ETV Bharat / state

ମଧୁମିତା ମୃତ୍ୟୁ ଘଟଣା: ବନ୍ଧା ହେଲେ ସ୍ବାମୀ ଶ୍ରୀଧର, କାହିଁକି ଚରମ ନିଷ୍ପତ୍ତି ନେଲେ ସାମ୍ବାଦିକା କାରଣ କହିଲେ ଡିସିପି - JOURNALIST MADHUMITA DEATH CASE

author img

By ETV Bharat Odisha Team

Published : Jul 25, 2024, 9:23 PM IST

WOMAN JOURNALIST MADHUMITA DEATH CASE: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଆଲୋଡନ ଖେଳି ଯାଇଛି । ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କେଉଁ କାରଣରୁ ସେପରି ନିଷ୍ପତ୍ତି ନେଲେ କାରଣ କହିଛି ପୋଲିସ ।

Commissionerate Police arrested Sridhar Jena, husband of a lady journalist, Madhumita Parida, who was found dead on railway tracks in the Bapuji Nagar area
Commissionerate Police arrested Sridhar Jena, husband of a lady journalist, Madhumita Parida, who was found dead on railway tracks in the Bapuji Nagar area (ETV Bharat Odisha)

ଭୁବନେଶ୍ବର: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ । ଗତକାଲି ବାପୁଜୀନଗର ରେଳ ଧାରଣାରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଜି ତାଙ୍କ ମୃତ୍ୟୁର ତଦନ୍ତ ଜାରି ରହିଥିବା ବେଳେ ସ୍ୱାମୀଙ୍କ ମାନସିକ ଚାପରୁ ମଧୁମିତା ଜୀବନ ହାରିଥିବା କହିଛନ୍ତି ଡିସିପି । ଏଥିସହ ଏହି ଘଟଣାରେ ସ୍ୱାମୀ ଶ୍ରୀଧରଙ୍କୁ ବାନ୍ଧିଛି ପୋଲିସ । ଏହାସହ ଆଜି ମୃତଦେହ ବ୍ୟବଚ୍ଛେଦ ପାଇଁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଘଟଣା ସ୍ଥଳରୁ ମୋବାଇଲ, ଚପଲ ଜବତ ହୋଇଥିବା ବେଳେ ସ୍କୁଟିକୁ ପାଇପାରିନି ପୋଲିସ । ସେପଟେ ମଧୁମିତାଙ୍କୁ ହରାଇ ପରିବାର, ବନ୍ଧୁ ପ୍ରିୟଜନ ଓ ସହକର୍ମୀ ଭାଙ୍ଗି ପଡିଛନ୍ତି ।

ମଧୁମିତା ମୃତ୍ୟୁ ଘଟଣା (ETV Bharat Odisha)

ତେବେ ଗତକାଲି ଜୀବନ ହାରିଥିବା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ । ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ । ଟଙ୍କା ପାଇଁ ମଧୁମିତାଙ୍କୁ ନିର୍ଯାତନା ଦେଉଥିଲେ ଶ୍ରୀଧର ବୋଲି ଅଭିଯୋଗ କରିଛି ପରିବାର । ଧଉଳି ଥାନାରେ ଅଭିଯୋଗ ପରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରିଛି ପୋଲିସ । ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାଇ ୮୦,୮୫,୧୧୮ କ୍ଲଜ ୧, କ୍ଲଜ ୧ ଏବଂ 3କ୍ଲଜ 5 ଆଧାରରେ ଗିରଫ କରିଛି ପୋଲିସ ।

ଗିରଫ ପରେ ଭୁବନେଶ୍ୱର ଡିସିପି ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହି ଘଟଣାରେ ବର୍ତ୍ତମାନ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଏତଲା କପିରେ ଉଲେଖ ଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ପୋଲିସ ।’ ଏହାରି ଭିତରେ ପ୍ରଶ୍ନ ଉଠୁଛି କାହିଁକି ଜୀବନ ହାରିଲେ ମଧୁମିତା ପରିଡା ? ସ୍ୱାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲେ କି ମଧୁମିତା ? ନା ଶ୍ରୀଧର ପୂର୍ବରୁ ବିବାହିତ କଥାକୁ ସହଜରେ ଗ୍ରହଣ ପାରିଲେ ନାହିଁ ମଧୁମିତା । ଏମିତି ତମାମ ପ୍ରଶ୍ନର ଉତ୍ତର ମଧ୍ୟ ଖୋଜୁଛି ପୋଲିସ । ମଧୁମିତାଙ୍କ ଫୋନର ସମସ୍ତ ତଥ୍ୟକୁ ନନେଇ ମଧ୍ୟ ଯାଞ୍ଚ କରିବ ପୋଲିସ । ଏହାସହ ମଧୁମିତା ଗତକାଲି ମୃତ୍ୟୁ ପୂର୍ବରୁ ଧଳା ରଙ୍ଗର ସ୍କୁଟିରେ ଯାଉଥିବାର ସିସିଟିଭିକୁ ପୋଲିସ ଜବତ କରିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ମଧୁମିତା ପୋଷ୍ଟ କରିଥିବା ଭିଡ଼ିଓକୁ ତଦନ୍ତ ପରିସର ଭୁକ୍ତ କରିଥିବା ସୂଚନା ମିଳିଛି । ମଧୁମିତାଙ୍କ ପରିବାର ଲୋକେ ଓ ଶଶୁରଘର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।

ମାର୍ଚ୍ଚରେ ପଡିଥିଲା ମଧୁମିତାଙ୍କ ହାତଗଣ୍ଠି: ଏଠାରେ ସୂଚନା ଥାଉକି ମାର୍ଚ୍ଚ ଏକ ତାରିଖରେ ବୈଦିକ ରୀତିନୀତିରେ ମଧୁମିତାଙ୍କ ସହ ଶ୍ରୀଧରଙ୍କ ବିବାହ ହୋଇଥିଲା । ବିବାହ ପରେ ବେଶ୍ ହସଖୁସିରେ ଥିଲେ ଶ୍ରୀଧର-ମଧୁମିତା । ଶ୍ରୀଧର ଏୟାରଫୋର୍ସରେ କାର୍ଯ୍ୟରତ ଅଛନ୍ତି । ଗତ ୧୦ ଦିନ ହେବ ସେ ଛୁଟିରେ ଆସିଥିଲେ । ଶ୍ରୀଧରଙ୍କ ବ୍ୟାଗ ସଜାଡୁ ସଜାଡୁ ଡିଭର୍ସ ପେପର ପାଇଥିଲେ ମଧୁମିତା । ଶ୍ରୀଧର ପୂର୍ବରୁ ବିବାହିତ ଜାଣିବା ପରେ ମଧୁମିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହାକୁ କେନ୍ଦ୍ର କରି ଦୁଇଦିନ ତଳେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଟ୍ରେନ ଲାଇନରୁ ମିଳିଲା ସାମ୍ବାଦିକାଙ୍କ ମୃତଦେହ; ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭଉଣୀ, ହୃଦୟ ତରଳାଇ ଦେବ ଶେଷ ଇନଷ୍ଟା ଭିଡିଓ ! - WOMAN JOURNALIST Death

ପୂର୍ବରୁ ଦେଉଥିଲା ଛାଡପତ୍ର ଧମକ: ଶ୍ରୀଧର ମୋବାଇଲରୁ ଅନ୍ୟ ଯୁବତୀମାନଙ୍କ ସହ କଥା ହଉଥିବା ନେଇ ଜାଣିବାକୁ ପାଇଥିଲେ ମଧୁମିତା । ଏପରିକି ଝଗଡ଼ାରେ ମଧୁମିତାଙ୍କୁ ମଧ୍ୟ ଡିଭୋର୍ସ ଦେଇଦେବେ ବୋଲି ଧମକ ଦେଉଥିଲେ ଶ୍ରୀଧର । ଏହାକୁ ନେଇ ସେ ମାମନସିକ ଚିନ୍ତାରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେଣୁ ଏସବୁ ସହିନପାରି ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ମଧୁମିତା ବୋଲି ଡିସିପି କହିଥିବା ବେଳେ କ'ଣ ଥିଲା ମୃତ୍ୟୁ ପଛର କାରଣ ଏନେଇ ଅଧିକ ପଚାରଉଚରା ଅଭିଯୁକ୍ତ ସ୍ୱାମୀଙ୍କୁ କରାଯାଉଥିବା ବେଳେ ଆଗାମୀ ଦିନରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.