ETV Bharat / state

ସୁସ୍ଥ ସମାଜ ଗଠନରେ ଆଶା କର୍ମୀ ପ୍ରମୁଖ: ମେୟର

author img

By ETV Bharat Odisha Team

Published : Mar 6, 2024, 4:42 PM IST

Asha Workers Awarded: ଆଶା କର୍ମୀମାନେ ସମାଜରେ ନିଜର ନିଷ୍ଠାପର ମନୋଭାବରେ ପାଇଁ ସମ୍ବର୍ଦ୍ଧିତ । କଟକ ମହାନଗର ନିଗମ ପକ୍ଷରୁ ପୁରସ୍କୃତ ହେଲେ 100ରୁ ଉର୍ଦ୍ଧ୍ବ ଆରୋଗ୍ୟ ସମିତି କର୍ମୀ ଓ ଆଶା କର୍ମୀ । ଅଧିକ ପଢନ୍ତୁ

ସୁସ୍ଥ ସମାଜ ଗଠନରେ ଆଶା କର୍ମୀ ପ୍ରମୁଖ: ମେୟର
ସୁସ୍ଥ ସମାଜ ଗଠନରେ ଆଶା କର୍ମୀ ପ୍ରମୁଖ: ମେୟର
ସୁସ୍ଥ ସମାଜ ଗଠନରେ ଆଶା କର୍ମୀ ପ୍ରମୁଖ: ମେୟର

କଟକ: ସ୍ବଚ୍ଛତା ଓ ସୁସ୍ଥ କଟକ ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସହରାଞ୍ଚଳ ସ୍ଵାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଏଥିପାଇଁ କଟକ ମହାନଗର ନିଗମ ପକ୍ଷରୁ ମହିଳା ଆରୋଗ୍ୟ ସମିତି ମଧ୍ୟ ଗଠନ କରାଯାଇଛି । ଏହାଛଡା ଆଶା କର୍ମୀମାନେ ମଧ୍ୟ ସମାଜରେ ନିଜର ନିଷ୍ଠାପର ମନୋଭାବରେ କର୍ତ୍ତବ୍ୟ ସୁଚାରରୂପେ ପାଳନ କରୁଛନ୍ତି । ଯାହା ପାଇଁ ଆଜି କଟକ ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ଦିଗରେ ଆଉ ଏକ ପାଦ ଆଗକୁ ଯାଇଛି ।

ଆଗକୁ ମହିଳା ଦିବସ ଆସୁଥିବାରୁ ଏହାକୁ ଲକ୍ଷ୍ୟରେ ରଖି ଆଜି କଟକର 100ରୁ ଉର୍ଦ୍ଧ୍ବ ଆରୋଗ୍ୟ ସମିତି କର୍ମୀ ଓ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଛି । କଟକ ମହାନଗର ନିଗମରେ ବର୍ତ୍ତମାନ ସମୟରେ ମହିଳା ମୃତ୍ୟୁ ହାର ହ୍ରାସ କରିବା, ଶିଶୁ ମୃତ୍ୟ ହାର ରୋକିବା ,ମହାମରୀ ସମୟରେ ନିଷ୍ଠାପର କର୍ତ୍ତବ୍ୟ , ଜଣ୍ଡିସ ମୁକାବିଲା , ଟୀକା କରଣ କରିବା ଦିଗରେ ଆଶା କର୍ମୀମାନେ ସମାଜ ପାଇଁ ନିଜର କର୍ତ୍ତବ୍ୟ ଓ ନିଷ୍ଠା ସମର୍ପିତ କରିଛନ୍ତି । ଏହା କେବଳ ବର୍ତ୍ତମାନ ପାଇଁ ନୁହେଁ । ଯେଉଁ ଦିନଠାରୁ ମହାନଗର ନିଗମ ଗଠନ ହୋଇଛି, ସେବେଠୁ ଏହି କର୍ମୀମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢନ୍ତୁ .....ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ପୋଲିସର ମାଷ୍ଟର ପ୍ଲାନ, ଥାନାରେ ଦାଖଲ ହେବ ୩୦୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ

ତେଣୁ ନିରବଚ୍ଛିନ୍ନ କର୍ତ୍ତବ୍ୟ କରି ସମାଜକୁ ଏକ ସ୍ବଚ୍ଛ ଓ ପରିମଳ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଏହି କର୍ମୀ । ତେଣୁ ଆଗମୀ ଦିନରେ ଏହି କର୍ମୀମାନଙ୍କର ଆବଶ୍ୟକତା ଓ କର୍ମ ଉଦିଷ୍ଟ ସାମଗ୍ରୀକୁ ଯଥା ସମ୍ଭବ ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସିଏମସି ମେୟର କମିଶନର ସମେତ, ସ୍ବାସ୍ଥ୍ୟ ବିଭାଗ ଓ କମିଟି ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କୃତି ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ସୂଚନାଯେଗ୍ୟ ପୂର୍ବରୁ କଟକରେ ହଇଜା ,ମ୍ୟାଲେରିଆ ଏବଂ ଯକ୍ଷ୍ମା ଭଳି ମାରାତ୍ମକ ରୋଗ ସବୁ ଲୋକଙ୍କୁ ଗ୍ରାସ କରୁଥିଲା । କିନ୍ତୁ ଏହାର ମାତ୍ରା ବର୍ତ୍ତମାନ କମିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.