସନ୍ଦେହ ହେବାରୁ ସେହି ଗାଡିର ଡ୍ରାଇଭର ଏମ.ନାଗରାଜ ଓ ହେଲପର ମହମ୍ମଦ ଅଲ୍ଲିଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ । ଡ୍ରାଇଭର ଜଣକ କର୍ଣ୍ଣାଟକର ଗୌରୀବିଡନୁରରୁ ଏହି ମାଣ୍ଡିଆ ଆସିଥିବା କହିଥିଲେ ।

ଏହା ବି ପଢନ୍ତୁ...ମିଲେଟ ମିଶନ ସମ୍ମିଳନୀକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ଏହା ବି ପଢନ୍ତୁ...ମେସିନ କିଣାରେ ଜାଲିଆତି ଅଭିଯୋଗ ଆଣିଲେ ମହିଳା ଗୋଷ୍ଠୀ

ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ ହେବାର ନିୟମ ଥିବାବେଳେ ଏହି ମାଣ୍ଡିଆ କର୍ଣ୍ଣାଟକରୁ କିପରି ଏଠାକାର ଗୋଦାମକୁ ଆସିଲା ସେନେଇ ସନ୍ଦେହ ଉପୁଜିଥିଲା । ତେବେ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ସ୍ଥାନୀୟଲୋକେ । ସେହି ଗାଡିକୁ ଅଟକ ରଖିବା ସହ ମାଣ୍ଡିଆକୁ ଜବତ କରାଯାଇଛି ବୋଲି ଆରଏମସି ସମ୍ପାଦକ କପିଳେନ୍ଦ୍ର ସାସମଲ କହିଛନ୍ତି। କେବଳ ନବରଙ୍ଗପୁର ବ୍ଲକର ଚାଷୀଙ୍କଠାରୁ ହିଁ କିଣିବାର ନିୟମ ରହିଛି । ହେଲେ ଏହି ନିୟମର ଉଲ୍ଲଘଂନ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଆଉ ବାହାର ରାଜ୍ୟରୁ ମାଣ୍ଡିଆ ଆସୁଥିବା ନେଇ ପ୍ରମାଣ ମିଳିବା ପରେ ଏହା କିପରି ଓ କାହିଁକି ଆସିଲା ସେନେଇ ଅଧିକ ଖୋଳତାଡ ଜାରି ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.