ETV Bharat / state

ସିମ ବକ୍ସ ଜବତ ଘଟଣାରେ ବିଦେଶୀ ଲିଙ୍କ: ସ୍ମାର୍ଟସିଟିରେ ନେଟୱାର୍କ ଚଳାଇଥିଲା ବାଂଲାଦେଶୀ, ଚୀନ-ପାକିସ୍ତାନକୁ ଯାଉଥିଲା କଲ - Bangladesh link In SIM Box Racket

author img

By ETV Bharat Odisha Team

Published : Aug 17, 2024, 8:12 PM IST

Bangladesh link In SIM box racket: ବାଂଲାଦେଶରେ ରହି ଓଡ଼ିଶାରେ ଲଗାଇଥିଲା ସିମ୍‌ ବକ୍ସ । ଏହା ଜରିଆରେ ଚୀନ, ପାକିସ୍ତାନ ଓ ମଧ୍ୟପ୍ରାଚ୍ୟ ଦେଶକୁ କଲ କରାଯାଉଥିଲା । ଯେମିତି ଟେର୍‌ ପାଇବନି ପୋଲିସ ବ୍ୟବସ୍ଥା କରିଥିଲା ବାଂଲା ଯୁବକ । ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ମିଳିଥିବା ସିମ ବକ୍ସରେ ବିଦେଶୀ ଲିଙ୍କ୍‌ ଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି କମିଶନରେଟ ପୋଲିସ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

SIM box racket
SIM box racket (ETV Bharat Odisha)

ଭୁବନେଶ୍ବର: ସିମ ବକ୍ସ ଜବତ ଘଟଣାରେ ଇଣ୍ଟରନ୍ୟାସନାଲ ଲିଙ୍କ । ପାକିସ୍ତାନ,ଆଫଗାନିସ୍ତାନ,ଚୀନ,ଇରାକ,ଇରାନ ଭଳି ଏକାଧିକ ଦେଶକୁ ଯାଉଥିଲା ସନ୍ଦିଗ୍ଧ କଲ । ଆଉ ଧରାନପଡିବା ପାଇଁ ସିମ ବକ୍ସ ଲଗାଇଥିଲା ସନ୍ଦିଗ୍ଧ । ଗୋଟିଏ ନୁହେଁ ଆଉ ଦୁଇଟି ସ୍ଥାନରେ ଲଗାଯାଇଛି ସିମ ବକ୍ସ । ଏସବୁ ପଛରେ ମାଷ୍ଟର ମାଇଣ୍ଡ ହେଉଛି ଜଣେ ବାଂଲାଦେଶୀ ଯୁବକ । ଯିଏ କି ବୁଝାସୁଝା ପାଇଁ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ନାମକ ଯୁବକକୁ ଦାୟିତ୍ବ ଦେଇଥିଲା । ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା କରିଛି କମିଶନରେଟ ପୋଲିସ ।

SIM box racket (ETV Bharat Odisha)

ସିମବକ୍ସ ପଛର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ଯୁବକ:

ପୋଲିସ କମିସନର କହିଛନ୍ତି, ‘ବିଦେଶରୁ ଯଥା ପାକିସ୍ତାନ, ଚୀନ ଓ ମିଡଲଇଷ୍ଟ ଦେଶକୁ ବିଶେଷ କରି ଏହି ସମ ବକ୍ସ ଜରିଆରେ କଲ କରାଯାଉଥିଲା । ସାଇବର ଫ୍ରଡ, ଦେଶ ବିରୋଧି ସ୍ଲୋଗାନ, ଆତଙ୍କୀ କାର୍ଯ୍ୟକଳାପ,ଦାଦାବଟି ଓ ହାଓଲା ଭଳି ଅପରାଧିକ କାର୍ଯ୍ୟ କରାଯାଇଥାଏ । ଏଥିରେ ନିଜର ପରିଚୟ ବା ମୋବାଇଲ ନମ୍ବର ଜଣାପଡେ ନାହିଁ ଯାହାକୁ ଟ୍ରାକ କରିବା ମଧ୍ୟ ମୁସ୍କିଲ । ଏହାର ମାଷ୍ଟରମାଇଣ୍ଡର ବାଂଲାଦେଶର ଆଶାଦର ଜମାତ ହୋଇଥିବା ବେଳେ ଓଡ଼ିଶାରେ ଅପରେଟ କରୁଥିଲା ପଶ୍ଚିମବଙ୍ଗର ରାଜୁ ମଣ୍ଡଳ । ଗତ ବର୍ଷ ୨୧ ଅକ୍ଟୋବରେ ଆଶାଦର ଜମାତ ଅଗରତାଲା ଦେଇ ଭାରତକୁ ଆସିଥିଲା । ହରିଦାସ ପୁର ପଶ୍ଚିମବଙ୍ଗ ଦେଇ ସେ ଡ଼ିସେମ୍ବର୨୪ରେ ବାଂଲାଦେଶ ଯାଇଥିଲା ।’

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

ଭୁବନେଶ୍ବର ଆସିଥିଲା ବାଂଲାଦେଶୀ ହାଣ୍ଡଲର

ପୋଲିସ କମିଶନର ଆହୁରି କହିଛନ୍ତି, ‘କେବଳ ଭାରତ ନୁହେଁ ଭୁବନେଶ୍ବର ଆସିଥିଲା ବାଂଲାଦେଶୀ ହାଣ୍ଡଲର ଓରଫ ମାଷ୍ଟର ମାଇଣ୍ଡ ଆଶାଦର ଜମାତ । ଷ୍ଟେସନ ପାଖ ଲିଙ୍ଗରାଜ ହୋଟେଲ ମଧ୍ୟ ସେ ରହିଥିଲା । ବୁଲାବୁଲି କରି ସହର ଦେଖିଥିଲା । କେଉଁଠି ସୁବିଧା ହେବ ସେନେଇ ସିମ ବକ୍ସ ମେସିନ ଲଗାଇଥିଲା । ଦୁଇ ଜଣ ଯାକ ମିଶିକି ଏଭଳି ସିମବକ୍ସ ସେଟପ କରିଥିଲେ । ଏଥିପାଇଁ ରାଜୁ ମଣ୍ଡଳକୁ ଅନ୍ୟ ଖର୍ଚ୍ଚ ସହ ଇଣ୍ଟନେଟ ଚାର୍ଜ ଓ ଘରଭଡ଼ା ଆଦି ସବୁ ମଧ୍ୟ ଦେଉଥିଲା । ଏନେଇ କେବଳ ରାଜୁ ମଣ୍ଡଳ ଏହି ସିମ ବକ୍ସର ଦେଖାଶୁଣା ଦାୟିତ୍ବରେ ରହିଥିଲା ଏନେଇ ଲକ୍ଷ୍ମୀସାଗର ଭଳି ନିଛାଟିଆ ସ୍ଥାନ ନେଇଥିଲେ । ଏପରିକି କେବଳ ଭୁବନେଶ୍ବରରେ ନୁହେଁ ଆଉ ଦୁଇଟି ସ୍ଥାନରେ ମଧ୍ୟ ସିମବକ୍ସ ମେସିନ ମଧ୍ୟ ଲଗାଇଛନ୍ତି । ରିମାଣ୍ଡରେ ଆଣିଲେ ଜଣାପଡିବ ଆଉ କେଉଁଠି ଲାଗିଛି ଏହି ସିମ ବକ୍ସ । ମାଷ୍ଟର ମାଇଣ୍ଡକୁ ଗିରଫ ପାଇଁ ପୋଲିସ ପ୍ରୟାସ କରିବ।’

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

ରାଜୁ ମଣ୍ଡଳ ଥିଲା ଏଠାକାର କାର୍ପଟଦାର:

ଓଡ଼ିଶାରେ ନେଟୱାର୍କ ଚଳାଇବା ପାଇଁ ରାଜୁକୁ ଦାୟିତ୍ବ ଦେଇଥିଲା ଆଶାଦର । ରାଜୁ ଯୁକ୍ତ ଦୁଇ ପାସ କରିଥିବା ବେଳେ ଅପରାଧ କାମରେ ନିଯୋଜିତ କରିଥିଲା ଆଶାଦର । ରାଜୁର ଘର ପଶ୍ଚିମମେଦିନପୁରରେ ବାଂଲାଦେଶ ବର୍ଡରରେ ଥିବାରୁ ରାଜୁକୁ ଚିହ୍ନା ପରିଚିତ ହୋଇ ଏହି ଦାୟିତ୍ବ ଦେଇଥିଲା ସେ । ଏନେଇ ସିମ ବକ୍ସ ଆଣିବା ଆଉ ତାକୁ ଭୁବନେଶ୍ବର ଲଗାଇ ତାର ଦେଖା ଚାହା ପାଇଁ ନିୟୋଜିତ କରାଯାଇଥିଲା । ଏବେ ରାଜୁକୁ ପୋଲିସ ଗିରଫ କରିଛି ହେଲେ ତାର ମାଷ୍ଟର ମାଇଣ୍ଡ ଯିଏକି ଏବେ ବାଂଲାଦେଶରେ ତାକୁ ଖୋଜିବ ପୋଲିସ ।

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

ମ୍ୟୁଜିକ ସିଷ୍ଟମ୍ ଆଳରେ ବର୍ଡର ପାର:

ତେବେ ଏସବୁ ସିମ ବକ୍ସ ବାଂଲାଦେଶରୁ ଏଠାକୁ ଅଣାଯାଇଥିଲା । ଏସବୁ ସିମ ବକ୍ସ ଦେଖିବାକୁ ବଡ ହୋଇଥବାରୁ ମ୍ୟୁଜିକ ସିଷ୍ଟମ କହି ଆରାମରେ ସୀମାପାର କରି ଅଣାଯାଇଥିଲା । ପ୍ରଥମେ ପଶ୍ଚିମବଙ୍ଗ ପରେ କିଛି ଆକ୍ଟିଭ ସିମକାର୍ଡ ଜରିଆରେ ଭୁବନେଶ୍ବରରେ ମେସିନ ସବୁ ଖଞ୍ଜା ଯାଇଥିଲା । 5ଟି ମେସିନ କାମ କରୁଥିବା ବେଳେ ଆଉ ଦୁଇଟି ମେସିନକୁ ରିଜର୍ଭରେ ରଖାଯାଇଥିଲା । ଏସବୁ ବକ୍ସକୁ କମିଶନରେଟ ପୋଲିସ ଜବତ କରିବା ସହ 1000ଟି ସିମକାର୍ଡ ମଧ୍ୟ ଜବତ ହୋଇଛି । ଏଥିସହ ଦୁଇଟି ରାଉଟର ଆଉ ଏକ ଡିଜିଟାଲ ପାଓ୍ବାର ସ୍ବିଚର ମଧ୍ୟ ଜବତ କରାଯାଇଛି ।

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

କେଉଁ ଉଦ୍ଦେଶ୍ୟରେ ଏସବୁ ବ୍ୟବହାର ହେଉଥିଲା ?

ପୋଲିସ କମିଶନର ଆହୁରି କହିଛନ୍ତି, ଏଭଳି ସିମ ବକ୍ସ ଓ ଏହାର ସେଟଅପ୍‌ ଜାତୀୟ ସୁରକ୍ଷା ପ୍ରତି ବିପଦ ରହିଛି । ତେବେ କେଉଁ ଉଦ୍ଦେଶ୍ୟରେ ଏମାନେ ଏସବୁ ବ୍ୟବହାର କରୁଥିଲେ ତାହା ଜଣାପଡିନାହିଁ । ଏହି ନେଟୱାର୍କକୁ ଧରିବାକୁ ଅଧିକ ତନାଘନା ପାଇଁ ଜାତୀୟ ତଦନ୍ତ ଏଜେନ୍ସିର ମଧ୍ୟ ସହାୟତା ନିଆଯାଇପାରେ । କାରଣ ଏଭଳି ସିମବକ୍ସ ଜରିଆରେ ବାହାରେ ଥାଇ ଅନଲାଇନରେ କଲ କରି ଏଠାରେ ମୋବାଇଲ ନେଟୱର୍କ ଜରିଆରେ କଥା ହେଉଥିଲା । ଅର୍ଥାତ୍ କିଏ କଥା ହେଉଛି କଣ କଥା ହେଉଛି ତାକୁ ଧରିବା ପାଇଁ ଟ୍ରାକ କଲେ ଓଡିଶାର‌‌ ଲୋକେସନ ଦେଖାଇବ । ଅର୍ଥାତ୍ ଏପରି କାହିଁକି ବେଆଇନ ବାଟ ବାଛିଥିଲେ । ଏମାନେ ଆତଙ୍କୀ କାର୍ଯ୍ୟର ଯୋଜନା ଥିଲା ନା ସାଇବର ଫ୍ରଡ ବା ଦେଶ ବିରୋଧି ବାର୍ତ୍ତା ବା ସ୍ଲୋଗାନ ବା ହିସାତ୍ମକ ବାର୍ତ୍ତା ପଠାଇବା ପାଇଁ ଏପରି ଏକ ବଡ଼ ଯୋଜନା କରୁଥିଲେ ସନ୍ଦିଗ୍ଧ ବ୍ୟକ୍ତି ଏନେଇ‌ ତଦନ୍ତ ଜାରି ରଖିଛି ପୋଲିସ ।

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

ଓଡ଼ିଶାରେ ଅସ୍ଥିରତା ପାଇଁ ହେଉଛି କି ଷଡଯନ୍ତ୍ର ?

ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ବି ଏବେବି ସେଠାରେ ଅସ୍ଥିରତା ଲାଗି ରହିଛି । ପୂର୍ଣ୍ଣମାତ୍ରାରେ ଆନ୍ଦୋଳନ ଉପରେ ଲଗାମ ଲଗାଇ ପାରିନାହାନ୍ତି ୟୁନୁସ ସରକାର । ଏପଟେ ଏସବୁ ଜରିଆରେ ଓଡ଼ିଶାରେ କିଛି ବଡଧରଣର ଯୋଜନା କରୁଥିଲା କି ବାଲାଂଦେଶୀ ? ତାହା ଏବେ ତଦନ୍ତ ଘେରରେ ରହିଛି । ଯେଉଁ ସବୁ ସିମ ଜବତ ହୋଇଛି ସେଥିରୁ କେଉଁଠିକି କଲ ଯାଉଥିଲା ଓ ମେସେଜ ପଠାଯାଉଥିଲା ତାହାର ଖୋଳତାଡ କରୁଛି ପୋଲିସ ।

ସିମ ବକ୍ସ ଜବତ ଘଟଣା
ସିମ ବକ୍ସ ଜବତ ଘଟଣା (ETV Bharat Odisha)

ଖବର ପାଉନି ପୋଲିସ !

ହୋଟେଲରେ କେହି ରହିଲେ ଜଣାପଡିବ ତଥ୍ୟ । ଏନେଇ ସରାଇ ଆପ କରି ପୋଲିସ ଏଭଳି ସନ୍ଦିଗ୍ଧ ଉପରେ ନଜର ରଖୁଛି । ଅଥଚ ଜଣେ ବାଂଲାଦେଶୀ ଆସି ଅକ୍ଟୋବରରୁ ଡିସେମ୍ବର ଭୁବନେଶ୍ବରରେ ହୋଟେଲରେ ରହିଥିଲେ ମଧ୍ୟ ଏନେଇ ପୋଲିସ କି ଗୁଇନ୍ଦା ପାଖରେ ଖବର ନାହିଁ । ରାଜଧାନୀର ଛାତି ଉପରେ ଏପରି ନେଟୱାର୍କ ଚାଲିଥିବା ବେଳେ ପୋଲିସ ପାଖରେ ଖବର ନରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟିରେ ସିମ ବକ୍ସ ନେଟୱାର୍କ: ଭଡାଘରୁ ଠାବ, ଜାଣନ୍ତୁ ଏହା କଣ ? କେଉଁ କାମରେ ହୁଏ ବ୍ୟବହାର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.