ETV Bharat / state

ମେୟରଙ୍କ କଡା ତାଗିତ୍‌: 2 ମାସ ଛୁଟିରେ ବ୍ରେକ, କାମ କର ନହେଲେ ଟ୍ରାନ୍ସଫର - Cuttack Municipal Corporation - CUTTACK MUNICIPAL CORPORATION

Cuttack Municipal Corporation: ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତା 2 ମାସ ପର୍ଯ୍ୟନ୍ତ ସମସ୍ତ ସିଏମସି ଅଫିସରଙ୍କୁ ଛୁଟି ମନା । ଉଠା ଦୋକାନୀଙ୍କ ଠାରୁ ଆଦାୟ କରାଯିବ ୟୁର୍ଜସ ଫି । ଅଧିକ ପଢ଼ନ୍ତୁ

Cuttack Municipal Corporation
Cuttack Municipal Corporation (ETV Bharat Odisha)
author img

By ETV Bharat Odisha Team

Published : Jul 19, 2024, 10:50 PM IST

କଟକ: 2 ମାସ ଛୁଟିରେ ବ୍ରେକ । ହେଡ କ୍ୱାର୍ଟର ନ ଛାଡିବା ପାଇଁ କଡା ନିର୍ଦ୍ଦେଶ । ନମାନିଲେ ହେବ ଟ୍ରାନ୍ସଫର । ଦୁଇ ମାସ କଟକ ପାଇଁ ବଡ଼ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ତେଣୁ ଏହି ଦୁଇ ମାସ ସିଏମସିର କୌଣସି ଅଫିସର ସାଧାରଣ ଛୁଟି ନେଇ ପାରିବେନାହିଁ । କେବଳ ମେଡିକାଲ ଛୁଟି ନେଇ ପାରିବେ ଅଫିସର । ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଥିବାରୁ ପ୍ରବଳ ବର୍ଷା ଲାଗି ରହିଛି । ଏପରି ସ୍ଥଳେ କଟକ କେଉଁ ମୁହୂର୍ତ୍ତରେ ଜଳବନ୍ଦୀ ହେବାର ଆଶଙ୍କା ରହିଛି । ତେଣୁ ଏହାର ସମାଧାନ ପାଇଁ ସମସ୍ତେ ଆଲର୍ଟ ରହିବା ଆବଶ୍ୟକ । କେହି ସହର ଛାଡି ଯିବେନି । ଯଦି ଯିବେ କେବଳ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇବା ପରେ । ତେବେ ଜଳବନ୍ଦୀ ସମସ୍ୟା ପୂର୍ବରୁ କାଉନସିଲ ବୈଠକରେ ସବୁ ଯନ୍ତ୍ରୀ ଅଫିସରମାନଙ୍କୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି ମେୟର ସୁବାସ ସିଂ ।

Cuttack Municipal Corporation (ETV Bharat Odisha)

ଆଜି ସିଏମସିରେ ବସିଥିବା କାଉନସିଲ ବୈଠକରେ ହୋହଲ୍ଲା ପାଟିତୁଣ୍ଡ ଭରା ରହିଥିଲା । ବିରୋଧୀ କର୍ପୋରେଟରଙ୍କ ସହ ଶାସକ ଦଳର କର୍ପୋରେଟରମାନେ ମେୟର ଓ କମିଶନରଙ୍କୁ ଘେରିଥିଲେ । ବିଧାନସଭା ଢାଞ୍ଚାରେ ସିଏମସି କାଉନସିଲ ବୈଠକ କରାଯିବା ନେଇ ଡେପୁଟି କମିଶନର କର୍ପୋରେଟରଙ୍କୁ ଅବଗତ କରାଇବା ପରେ ଦେଖାଦେଇଛି ବିବାଦ । କର୍ପୋରେଟରମାନଙ୍କ ୱାର୍ଡ଼ରେ ଯଦି କୌଣସି ସମସ୍ୟା ଥିବ ତେବେ କାଉନସିଲ ବୈଠକର 7 ଦିନ ପୂର୍ବରୁ ସେମାନେ ପ୍ରଶ୍ନ ଲେଖି ଜଣାଇବେ । ବୈଠକ ଦିନ ଏହାର ଉତ୍ତର ରଖାଯିବ । ହେଲେ ବୈଠକ ଦିନ କୌଣସି ପ୍ରଶ୍ନ ଆଉ ପଚାରିବେ ନାହିଁ । କେବଳ ସେତିକି ନୁହେଁ ଅଧିକାରୀମାନଙ୍କୁ ସିଧାସଳଖ ପ୍ରଶ୍ନ କରିପାରିବେ ନାହିଁ । ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଇଙ୍ଗିତ କରିବେ ନାହିଁ ବୋଲି କୁହାଯିବା ସହ ମ୍ୟୁନିସିପାଲଟି କର୍ପୋରେସନ ଆକ୍ଟ ଏକ ନକଲ ମଧ୍ୟ କର୍ପୋରେଟରମାନଙ୍କୁ ହ୍ବାଟ୍ସଆପରେ ପଠାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ଢାଞ୍ଚାରେ ହେବେ କଟକ ମହନଗର ନିଗମ ବୈଠକ, ଜାଣନ୍ତୁ କେମିତି ରହିବ ପ୍ରକ୍ରିୟା - Cuttack Municipal Corporation

ଆଜି ଏହାକୁ ନେଇ ପ୍ରବଳ ବିରୋଧ କରିଥିଲେ କର୍ପୋରେଟର । ଏହାସହ କଂଗ୍ରେସ କର୍ପୋରେଟର ଶିବାଶିଷ ପଟ୍ଟନାୟକ ତୁଣ୍ଡି ଆଣି କର୍ପୋରେଟରମାନଙ୍କ ମୁହଁରେ ବନ୍ଧା ଯାଉ ବୋଲି ପ୍ରତିବାଦ କରି କହିଥିଲେ । ବିଜେଡି କର୍ପୋରେଟର ତାପସ ସାମନ୍ତରାୟ ଅଫିସରମାନଙ୍କ କାର୍ଯ୍ୟଶୈଳୀକୁ ନେଇ ମେୟରଙ୍କ ଉପରେ ବର୍ଷିଥିଲେ । ଅନେକ ସମସ୍ୟା ଥିଲେ ମଧ୍ୟ ଅଫିସରମାନେ କର୍ପୋରେଟରଙ୍କ କଥା ନ ଶୁଣି ମନଇଚ୍ଛା କାମ କରୁଥିବା କହିଛନ୍ତି । ଏହାସହ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ତେବେ ଆଜି ବସିଥିବା କାଉନସିଲ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତା 2 ମାସ ପର୍ଯ୍ୟନ୍ତ ସମସ୍ତ ସିଏମସି ଅଫିସରଙ୍କୁ ହେଡ କ୍ୱାର୍ଟରରେ ରହିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଵର୍ଷା ସମୟରେ ମ୍ୟୁନିସିପାଲଟି ଛାଡି ବାହାରେ ରହିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମେୟର ସୁବାସ ସିଂ । ଏହାସହ ସହରରେ ଉଠା ଦୋକାନୀଙ୍କ ଠାରୁ ୟୁର୍ଜସ ଫି ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.