ETV Bharat / state

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ସାଂସଦ ଓ ବିଧାୟକ, ମନୋହର ଓ ମୁନାଙ୍କୁ ତୀବ୍ର ବିରୋଧ - CONTROVERSIAL STATEMENT

'ମଣ୍ଡେଇ' ମଞ୍ଚରେ ସାଂସଦ ଓ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ । ବିଭିନ୍ନ ମହଲରୁ ତୀବ୍ର ବିରୋଧ ।

Controversial Statement
Controversial Statement (ETV Bharat Odisha)
author img

By ETV Bharat Odisha Team

Published : Dec 12, 2024, 10:55 PM IST

ନବରଙ୍ଗପୁର/ନିଆଳି: ସରିଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ 'ମଣ୍ଡେଇ' । କିନ୍ତୁ କାର୍ଯ୍ୟକ୍ରମ ପରେ ଆରମ୍ଭ ହେଲା ରାଜନୀତି। ମଣ୍ଡେଇ ମଞ୍ଚରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାସହ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସ୍କୁଲର ପ୍ରାର୍ଥନା ସଙ୍ଗୀତ ଥିବା 'ଆହେ ଦୟାମୟ ବିଶ୍ୱ ବିହାରୀ'ର ପଂକ୍ତି 'ମୋର ଧନ ଜନ ଲୋଡ଼ା ନାହିଁ ହେ' କୁ ବିକୃତ କରି ଆକ୍ଷେପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଉଭୟଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ବିଜେପି ଓ ବିଜେପି ମହିଳା ମୋର୍ଚ୍ଚା । ଏନେଇ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଧାୟକ ଓ ରାଜ୍ୟସଭା ସାଂସଦଙ୍କୁ ଟାର୍ଗେଟ କରିଛି ଦଳ ।

Controversial Statement (ETV Bharat Odisha)

ବିବାଦରେ ଡାବୁଗାଁ ବିଧାୟକ:

ମଣ୍ଡେଇ ମଞ୍ଚରେ ଲକ୍ଷ ଲକ୍ଷ ଦର୍ଶକ ସମ୍ମୁଖରେ ଆଙ୍କର ଭାବେ ଯୋଗ ଦେଇଥିବା ଦୁଇ ମହିଳା ଆଙ୍କରଙ୍କ ସୁନ୍ଦରତା ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ଜିଲ୍ଲା ମହିଳା ମୋର୍ଚ୍ଚା । ଅଭିଯୋଗ ଅନୁସାରେ, ମଣ୍ଡେଇର ପ୍ରଥମ ଓ ତୃତୀୟ ଦିବସର 'ଆଙ୍କର' ଥିବା ଦୁଇ ଭିନ୍ନ ଭିନ୍ନ ମହିଳା ଆଙ୍କରଙ୍କ ଗାଲ ସହ ସେମାନେ ବହୁତ ସୁନ୍ଦର ସହ ମୃଗନୟନୀ ଭଳି ଅଶାଳୀନ ମନ୍ତବ୍ୟ ଦେବା ସହିତ ନିଜ ସ୍ତ୍ରୀଙ୍କୁ ଅସୁନ୍ଦର କହି ତୁଳନା କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ମହିଳା ମୋର୍ଚ୍ଚା । ସେହିଭଳି ସମସ୍ତ ମହିଳା 'ମୋ ଗାର୍ଲ ଫ୍ରେଣ୍ଡ' ବୋଲି କହିଥିଲେ ଡାବୁଗାଁ ବିଧାୟକ । ଏହା ତାଙ୍କ ମାନସିକ ବିକୃତର ପରିଚୟ ବୋଲି କହିଛି ଜିଲ୍ଲା ମହିଳା ମୋର୍ଚ୍ଚା । ବିଧାୟକ ସାର୍ବଜନୀନ ଭାବେ ମହିଳାମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ" ବୋଲି କହିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଶର୍ମିଷ୍ଠା ଦେ ।

ବିବାଦରେ ସାଂସଦ ମୁନା ଖାନ:
ଏହାସହ ମଣ୍ଡେଇ ମଞ୍ଚର ଅନ୍ୟତମ ଅତିଥି ଥିବା ରାଜ୍ୟସଭା ସାଂସଦ ମୁନ୍ନା ଖାନ କହିଥିଲେ," ସ୍କୁଲର ପ୍ରାର୍ଥନା ସଙ୍ଗୀତ ଆହେ ଦୟାମୟ ବିଶ୍ୱ ବିହାରୀରେ 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ଥିଲା । ହେଲା ଧନ ତ ଆବଶ୍ୟକ । ଯାହା ପାଖରେ ଧନ ନାହିଁ ସେମାନେ ଆଜି ଦୁଃଖ ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି l" ସେହିଭଳି ପୂର୍ବତନ ଓଡ଼ିଆ ଫିଲ୍ମ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ସ୍ତ୍ରୀ ପୂର୍ବରୁ ଏଭଳି 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ପ୍ରତ୍ୟେକ ଦିନ ଗୀତ ଗାଉଥିବାରୁ ଆଜି ଶ୍ରୀରାମ ପଣ୍ଡା ବାବାଜୀ ହୋଇଥିବା କହିଥିଲେ ମୁନ୍ନା ଖାଁ। ଯାହାକୁ ନେଇ ଝଡ଼ ଉଠିଛି । ଯାହାକି ହିନ୍ଦୁ ଧର୍ମ ପ୍ରତି କୁଠାରାଘାତ ହୋଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ l ଖାଲି ସେତିକି ନୁହେଁ, ସ୍ତ୍ରୀ ଉପରେ ରାଗି ବୋଧହୁଏ ଏମିତି ଲେଖିଥିଲେ ବୋଲି କହିଛନ୍ତି ମୁନା ଖାନ । ଏଥିପାଇଁ ମୁନା ଖାନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ଦଳ । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି l

ଏହା ବି ପଢନ୍ତୁ...ବିଜେପି ହୁଇସିଲ ମାରିଲେ ବିଜେଡି ଗୁଣ୍ଡ, ନବୀନ ବି ପଳାଇ ଆସିବେ: ଜୟ ନାରାୟଣ

ଏହା ବି ପଢନ୍ତୁ...ବିଦ୍ୟାଳୟରେ ଶିଶୁର ବୌଦ୍ଧିକ ଶକ୍ତିର ବିକାଶ ଘଟେ: ମୁନା ଖାଁ

ରାମକୃଷ୍ଣ ନନ୍ଦଙ୍କ ପରିବାର ପକ୍ଷରୁ ଅଭିଯୋଗ:

ମୁନା ଖାନଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ଏହି କାଳଜୟୀ ପ୍ରାର୍ଥନାର ଚଚନା କରିଥିବା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ଏହି ପ୍ରାର୍ଥନା ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲା ଓଲଟପୁର ଥାନାରେ ଲିଖିତ ଅଭିଯୋଗ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରାଯିବାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ । ସେ କହିଛନ୍ତି, "କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରିନାହାନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହନ୍ତି"। ତାଙ୍କ ଗିରଫ ସହ ସାଂସଦ ପଦ ରଦ୍ଦ କରାଯିବାକୁ ଦାବି ହୋଇଛି । କଟକ ଜିଲ୍ଲା ଓଲଟପୁର ବାଇରୋଇ ସ୍ଥିତ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ସଭା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ ଓ ପରିଷଦ କର୍ମକର୍ତ୍ତାମାନେ ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର/ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.