ETV Bharat / state

ହରଡ଼ ଘଣାରେ ରାଜା ପୁଅ ! ଅର୍କେଶଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା କଂଗ୍ରେସ - congress meet ceo - CONGRESS MEET CEO

CONGRESS MEET CEO: ବଲାଙ୍ଗୀର ବିଜେଡ଼ି ନେତା ଅର୍କେଶ ସିଂଦେଓଙ୍କୁ ଗିରଫ ଦାବି । କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାରଙ୍କ ନକଲି ଦସ୍ତଖତ ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ କରି ହରଡ଼ ଘଣାରେ ରାଜା ପରିବାର । ଅଧିକ ପଢନ୍ତୁ

ଅର୍କେଶଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା କଂଗ୍ରେସ
ଅର୍କେଶଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା କଂଗ୍ରେସ (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 10:09 PM IST

ଅର୍କେଶଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା କଂଗ୍ରେସ (ETV Bharat Odisha)

ଭୁବନେଶ୍ବର: ବିଜେଡ଼ି ନେତା ଅର୍କେଶ ସିଂହଦେଓଙ୍କ ଗିରଫ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଲା ପ୍ରଦେଶ କଂଗ୍ରେସ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାରଙ୍କ ନକଲି ଦସ୍ତଖତ ସମ୍ବଳିତ ଚିଠିକୁ ପ୍ରସ୍ତୁତ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ଘଟଣାକୁ ନେଇ ହରଡ଼ ଘଣାରେ ବିଜେଡି ନେତା ଅର୍କେଶ ସିଂହଦେଓ । ଅର୍କେଶଙ୍କ ଗିରଫ ଦାବି କଲା କଂଗ୍ରେସ ।

ବିଜେଡ଼ି ନେତା ତଥା ବଲାଙ୍ଗୀର ବିଧାନସଭା ଆସନର ବିଜେଡ଼ି ପ୍ରାର୍ଥୀ କଳିକେଶ ସିଂଦେଓଙ୍କ ଭାଇ ଅର୍କେଶ ସିଂଦେଓଙ୍କ ଦ୍ଵାରା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଜାଲ ଦସ୍ତଖତ ସମ୍ବଳିତ ଚିଠିକୁ ନେଇ ହରଡ଼ ଘଣାରେ ପଡ଼ିଛି ବିଜୁ ଜନତା ଦଳ । ଓଡ଼ିଶା ପିସିସି ପ୍ରଭାରୀ ଡ.ଅଜୟ କୁମାରଙ୍କର ଲେଟରପ୍ୟାଡକୁ ନକଲ କରି ଏକ ମିଥ୍ୟା ଚିଠି ପ୍ରସ୍ତୁତ କରିବା ଏବଂ ସେଥ‌ିରେ ଡ.ଅଜୟ କୁମାରଙ୍କର ଜାଲ ଦସ୍ତଖତ କରି ଗତକାଲି ସନ୍ଧ୍ୟାରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏହି ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ ତରଫରୁ କଡ଼ା ନିନ୍ଦା କରାଯିବା ସହିତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଅର୍କେଶ ସିଂହଦେଓଙ୍କ ସୋସିଆଲ ମିଡିଆ ଆକଉଣ୍ଟରେ ପୋଷ୍ଟ କରା ଯାଇଥିବା ଉକ୍ତ ଚିଠିରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ମିଥ୍ୟା କପୋଳକଳ୍ପିତ ଅଭିଯୋଗ ଆଣିବା ଏବଂ ବ୍ୟକ୍ତିଗତ ସ୍ତରକୁ ଯାଇ ମିଥ୍ୟା ଖବର ପ୍ରଚାର କରାଯାଉଥିବା ଅଭିଯୋଗ କରି କଂଗ୍ରେସ । ଚଳିତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କରାଯାଉଥ‌ିବା ହୀନ ଉଦ୍ୟମକୁ ଦୃଢ଼ ନିନ୍ଦା କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ.....ଉଷ୍ଣ ହେଉଛି ବଲାଙ୍ଗୀର ରାଜନୀତି, ଚିଠିକୁ ନେଇ ଦୁଇ ପରିବାର ମୁହାଁମୁହିଁ - Balangir Politics

ଏନେଇ ଆଜି ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶିବାନନ୍ଦରାୟ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ.ବିଶ୍ଵରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ତରୁଣକାନ୍ତ ମିଶ୍ର, ସାରଦା ପ୍ରଧାନ, ବରିଷ୍ଠ ନେତା ମନୋରଞ୍ଜନ ଦାଶ, ପିସିସି ଗଣମାଧ୍ୟମ ବିଭାଗ ସମ୍ପାଦକ ପ୍ରଶାନ୍ତ ଶତପଥ, ମୁଖପାତ୍ର ନଳିନୀକାନ୍ତ ନାୟକ ଆଦି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଅଭିଯୋଗ ପ୍ରଦାନ କରିଥିଲେ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଥିବା ବିଜେଡ଼ି ନେତା ଅର୍କେଶ ସିଂହଦେଓଙ୍କ ଗିରଫ ଦାବି କରିଥିଲେ । ଏନେଇ ଭୁବନେଶ୍ଵର ସାଇବର ଥାନାରେ ମଧ୍ୟ ଏକ ଅଭିଯୋଗ ପତ୍ର ଦାଖଲ କରିଛି କଂଗ୍ରେସ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.