ETV Bharat / state

ରାହୁଲଙ୍କୁ ବିରୋଧର ପ୍ରତିବାଦ; ଜଗତସିଂହପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ - ଜଗତସିଂହପୁର କଂଗ୍ରେସ

Congress burns effigy of Assam CM: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କୁଶ ପୁତ୍ତଳିକା ଦାହ କଲା ଜଗତସିଂହପୁର ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
author img

By ETV Bharat Odisha Team

Published : Jan 23, 2024, 9:25 AM IST

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଜଗତସିଂହପୁର: ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମନ୍ଦିରକୁ ଯିବାକୁ ବାରଣ କରାଯିବାକୁ ନେଇ ଓଡ଼ିଶାରେ ପ୍ରତିବାଦ । ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାର୍ଟି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋମବାର ସନ୍ଧ୍ୟାରେ ବିକ୍ଷୋଭ କରାଯିବା ସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରିଛି ଜିଲ୍ଲା କଂଗ୍ରେସ ।

ସୋମବାର ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଘଟିଥିବା ଘଟଣାର ପ୍ରତିବାଦ କରିଥିଲେ । ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ, ବର୍ତ୍ତମାନ କଂଗ୍ରେସର ନେତା ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଯିବା ସହିତ ସେଠାରେ ଭାରତ ଯୋଡ ନ୍ୟାୟ ଯାତ୍ରା ଚଳାଇଛନ୍ତି । ଯାହାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଗାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ହେମନ୍ତ ପୋଲିସ ଓ ପ୍ରଶାସନକୁ ଲଗାଇ ନ୍ୟାୟ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ସେଥିରେ ଭୟଭୀତ ନହୋଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡ ନ୍ୟାୟ ଯାତ୍ରା ଜାରି ରଖିଛନ୍ତି । ବିଜେପିର କିଛି କର୍ମୀ ରାହୁଲ ଗାନ୍ଧୀଙ୍କ ଗାଡି ସମ୍ମୁଖରେ ଯେଉଁଭଳି ଉତ୍ପାତ ମଚେଇଲେ ତାହା ଗଣତନ୍ତ୍ର ପ୍ରତି ଶୁଭ ସୂଚନା ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ...‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର: ରାହୁଲ

ସୋମବାର ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ବାହାରି ଆସାମର ନଙ୍ଗାବସ୍ଥିତ ଶଙ୍କରଦେବ ଶିବ ମନ୍ଦିରକୁ ଯିବା ସମୟରେ ଯେଉଁଭଳି ଭାବେ ତାଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ବାରଣ କରାଗଲା ତାହାକୁ ସମଗ୍ର ଭାରତ ବର୍ଷରେ କଂଗ୍ରେସ ବିରୋଧ କରିବ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଆସାମ ସରକାର ଚାହିଁଲେ ମଧ୍ୟ ରୋକିପାରିବେ ନାହିଁ ବୋଲି କଂଗ୍ରେସ କହିଛି ।

ଏହି ପ୍ରତିବାଦ ସଭାରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଟବର ବାରିକ, ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ବର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏବଂ ନଗର ସଭାପତି ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ । ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.