ETV Bharat / state

୨୦୨୪ କଂଗ୍ରେସର ବର୍ଷ: ବିଜୟ ପଟ୍ଟନାୟକ - congress guarantee card - CONGRESS GUARANTEE CARD

Congress guarantee card: ବ୍ରହ୍ମପୁରରେ ଉନ୍ମୋଚିତ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ।ଏହି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

୨୦୨୪ କଂଗ୍ରେସର ବର୍ଷ: ବିଜୟ
୨୦୨୪ କଂଗ୍ରେସର ବର୍ଷ: ବିଜୟ
author img

By ETV Bharat Odisha Team

Published : Mar 24, 2024, 8:39 AM IST

Updated : Mar 24, 2024, 10:13 AM IST

ବିଜୟ ପଟ୍ଟନାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଠାରେ ଉନ୍ମୋଚିତ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ । ଚଳିତ ଥର ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ କିପରି ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରିବ,ତାହାକୁ ଦଳ ଗ୍ୟାରେଣ୍ଟି କାର୍ଡ ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରାଯାଇଛି । କଂଗ୍ରେସର ସରକାରକୁ ଆସିଲେ ୧୦୦ ଦିନ ଭିତରେ ସମସ୍ତ ଗ୍ୟାରେଣ୍ଟିକୁ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛି କଂଗ୍ରେସ । ଏହି ଅବସରରେ କଂଗ୍ରେସ ବରିଷ୍ଠ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ,୨୦୨୪ ହେଉଛି କଂଗ୍ରେସର ବର୍ଷ ।

କଂଗ୍ରେସର ଗ୍ୟାରେଣ୍ଟି କାର୍ଡରେ ରହିଥିବା ପ୍ରସ୍ତାବ ମଧ୍ୟରେ: କୃଷକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଉପଲବ୍ଧି କରି କୃଷି ଶ୍ରମିକମାନଙ୍କ ପାଇଁ ଏକ ସହାୟତା ପ୍ୟାକେଜ ପ୍ରତିଶୃତି ଦେଇଛି । ଚାଷୀଙ୍କୁ ଦୁଇ ହଜାର ଟଙ୍କା ପେନସନ, କୃଷି ଋଣରେ ଛାଡ଼, ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ରହିଛି । ପ୍ରତେକ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ରିହାତି । ଏହି ଦ୍ବାରା ଘର ଉପରେ ପଡୁଥିବା ଆର୍ଥିକ ବୋଝକୁ ଦୂର କରିବା । ସେହିପରି ଯୁବ ବେକାରୀ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସଙ୍କଳ୍ପ ନେଇଛି । ଯୁବକ ଯୁବତୀଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କରିବା ପାଇଁ ଗ୍ୟାରେଣ୍ଟି ଦେଇଛି ।

ସେହିପରି ଦଳର ଗୃହ ଲକ୍ଷ୍ମୀରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଲୋନ ଛାଡ଼ ଏବଂ ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା, ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା । ଏହାସହ ମାତ୍ର ୫ ଶହ ଟଙ୍କାରେ ଗ୍ୟାସ ଯୋଗାଇ ଦେବାକୁ ପ୍ରତିଶୃତି ଦିଆଯାଇଛି । ସେହିପରି ଜନକଲ୍ୟାଣ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା କୁହାଯାଇଛି । ଏଥିରେ ସ୍ବାସ୍ଥ୍ୟ ସେବା ପାଇଁ ୨୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ବୀମା ଏବଂ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ପାଇଁ ମାସିକ ଭତ୍ତା ୨୦୦୦ ଟଙ୍କା, ଚିଟଫଣ୍ତ ଜମାକାରୀଙ୍କ ଟଙ୍କା ଛଅ ମାସରେ ଫେରାଇ ଦିଆଯିବ । ସେହିପରି ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣ । ଆଦିବାସୀ ଏବଂ ଦଳିତଙ୍କ ଜମି ଉପରେ ସେମାନଙ୍କ ସମ୍ପୂର୍ଣ୍ଣ ଅଧିକାର କେବଳ ୧୦୦ ଦିନର ସରକାର ମଧ୍ୟରେ କରାଯିବ ବୋଲି କହିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ ......କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ'

ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁରରେ ପୂର୍ବରୁ କଂଗ୍ରେସର ସ୍ଥିତି ଅନେକ ସୁଦୃଢ ରହିଥିବା ବେଳେ ଚଳିତ ନିର୍ବାଚନରେ ଦଳକୁ ଆହୁରି ସୁଦୃଢ କରିବା ପାଇଁ ଦଳର ବରିଷ୍ଠ ନେତୃବୃନ୍ଦ ମାନେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ପୁଣି ସଙ୍ଗଠିତ ହେବାକୁ ଆହ୍ବାନ କରିଥିଲେ । ଆଗାମୀ ନିର୍ବାଚନରେ ଦଳ ଭଲ କରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଏହି ଗ୍ୟାରେଣ୍ଟି କାର୍ଡ ଦ୍ବାରା ସାଧାରଣଙ୍କ ଜୀବନ ଧାରଣରେ କିଭଳି ଉନ୍ନତି ଆସିବ ଯୋଜନ ପ୍ରସ୍ତୁତ କରାଯାଇଛି । ଏହି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦିଆଯାଇଛି । ସେପଟେ ଆଗାମୀ ନିର୍ବାଚନରେ ଯେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ, ତାଙ୍କୁ ସମସ୍ତେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 24, 2024, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.