ETV Bharat / state

ଗଜପତିରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ, ପୂର୍ବ ସ୍ଥିତିକୁ ଫେରିବ କି ଦଳ ? - congress guarantee card

author img

By ETV Bharat Odisha Team

Published : Mar 24, 2024, 6:59 AM IST

CONGRESS GUARANTEE CARD: କଂଗ୍ରେସ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ କରିଛି ୯ଟି ଗ୍ୟାରେଣ୍ଟି । ତେବେ ଦଳ ସରକାରକୁ ଆସିଲେ ୧୦୦ଦିନ ଭିତରେ ପୂରଣ ହେବା ନେଇ ଗ୍ୟାରେଣ୍ଟି ଦେଇଛି । ଅଧିକ ପଢନ୍ତୁ

ଗଜପତିରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ, ପୂର୍ବ ସ୍ଥିତିକୁ ଫେରିବ କି ଦଳ ?

ଗଜପତି: ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଗତକାଲି ସାରା ରାଜ୍ୟରେ କଂଗ୍ରେସ ତରଫରୁ ୯ଟି ଗ୍ୟାରେଣ୍ଟି ଉନ୍ମୋଚନ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଦଳର ଗ୍ୟାରେଣ୍ଟି କାର୍ଡକୁ ଉନ୍ମୋଚନ କରାଯାଇଛି । ଏହି ଗ୍ୟାରେଣ୍ଟି କାର୍ଡରେ କୃଷକଙ୍କ ପାଇଁ କୃଷି ଋଣ ଛାଡ କରାଯିବା ସହ ମାସିକ ୨ହଜାର ଭତ୍ତା ଏବଂ ଧାନର କ୍ବିଣ୍ଟାଲ ପ୍ରତି ୩ହଜାର ଦର ଧାର୍ଯ୍ୟ କରାଯିବା ବୋଲି କୁହାଯାଇଛି ।

କଂଗ୍ରେସର ଗ୍ୟାରେଣ୍ଟି: ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଏବଂ କୃଷିଋଣ ଛାଡ଼ । କୃଷକଙ୍କ ପାଇଁ ମାସିକ ପେନ୍‌ସନ୍‌ ୨ହଜାର ଟଙ୍କା । ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ । 5ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା । ସମସ୍ତ ମହିଳା ସ୍ବାୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା । ଏହାସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମହିଳାଙ୍କୁ ମାସିକ ଭତ୍ତା ୨ହଜାର ଟଙ୍କା ପ୍ରଦାନ କରିବା । ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ସିଲିଣ୍ଡର ଦେବା । ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସେବା ପ୍ରଦାନ କରିବା ।

ସେହିପରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨ହଜାର ଟଙ୍କା । ରାଜ୍ୟରେ ଜାତିଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରିବା ଆଦି ଗ୍ୟାରେଣ୍ଟି ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ ......ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଏହା ମଧ୍ୟ ପଢନ୍ତୁ ....କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ'

ସେପଟେ କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ଏହି ୯ଟି ଯୋଜନାକୁ ପ୍ରାଥମିକତା ଭିତ୍ତିରେ ନିଆଯାଇ ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା କଂଗ୍ରେସ ସୂଚନା ଦେଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ,କଂଗ୍ରେସ ନେତା ବସନ୍ତ ପଣ୍ଡା, ଯୁବ ନେତା ସୂର୍ଯ୍ୟନାରାୟଣ ପାତ୍ର, ବରିଷ୍ଠ ନେତା ବିଭୂତିଭୂଷଣ ପାତ୍ର ଏବଂ ଅଭିମନ୍ୟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.