ETV Bharat / state

ଅଙ୍ଗନବାଡି ଦିଦିଙ୍କ ନିର୍ବାଚନ ପ୍ରଚାର, ସିଇଓଙ୍କୁ ଭେଟିଲା କଂଗ୍ରେସ - congress meet ceo - CONGRESS MEET CEO

CONGRESS LEADERS MEET CEO: ନିଆଳି ନିର୍ବାଚନ ମଣ୍ଡଳୀରେ ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀ ପାଖରେ ଫେରାଦ ହେଲା କଂଗ୍ରେସ । ଅଧିକ ପଢନ୍ତୁ

ଅଙ୍ଗନବାଡି ଦିଦିଙ୍କ ନିର୍ବାଚନ ପ୍ରଚାର , ସିଇଓଙ୍କୁ ଭେଟିଲା କଂଗ୍ରେସ

author img

By ETV Bharat Odisha Team

Published : Apr 25, 2024, 7:00 AM IST

Updated : Apr 25, 2024, 10:24 AM IST

ଅଙ୍ଗନବାଡି ଦିଦିଙ୍କ ନିର୍ବାଚନ ପ୍ରଚାର , ସିଇଓଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ବର: ବିଜେଡି ନିର୍ବାଚନରେ ସରକାରୀ କଳର ଦୁରୁପଯୋଗ କରୁଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି କଂଗ୍ରେସ । କଂଗ୍ରେସର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭଯୋଗ ପତ୍ର ଦେଇଛି । ନିଆଳି ନିର୍ବାଚନ ମଣ୍ଡଳୀରେ ବିଜେଡି ଖୁଲମଖୁଲା ନିର୍ବାଚନ କମିଶନଙ୍କ ଆଦେଶକୁ ଅବମାନନା କରିଛି ବୋଲି ଅଭିଯୋଗ ଆଣିଛି ଦଳ ।

ସରକାରୀ ସଭାରେ ଅଙ୍ଗନବାଡି କର୍ମୀ ଖୁଲମଖୁଲା ବିଜେଡି ପାଇଁ ଭୋଟ ଦେବାକୁ ଜନତାଙ୍କୁ କହୁଥିବା କହିଛି ଦଳ । ଗୀତଗାଇ ଅଭିନବ ଢଙ୍ଗରେ ଲୋକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଦଳୀୟ ପ୍ରଚାର ସଭାରେ କହୁଛନ୍ତି ଅଙ୍ଗନବାଡି କର୍ମୀ । ତେବେ ଅଙ୍ଗନବାଡି ଦିଦିଙ୍କ ନାମ ଲିପିକା ନାୟକ ହୋଇଥିବା ବେଳେ ସେ କଣ୍ଟାପଡ଼ା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକରନ୍ତି । ଏହାସହ ନିଆଳି ମିଶନଶକ୍ତି ମହିଳା ମହାସଙ୍ଘର ସାଧାରଣ ସମ୍ପାଦିକା ସତ୍ୟସ୍ମିତା ପାଣି ମଧ୍ୟ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ବ୍ଲକସ୍ତରୀୟ ମହିଳା ସମାବେଶରେ ଦଳକୁ ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କୁ କହୁଥିବା ଦେଖିବାକୁ ମିଳିଛି ।

ତେବେ ସରକାରୀ ବେତନ ଭୋଗୀ କର୍ମଚାରୀ ହୋଇ ଏମାନେ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାରୁ ତୁରନ୍ତ ବିଜେଡି ଦଳକୁ ନିର୍ବାଚନ ଅଧିକାରୀ ନୋଟିସ ଜାରି କରିବା ସହ ସରକାରୀ ଅଧିକାରୀଙ୍କ ବିରୋଧରେ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ ଦଳ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଦଳ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରା ଯାଇଥିଲା । ଯେଉଁଥିରେ ମୁଖପାତ୍ର ଅମୀୟ ପାଣ୍ଡବଙ୍କ ସହ ପିସିସି ସାଧାରଣ ସମ୍ପାଦକ ଶଶୀକାନ୍ତ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ....ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି ! ବିଜେଡି କହିଲା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ - BJD MEETS CEO

ସରକାରୀ ଅଧିକାରଙ୍କୁ ନିର୍ବାଚନ ପ୍ରଚାରରେ ଲଗାଉଥୁବା ଅଭଯୋଗରେ ନିଆଳି ନିର୍ବାଚନ ମଣ୍ଡଳୀରେ ବିଜେଡି ଖୁଲମଖୁଲା ନିର୍ବାଚନ କମିଶନଙ୍କ ଆଦେଶକୁ ଅବମାନନା କରୁଥିବା ଅମୀୟ ପାଣ୍ଡବ କହିଛନ୍ତି । ସରକାରୀ ସଭାରେ ଅଙ୍ଗନବାଡି ଦିଦି ସିଧାସଳଖ ବିଜେଡି ପାଇଁ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରୁଛନ୍ତି । ସେହିପରି ମିଶନଶକ୍ତି ସାଧାରଣ ସମ୍ପାଦିକା ମଧ୍ୟ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ତେଣୁ କଂଗ୍ରେସ ଗଣମାଧ୍ୟମ ଜରିଆରେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି, ଏ ଦିଗରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2024, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.