ETV Bharat / state

ଏଣିକି ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ଆରମ୍ଭ ହେଲା DL ବାତିଲ ପ୍ରକ୍ରିୟା

DL Cancellation: ଟ୍ବିନ୍‌ସିଟିରେ ଟ୍ରାଫିକ ନିୟମ ଭାଙ୍ଗିଲେ ଆଉ ମିଳିବନି ତ୍ରାହି । ଏଣିକି କେବଳ ଫାଇନ କି କୋର୍ଟ ଚାଲାଣ ନୁହେଁ, ରଦ୍ଦ ହେଉଛି ଡ୍ରାଇଭିଂ ଲାଇସେନ୍ସ । ଅଧିକ ପଢ଼ନ୍ତୁ

ଏଣିକି ଟ୍ରାଫିକ ଉଲଙ୍ଘନକାରୀଙ୍କୁ ତ୍ରାହି ନାହିଁ

author img

By ETV Bharat Odisha Team

Published : Feb 19, 2024, 8:02 PM IST

Updated : Feb 20, 2024, 9:11 AM IST

ଏଣିକି ଟ୍ରାଫିକ ଉଲଙ୍ଘନକାରୀଙ୍କୁ ତ୍ରାହି ନାହିଁ

ଭୁବନେଶ୍ବର: ଟ୍ବିନସିଟିରେ ଦିନକୁ ଦିନ ଟ୍ରାଫିକ୍‌ ଚେକିଂ ହେଉଛି ଜୋରଦାର । ଏଥର ଧରାପଡିଲେ ଉଲ୍ଲଂଘନକାରୀଙ୍କୁ ଆଉ ମିଳିବ ନାହିଁ ତ୍ରାହି । ଏଥର କୋର୍ଟ PR, ପୋଲିସ FIR ପରେ ସିଧା ଲାଇସେନ୍ସ (DL) ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୦୦ରୁ ଊର୍ଦ୍ଧ୍ବ ଟ୍ରାଫିକ ଉଲଙ୍ଘନକାରୀଙ୍କ ଲାଇସେନ୍ସ ବାତିଲ ପାଇଁ RTOଙ୍କୁ ଲେଖିଛି କମିଶନରେଟ ପୋଲିସ । ଏନେଇ ଧିରେ ଧିରେ ଲାଇସେନ୍ସ ବାତିଲ ହେବା ଜାରି ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲାଇସେନ୍ସ ବାତିଲ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଟ୍ରାଫିକ ନିୟମ ଉଲ୍ଲଂଘନ କଠୋର ହୋଇଛି କମିଶନରେଟ ପୋଲିସ । ଏନେଇ ପୂର୍ବରୁ ଫାଇନ, କୋର୍ଟ PR, ପୋଲିସ FIR ପରେ ଏବେ ସିଧା ଅମାନିଆଙ୍କ ଲାଇସେନ୍ସ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଦ୍ୟପାନ କରି ଗାଡି ଚଳାଉଥିବା ଅମାନିଆ, ରଙ୍ଗ୍‌ ରୁଟ୍‌ରେ ପଶି ବିପଦପୂର୍ଣ୍ଣ ଗାଡି ଚାଳନା କରୁଥିବା ଅମାନିଆ, ଟ୍ରାଫିକ୍‌ ସିଗ୍ନାଲ ନମାନି ଲାଇଟ୍‌ ଡେଇଁ ଗାଡି ନେଇ ଯାଉଥିବା ଅମାନିଆ, ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଆଦି ଟ୍ରାଫିକ୍‌ ଉଲଙ୍ଘନକାରୀ ଧରାପଡିଲେ ଫାଇନ ଆଦାୟ, କୋର୍ଟରେ ହାଜର, ପୋଲିସ FIR ପରେ ଏଥର ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ଅର୍ଥାତ ଉଲଙ୍ଘନକାରୀଙ୍କୁ ଟ୍ବିନ୍‌ସିଟିରେ ଟ୍ରାଫିକ ନିୟମ ଭାଙ୍ଗିଲେ କୌଣସି ପ୍ରକାରେ ତ୍ରାହି ନାହିଁ । ଏମାନଙ୍କ ଉପରେ ଅଧିକ ନଜର ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏପରି ଟ୍ରାଫିକ ଉଲଙ୍ଘନ କରୁଛନ୍ତି, ସେମାନଙ୍କୁ ତୁରନ୍ତ MVI Act 184 B, C, E ଆଧାରରେ ସିଧା ଗାଡ଼ିକୁ ପିଆର୍‌ ବଣ୍ଡରେ କୋର୍ଟକୁ ପଠାଯାଉଛି । ଫାଇନ ନକାଟି ସିଧା କୋର୍ଟରୁ ଗାଡି ରିଲିଜ କରିବାକୁ କୁହାଯାଉଛି । ଅର୍ଥାତ୍ ଗାଡି ସିଜ୍‌ ପରେ ଗାଡି ଚାଳକ କୋର୍ଟରେ‌ ଫାଇନ ଦେଇ ଗାଡି ଆଣିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନାରେ ଅମାନିଆ ଚାଳକ, ବର୍ଷକରେ 519 କୋଟି ଜୋରିମାନା ଆଦାୟ

ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ଲୋକ ବ୍ରେଥ୍‌ ଆନାଲାଇଜର ଜରିଆରେ ଧରାପଡିଲେ ସିଧା ଧର୍ତ୍ତବ୍ୟ ଅପରାଧ କେସରେ FIR ରେଜିଷ୍ଟର କରାଯାଉଛି । ଟ୍ରାଫିକ ଚେକିଂ ଇତିହାସରେ ଏପରି ପ୍ରଥମ ଘଟଣା ନଜର ଆସୁଛି । ଉଲଙ୍ଘନକାରୀଙ୍କ ଗାଡି ସିଜ ସହ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ପୋଲିସ ରେକର୍ଡରେ ଅପରାଧୀ ଭାବେ ନାଁ ରହୁଛି । ଫଳରେ ଉଲଙ୍ଘନକାରୀ ଜଣେ କ୍ୟାରିୟର ଗଢ଼ୁଥିବା ପିଲା ବା ଚାକିରି କରୁଥିବା ବ୍ୟକ୍ତି ହୋଇଥିଲେ, ତାଙ୍କ ପାଇଁ ପୋଲିସ ଭେରିଫିକେସନ୍‌ ନେଗେଟିଭ୍‌ ହେବାର ସମ୍ଭାବନା ବଢିଛି ।

ସେହିପରି ଅମାନିଆଙ୍କୁ ଆହୁରି ଅଧିକ ସାବାଡ ପାଇଁ ଏଥର ସିଧା ଉଲଙ୍ଘନକାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ଚିଠି ଲେଖାଯାଇଛି । ଏନେଇ କମିଶନରେଟ ପୋଲିସ ମୁଖ୍ୟାଳୟରୁ ସିଧା କଟକ ଓ ଭୁବନେଶ୍ଵର RTOଙ୍କୁ ପ୍ରାଥମିକ ପର୍ଯାୟରେ ୪୦୦ରୁ ଉର୍ଦ୍ଧ୍ବ ଉଲଙ୍ଘନକାରୀଙ୍କ ଡିଏଲ୍‌ ବାତିଲ ପାଇଁ ପଠାଯାଇଛି । ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଅମାନିଆଙ୍କର ୩ ମାସ ପାଇଁ ଲାଇସେନ୍ସ ବାତିଲ କରାଯାଇଛି । ୪୭୮ଟି ଗାଡି ଏଯାବତ ସିଜ୍‌ କରାଯାଇଛି । ଏନେଇ ପୋଲିସ କମିଶର‌ କହିଛନ୍ତି, "ଗାଡି ଚଳାଇ ଅନ୍ୟପାଇଁ ବିପଦ ସୃଷ୍ଟି କରନ୍ତୁ ନାହିଁ । ଟ୍ରାଫିକ ନିୟମ ମାନନ୍ତୁ । ଦୁର୍ଘଟଣା ହାର କମାଇବା, ସୁରକ୍ଷିତ ଯାତାୟତ ପାଇଁ ଏପରି‌ ପ୍ରକ୍ରିୟା ଆରମ୍ଭ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 20, 2024, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.