ETV Bharat / state

ଓଡ଼ିଶାକୁ ଦାଦନ ରାଜ୍ୟରେ ପରିଣତ କରିଛି ବିଜେଡି ସରକାର: କଂଗ୍ରେସ ମୁଖପାତ୍ର

author img

By ETV Bharat Odisha Team

Published : Feb 17, 2024, 1:50 PM IST

Congress Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରସ ମୁଖପାତ୍ର ନିଶିକାନ୍ତ ମିଶ୍ର । କହିଲେ 'ଗୋପବନ୍ଧୁ ଓ ମଧୁବାବୁଙ୍କ ଓଡ଼ିଶାକୁ ଦାଦନ ଓଡ଼ିଶାରେ ପରିଣତ କରିଛି ବିଜେଡି' । ଅଧିକ ପଢନ୍ତୁ

Etv Bharat
Etv Bharat
ଓଡ଼ିଶାକୁ ଦାଦନ ରାଜ୍ୟରେ ପରିଣତ କରିଛି ବିଜେଡି ସରକାର: କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର: 'ଗୋପବନ୍ଧୁ ଓ ମଧୁବାବୁଙ୍କ ଓଡ଼ିଶାକୁ ଦାଦନ ଓଡ଼ିଶାରେ ପରିଣତ କରିଛି ବିଜେଡି ' । ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ସେ କହିଛନ୍ତି,'ଏବେ ରାଜ୍ୟରେ ୩୦ ଲକ୍ଷ ପ୍ରବାସୀ ଶ୍ରମିକ, ୬ ବର୍ଷରେ ଓଡ଼ିଶାରେ ୬୦ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲା ବେଲପାହାଡ଼ ବ୍ଲକ, ସୁଲେଇକଳା ଗ୍ରାମର ପ୍ରବାସୀ ଶ୍ରମିକ କାହ୍ନୁ ମଲ୍ଲିକଙ୍କ ମୃତ୍ୟୁ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଘଟଣା । ଦାଦନ ପ୍ରବଣ ରାଜ୍ୟଭାବେ ଓଡ଼ିଶା ତମାମ ଦେଶରେ କୁଖ୍ୟାତି ଅର୍ଜନ କରିଛି । ଉତ୍କଳମଣି ଗୋପବନ୍ଧୁ ଏବଂ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶାକୁ ଦାଦନ ଓଡ଼ିଶାରେ ପରିଣତ କରିଛି ଏ ରାଜ୍ୟ ସରକାର।'

୨୪ ବର୍ଷର ବିଜେଡି ସରକାର ସମୟରେ ଦାଦନର କରୁଣ ଚିତ୍ର ରାଜ୍ୟର ବିକାଶ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କଂଗ୍ରେସ ମୁଖପାତ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, 'ମେକ୍ ଇନ୍ ଓଡ଼ିଶା, ଇନ୍‌ଭେଷ୍ଟର ମିଟ୍‌, ଓଡ଼ିଶା କନ୍‌କ୍ଲେଭ ଦ୍ୱାହି ଦେଇ ନୂଆ ନିଯୁକ୍ତି ସୃଷ୍ଟି ସୁଯୋଗ ଆଳରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେଦାଦନ ସମସ୍ୟାର ସମାଧାନ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଦାଦନ ପ୍ରବଣ ଜିଲ୍ଲା ଭାବେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ପ୍ରତି ୨ ଓ ୪ ଦିନରେ ଦାଦନ ଖଟୁଥିବା କେହି ନା କେହି ପ୍ରାଣ ହରାଉଛନ୍ତି ।'

ଏହାମଧ୍ୟ ପଢନ୍ତୁ..ଦୁର୍ନୀତି ଅଭିଯୋଗ ନେଇ ପ୍ରଫୁଲ୍ଲ ସାମଲ ଓ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି 'ସେହିପରି ନବରଙ୍ଗପୁର ତେନ୍ତୁଲିଖୁଂଟି ବ୍ଲକ ପୁଜାରୀପୁଟ ବ୍ଲକ ପଂଚାୟତରେ ଦାନୀଗୁଡ଼ା ଗ୍ରାମର ୮୦ ଘର ମଧ୍ୟରୁ ୩୦ ଗରେ ଏବେ ତାଲା ଝୁଲୁଛି । ବଲାଙ୍ଗିର ବେଲପଡ଼ା ବ୍ଲକର ୧ ଲକ୍ଷ ୧୬ ହଜାର ପରିବାର ବସବାସ କରୁଥିବାବେଳେ ପ୍ରତିବର୍ଷ ଏହି ବ୍ଲକର ୩୦ ହଜାର ଅର୍ଥାତ ୧ ଚତୁଥାଂଶ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶା ଶ୍ରମିକ କ’ଣ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି? କିଛି ଅଣଓଡ଼ିଆ ଅଧିକାରୀ ମନରେଗାକୁ ଜେସିପ୍ ମେସିନ୍ ଦ୍ୱାରା କାମ କରାଇ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ବାହାରକୁ ଯାଇ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି ।'

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଆହୁରି କହିଛନ୍ତି 'ରାଜ୍ୟରେ କୋଭିଡ଼-୧୯ ମହାମାରୀ ସମୟରେ ରାଜ୍ୟ ସରକାର ରାଜ୍ୟ ବାହାରେ ୬ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ଅଛନ୍ତି ବୋଲି କହିଥିଲେ । କିନ୍ତୁ ନିଜ ରାଜ୍ୟକୁ ଫେରିବା ପାଇଁ ପାଖାପାଖି ୧୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନାମ ପଞ୍ଜିକରଣ କରିଥିଲେ । ଏଥିରୁ ସ୍ପଷ୍ଟ ସୂଚନା ମିଳେ ପ୍ରବାସୀ ଶ୍ରମିକଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । '

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.