ETV Bharat / state

ଜୋର ଧରିଲା ମହାନଗର ନିର୍ବାଚନ ଦାବି, ରାଉରକେଲାରେ ଗର୍ଜିଲା କଂଗ୍ରେସ - rourkela municipal election - ROURKELA MUNICIPAL ELECTION

MUNICIPAL ELECTION: ନୂଆ ବିଜେପି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ଯଥାଶୀଘ୍ର ସମ୍ଭବ ରାଉରକେଲା ମହାନଗର ନିଗମ ନିର୍ବାଚନ କରିବା ପାଇଁ କଂଗ୍ରେସର ଦାବି । ନଚେତ୍ ତୀବ୍ର ଆନ୍ଦୋଳନର ଦେଲା ଚେତାବନୀ । ଅଧିକ ପଢନ୍ତୁ

CONGRESS DEMAND ROURKELA  MUNICIPAL ELECTION
CONGRESS DEMAND ROURKELA MUNICIPAL ELECTION (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 9:30 PM IST

ରାଉରକେଲା: ମହାନଗର ନିର୍ବାଚନ ପାଇଁ ତେଜୁଛି ଦାବି । ଗର୍ଜିଲା ରାଉରକେଲା କଂଗ୍ରେସ, ନୂଆ ବିଜେପି ସରକାରକୁ ଟାର୍ଗେଟ କଲା ଦଳ । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ରାଉରକେଲା କଂଗ୍ରେସ କର୍ମକର୍ତ୍ତାମାନେ ମହାନଗର ନିଗମ ନିର୍ବାଚନ ପାଇଁ ଦାବି କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, "ରାଉରକେଲା ମହାନଗର ନିଗମ ନିର୍ବାଚନ ଯଥାଶୀଘ୍ର ସମ୍ଭବ କରାଯାଉ । ପୂର୍ବ ସରକାର ଭଳି ନୂଆ ସରକାର ଯଦି ନିର୍ବାଚନ ଲାଗି ଟାଳଟୁଳ ନୀତି ଅପଣାଏ, ତେବେ ତୀବ୍ର ବିରୋଧ କରାଯିବ ।"

CONGRESS DEMAND ROURKELA MUNICIPAL ELECTION (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବ ବିଜେଡି ସରକାର ରାଉରକେଲାର ବିକାଶ ଚାହୁଁନଥିଲା । ସହର ଓ ବସ୍ତିର ବିକାଶ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ହେବାର ଆବଶ୍ୟକ‌ତା ରହିଛି । କିନ୍ତୁ ବାରମ୍ବାର କୋର୍ଟର ଆଳ ଦେଖାଇ ବିଜେଡି ସରକାର ବର୍ଷ ବର୍ଷ ଗଡାଇ ଚାଲିଥିଲା । ଫଳରେ ଆରଏମ୍‌ସି (ରାଉରକେଲା ମହାନଗର ନିଗମ)ର କୌଣସି ଜନ ପ୍ରତିନିଧି ନଥିବାରୁ ଅଫିସରମାନେ ମନଇଚ୍ଛା କାମ କରୁଥିଲେ । ତେଣୁ ବସ୍ତି ବାସିନ୍ଦା ମୌଳିକ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି । ସରକାରଙ୍କ ଅନେକ ବିକାଶମୂଳକ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିଲା । ଏଥିପାଇଁ ବିଜେଡି ସରକାର ମୁଖ୍ୟତଃ ଦାୟୀ । ରାଜ୍ୟରେ ବର୍ତ୍ତମାନ ସରକାର ବଦଳିଛି । ବିଜେପି ସରକାର ଆସିଛି । ନୂଆ ସରକାର ଏସବୁ ଦିଗରେ ପ୍ରାଥମିକତା ଦେବ ଜରୁରୀ ।"

ଏହା ମଧ୍ୟ ପଢନ୍ତୁ .....ବାଚସ୍ପତି ପଦ ପାଇଁ ଟିଡିପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ଇଣ୍ଡିଆ ମେଣ୍ଟ ! - Sanjay Raut Comment on Speaker Post

ତେବେ କେବଳ ଆରଏମ୍‌ସି ନିର୍ବାଚନ ନୁହେଁ, ସହରର ଅଧୁରା ପଡ଼ିଥିବା ଅନେକ ପ୍ରକଳ୍ପ ଓ ଘୋଷଣା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଯେଉଁସବୁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଥିବା ସମସ୍ତ ଯୋଜନାକୁ 30 ଦିନ ମଧ୍ୟରେ ଲାଗୁ କରାଯାଉ ବୋଲି ମଧ୍ୟ ଦାବି କରିଛି କଂଗ୍ରେସ । ବିଜେପି ସରକାର ଦାୟିତ୍ଵ ନେବାପରେ ବିଭାଗୀୟ ଅଧିକାରୀ ଏଦିଗରେ ପୂର୍ବ ବିଜେଡି ସରକାର ପରି ଧ୍ୟାନ ନଦେଲେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି । ସହରବାସୀଙ୍କ ସ୍ବାର୍ଥ ପାଇଁ ଯାହା କରିବାକୁ ପଡ଼ିବ, କଂଗ୍ରେସ ତାହା ନିଶ୍ଚୟ କରିବ । ଦରକାର ପଡ଼ିଲେ ଆରଏମ୍‌ସି ନିର୍ବାଚନ ପାଇଁ କଂଗ୍ରେସ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବ ବୋଲି କହିଛନ୍ତି ଦଳର ଜିଲ୍ଲା ସଭାପତି । ନିର୍ବାଚନ ହେଲେ ସହରର ବହୁ ଅସୁବିଧା ଦୂର ହେବ । ରାଉରକେଲାବାସୀ ଏହାର ଲାଭ ପାଇବେ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.