ETV Bharat / state

ଚନ୍ଦନ ଯାତ୍ରା ଦୁର୍ଘଟଣା; ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ତଦନ୍ତ କରିବେ SRC, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା - CM Naveen Meets Injured

author img

By ETV Bharat Odisha Team

Published : May 30, 2024, 1:56 PM IST

Updated : May 30, 2024, 3:11 PM IST

Naveen Patnaik Meets Fire Cracker Explosion Injured: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ଦେବୀ ଘାଟରେ ବାଣ ବିସ୍ଫୋରଣ ଘଟଣା । ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Naveen Patnaik Meet Injured
Naveen Patnaik Meet Injured (ETV Bharat Odisha)

ଭୁବନେଶ୍ବର: ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟରେ ଦୁର୍ଭାଗ୍ୟଜନକ ବାଣ ବିସ୍ଫୋରଣ ଘଟଣା । ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ ଅଲଟିମେଟରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ସମ୍ପର୍କୀୟଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ହସ୍ପିଟାଲରେ ଉପସ୍ଥିତ ଥିଲେ । ତେବେ ତଦନ୍ତ କରିବେ ଏସଆରସି, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ।

ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ଗତକାଲି(ବୁଧବାର) ରାତିରେ ବାଣ ଦୁର୍ଘଟଣା ହୋଇଥିଲା । ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆହତ ଅବସ୍ଥାରେ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ମୋଟ 18 ଜଣ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । ହାଇଟେକ ହସ୍ପିଟାଲରେ 9, ଏମ୍ସରେ 3, ସମରେ 3 ଏବଂ ସମ ଅଲଟିମେଟରେ 3 ଜଣ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ 2 ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ସୂଚନା ରହିଛି । ହାଇଟେକ ଏବଂ ସମ ହସ୍ପିଟାଲରେ ଗତକାଲି ଭର୍ତ୍ତି ସମୟରେ 2 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବର୍ତ୍ତମାନ 16 ଜଣଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ । ଆହତଙ୍କ ସମସ୍ତ ଚିକିତ୍ସା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ହେବ ବୋଲି ନବୀନ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ସମ ଅଲଟିମେଟ ଯାଇ ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଦଳ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ପୋଖରୀ ଅଘଟଣ: SCB ସ୍ଥାନାନ୍ତର ହେଲେ ଗୁରୁତର, ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - Firecracker Mishap In Chandan Yatra

ସ୍ୱାସ୍ଥ୍ୟ ସଚିବ ତଥା କମିଶନର ସାଳିନୀ ପଣ୍ଡିତ କହିଛନ୍ତି, "ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା । ପରେ ଆହତଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି କଟକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଆଇସିୟୁରେ ଆହତଙ୍କ ଯତ୍ନ ନେଉଛନ୍ତି ଡାକ୍ତରୀ ଟିମ । ସେମାନଙ୍କ ଜୀବନ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ପ୍ରଥମ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛୁ । କିଛି ଆହତଙ୍କ ଅବସ୍ଥା ଗମ୍ଭୀର ନୁହେଁ, ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି । ସମ ଅଲଟିମେଟ ଆଇସିୟୁରେ 3 ଜଣ ଚିକିତ୍ସିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଁଚି ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।"

ଆହତଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରୁଛନ୍ତି ନବୀନ
ଆହତଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରୁଛନ୍ତି ନବୀନ (ETV Bharat Odisha)

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏହି ତଦନ୍ତ କରିବେ । ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 30, 2024, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.