ETV Bharat / state

ଟିକେଟ୍‌ ଘୋଷଣା ପରେ ଉତ୍ସାହିତ ପ୍ରାର୍ଥୀ: କର୍ମୀଙ୍କ ସେଲିବ୍ରେସନ, ସରକାର ଗଢିବାକୁ ଦୃଢୋକ୍ତି - Congress Candidates reaction

Congress Candidates reaction: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଏହାପରେ ପ୍ରାର୍ଥୀ ତଥା କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

Congress Candidates reaction
Congress Candidates reaction
author img

By ETV Bharat Odisha Team

Published : Apr 3, 2024, 8:55 AM IST

Updated : Apr 3, 2024, 9:22 AM IST

ଟିକେଟ୍‌ ଘୋଷଣା ପରେ ଉତ୍ସାହିତ ପ୍ରାର୍ଥୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଦଳ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ 8 ପ୍ରାର୍ଥୀ ଓ ବିଧାନସଭା ପାଇଁ 47 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ନାଁ ଘୋଷଣା ପରେ ପ୍ରାର୍ଥୀମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

କଂଗ୍ରେସ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ଓ ଲୋକସଭା ପ୍ରାର୍ଥୀ ନାଁ ଘୋଷଣା କରିଛି । ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଛି । ନବରଙ୍ଗପୁର ବିଧାନସଭା ଆସନରେ ଦିଲିପ ପ୍ରଧାନୀ, ଡାବୁଗାଁ ବିଧାନସଭା ଆସନରେ ଲିପିକା ମାଝୀ, ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁ ବିଧାନସଭା ଆସନରୁ ହାରାବତୀ ଗଣ୍ଡ ଲଢିବାକୁ ଯାଉଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ପରେ କଂଗ୍ରେସ ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସରପଞ୍ଚକୁ ବିଧାୟକ ଟିକେଟ୍‌: ଫୁଲବାଣୀ ବିଧାନସଭା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ପ୍ରତିଭା କହଁରଙ୍କୁ । ପ୍ରତିଭା ବର୍ତ୍ତମାନ କଟ୍ରିଙ୍ଗିଆ ସରପଞ୍ଚ ଅଛନ୍ତି । ଦଳପକ୍ଷରୁ ଟିକେଟ ମିଳିବା ପରେ ପ୍ରତିଭା ଖୁସି ବ୍ୟକ୍ତ କରିବା ସହ ଦଳର ବରିଷ୍ଠ ନେତୃମଣ୍ଡଳୀକୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଶିକ୍ଷିତ ବେକାର ଯୁବକ ଯୁବତୀ, ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଡାକ୍ତରଖାନା, ସ୍କୁଲ ଆଦିରେ ଥିବା ସମସ୍ୟା ଉପରେ ଗୁରୁତ୍ଵ ଦେବା ନେଇ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. 8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress Candidates For Ls Poll

Congress Candidates reaction
Congress Candidates reaction

କଳାହାଣ୍ଡିରେ ଆଦିବାସୀ କାର୍ଡ ଖେଳିଲା କଂଗ୍ରେସ, ବିଧାୟକ ଭାବେ ଲଢିବେ ଭକ୍ତ: କଳାହାଣ୍ଡିରେ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ । ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଅଞ୍ଚଳର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଦ୍ରୋପଦୀ ମାଝୀଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ଆଦିବାସୀ ନେତ୍ରୀ ଦ୍ରୋପଦୀ ମାଝୀ ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୨ ମସିହାରେ ସମିତି ସଭ୍ୟା ଓ ପରେ ସରପଞ୍ଚ ହେବା ସହ ୨୦୧୨ ମସିହାରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ହାତରେ ଜିଲ୍ଲାର ଆଦିବାସୀଙ୍କ ଭୋଟ ବ୍ୟାଙ୍କ ରହିଥିବା ବେଳେ ଏଥର କଂଗ୍ରେସ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଦୀର୍ଘ ବର୍ଷ ପରେ ବିଧାୟକ ପ୍ରାର୍ଥୀ ଭାବରେ ଆଗାମୀ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ।

ଧର୍ମଗଡରେ ମହିଳା କାର୍ଡ: ସେପଟେ ଧର୍ମଗଡରେ ମହିଳା କାର୍ଡ ଖେଳିଛି କଂଗ୍ରେସ । ଧର୍ମଗଡ ବିଧାୟକ ପ୍ରାର୍ଥୀ ଭାବରେ ରଶ୍ମି ରେଖା ରାଉତଙ୍କ ନାଁ ଘୋଷଣା କରିଥିବା ବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ସେହିପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ବଳଭଦ୍ର ମାଝୀ ପୂର୍ବରୁ ବିଜେଡି ଓ ଜନତା ଦଳରୁ ୫ଥର ଲଗାତାର ଭାବରେ ବିଧାୟକ ହୋଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ହେଲେ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ନେଇ କିଛି ଦିନ ତଳେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ବରିଷ୍ଠ କଂଗ୍ରେସ ନେତା ତଥା କୋଶଳ ମୁକ୍ତି ମୋର୍ଚ୍ଚାର ସଭାପତି ସାଗର ଚରଣ ଦାସଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।

ପାଟଣାଗଡରୁ ଲଢିବେ ଅନିଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅନିଲ ମେହେର ଚିକେଟ ଦେଇଛି । ଟିକେଟ ମିଳିବା ପରେ କର୍ମୀ ଖୁସି ମନାଇଛନ୍ତି । ସେହିପରି ଲୋଇସିଂହା ଆସନ ପାଇଁ ଓମ ପ୍ରକାଶ କୁମ୍ଭାରଙ୍କ ନାଁ ଘୋଷଣା କରିଛି । ତେବେ ଟିକେଟ ମିଳିଥିବାରୁ କଂଗ୍ରେସ ମୁଖିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରାର୍ଥୀ ।

ପାରଳାଖେମୁଣ୍ଡିରୁ ଲଢିବେ ବିଜୟ, ମାଲକାନଗିରିରୁ ମାଲା ମାଢି: ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଜୟ ପଟ୍ଟନାୟକ ଓ ଦାଶରଥି ଗମାଙ୍ଗଙ୍କୁ ଟିକେଟ ପ୍ରଦାନ କରିଛି । ମୋହନା ନିର୍ବାଚନ ମଣ୍ଡଳୀରୁ ଦାଶରଥି ଗମାଙ୍ଗ ପୁଣି ଟିକେଟ ପାଇଛନ୍ତି । ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟ ପଟ୍ଟନାୟକ ବିଧାୟକ ଭାବେ ଲଢିବାକୁ ଯାଉଛନ୍ତି । ଦାଶରଥି ଗମାଙ୍ଗ ପୂର୍ବରୁ ମଧ୍ୟ ବିଧାୟକ ଭାବେ ଲଢି ବିଜୟ ହାସଲ କରିଛନ୍ତି । ଉଭୟ ନେତା ପ୍ରାର୍ଥୀ ହୋଇ ନିଜର ଖୁସି ଜାହିର କରିଛନ୍ତି । କଂଗ୍ରେସ ମାଲକାନଗିରି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ପକ୍ଷରୁ ମାଲା ମାଢି ମାଲକାନଗିରି ଓ ଚିତ୍ରକୋଣ୍ଡା ପାଇଁ ମଙ୍ଗୁ ଖିଲଙ୍କୁ ଟିକଟ ପ୍ରଦାନ କରାଯାଇଛି ।

ବ୍ରଜରାଜନଗରରେ ପୁଣି କିଶୋର ପଟେଲଙ୍କୁ ଭରସା କଲା ଦଳ: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲ । ଗତ ସାଧାରଣ ନିର୍ବାଚନରେ ବିଜେପିକୁ ପଛରେ ପକେଇ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭୮୩୧ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପରାଜିତ କରିଥିଲେ ଏବଂ ବ୍ରଜରାଜନଗରକୁ ନିଜ କବ୍ଜାରେ ପୁଣି ଥରେ ନେଇଥିଲେ ନବୀନ ସରକାର ।

ରାଉରକେଲାରେ ବିଧାନସଭା ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ଟିକେଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ରାଉରକେଲାରେ କଂଗ୍ରେସ ଦଳ ପକ୍ଷରୁ କିଛି ଉତ୍ସାହ କର୍ମୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2024, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.