ETV Bharat / state

ଭଦ୍ରକବାସୀଙ୍କୁ କଂଗ୍ରେସର ଗ୍ୟାରେଣ୍ଟି, ବିଶ୍ବ ବିଦ୍ୟାଳୟ ସହ ମେଡିକାଲ କଲେଜ ପ୍ରତିଷ୍ଠା ହେବ - congress guarantee card

author img

By ETV Bharat Odisha Team

Published : Mar 25, 2024, 7:09 AM IST

Congress Guarantee Card: କଂଗ୍ରେସ କ୍ଷମତାକୁ ଆସିଲେ ଭଦ୍ରକ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସହ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଦେଲା ଗ୍ୟାରେଣ୍ଟି । ଅଧିକ ପଢନ୍ତୁ

ଭଦ୍ରକରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ

ଭଦ୍ରକ: ଜିଲ୍ଲରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଭଦ୍ରକରେ ବିଶ୍ବବିଦ୍ୟାଳୟ ସହ ମେଡିକାଲ କଲେଜ ପ୍ରତିଷ୍ଠା କରିବ ବୋଲି ନିର୍ବାଚନୀ ପ୍ରତିଶୃତି ଦେଇଛି । ଯାହା ବିଜେପି-ବିଜେଡ଼ି ସରକାର କରିପାରି ନାହାନ୍ତି, ତାହାକୁ ପୂରଣ କରିବା ପାଇଁ ଦଳ ଗ୍ୟାରେଣ୍ଟି ଦେଇଛି । ତେବେ ରାଜ୍ୟ ସରକାର ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଏବଂ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବରେ ବିଫଳ ହୋଇଛନ୍ତି । ଯାହାଫଳରେ ଜିଲ୍ଲବାସୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଥିବା କହିଛି କଂଗ୍ରେସ ।

ତେବେ 2024 ପାଇଁ କଂଗ୍ରେସ ନିର୍ବାଚନୀ ଗ୍ୟାରେଣ୍ଟି ଦେବା ସହ ବିଜେଡି-ବିଜେପି ସଲାସୁତୁରାରେ ଓଡ଼ିଶା ଲୁଣ୍ଠିତ ହେଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ସରକାର ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ଅନନ୍ତ ସେଠୀ । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କଂଗ୍ରେସ ପ୍ରଥମେ ମହିଳାଙ୍କୁ ଆୟୁଧ କରିଛି । ଯାହାକି ମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ବିଜେଡି ନୀତିକୁ ଆପଣେଇଛି । ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଗୃହଲକ୍ଷ୍ମୀ ଭତ୍ତା ବାବଦରେ ମାସିକ 2 ହଜାର ଟଙ୍କା ଏବଂ ଏସଏଚଜି ଗ୍ରୁପର ବ୍ୟାଙ୍କ ଋଣ ଛାଡ କରିବ ବୋଲି କୁହାଯାଇଛି ।

ସେହିପରି ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କଂଗ୍ରେସ କ୍ଷମତାକୁ ଆସିଲେ କୃଷକ ଭତ୍ତା 2 ହଜାର ଟଙ୍କା ଲାଗୁ କରିବା ସହିତ ଧାନର କ୍ରୟ ମୂଲ୍ୟ କ୍ବିଣ୍ଟାଲ ପିଛା 3 ହଜାର ଟଙ୍କା ଏବଂ କୃଷି ଋଣ ଛାଡ କରିବ ବୋଲି ଇସ୍ତାହାରରେ ପ୍ରକାଶ କରିଛି । ସେହିପରି ଓଡିଶାରେ ବେକାର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର କଂଗ୍ରେସ କ୍ଷମତାକୁ ଆସିଲେ ବେକାରୀ ଭତ୍ତା ବାବଦରେ 3 ହଜାର ଟଙ୍କା ଦେବା ସହ 5 ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ସଗ୍ୟାରେଣ୍ଟି ଦେଇଛି ।

ଏହାସହ ପ୍ରତ୍ୟେକ ବିଜୁଳି ଉପଭୋକ୍ତାଙ୍କ ପାଇଁ ମାସିକ 2 ଶହ ୟୁନିଟ ବିଦ୍ୟୁତ ଦେୟ ଛାଡ, ସମସ୍ତଙ୍କ ପାଇଁ 25 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବିମା, ବାର୍ଦ୍ଧକ୍ୟ, ବିଧବା ଭତ୍ତା 2 ହଜାର ଟଙ୍କାକୁ ବୃଦ୍ଧି, 6 ମାସ ମଧ୍ୟରେ ସମସ୍ତ ଜମାକାରୀଙ୍କର ଚିଟଫଣ୍ଡ ଟଙ୍କା ଫେରସ୍ତ, ଭଦ୍ରକ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା, ଭଦ୍ରକ ମେଡିକାଲକୁ ମେଡିକାଲ କଲେଜରେ ରୂପାନ୍ତିକରଣ କରିବ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ ପ୍ରତିଶୃତି ଦେଇଛି ।

ଏହା ମଧ୍ୟ ପଢନ୍ତୁ ....ଗଜପତିରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ, ପୂର୍ବ ସ୍ଥିତିକୁ ଫେରିବ କି ଦଳ ?

ଏହି ନିର୍ବାଚନୀ ଗ୍ୟାରେଣ୍ଟି ଭୋଟରଙ୍କୁ କେତେ ପ୍ରଭାବିତ କରିପାରିବ ତାହା ଦେଖିବାକୁ ବାକି ରହିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ତଥା ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶୁଭେନ୍ଦୁ ରାୟ ମହାପାତ୍ର, ଯୁବନେତା ଇଲିୟାସ ଅଲ୍ଲୀ ଖାନ, ବଳରାମ ରାଉତ ଏବଂ ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନୀ ଗ୍ୟାରେଣ୍ଟି ଦେଇଥିଲେ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.