ETV Bharat / state

କେନ୍ଦ୍ରାପଡାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ - Biju Patnaik Indoor Stadium

Biju Patnaik Indoor Stadium Inauguration: କେନ୍ଦ୍ରାପଡାରେ ଲୋକାର୍ପିତ ହେଲା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଏହି ଷ୍ଟାଡିୟମ୍ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

Biju Patnaik Indoor Stadium Inauguration

author img

By ETV Bharat Odisha Team

Published : Mar 14, 2024, 1:53 PM IST

Biju Patnaik Indoor Stadium Inauguration

କେନ୍ଦ୍ରାପଡା: କେନ୍ଦ୍ରାପଡା ଶ୍ୟାମଗୁଡ଼ିଆଠାରେ ନବନିର୍ମିତ "ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍" ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହି ଷ୍ଟାଡିୟମ ଉଦଘାଟନ କରିଛନ୍ତି । ତେବେ ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣରେ ୯ କୋଟି ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ନିର୍ମାଣ କାର୍ଯ୍ୟ ୨୦୨୨ ମେ' ମାସରେ ଆରମ୍ଭ ହୋଇଥିବା ବେଳେ କାମ ଶେଷ ହେବାର ସମୟସୀମା୨୦୨୩ ମସିହା ମେ' ମାସ ରହିଥିଲା । ତେବେ କୌଣସି କାରଣରୁ ୭ ମାସ ବିଳମ୍ବରେ କାମ ଶେଷ ହୋଇଥିବା କୁହାଯାଇଛି । ଉକ୍ତ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ୪ଟି ବ୍ୟାଡମିଣ୍ଟନ କୋର୍ଟ, ତିନୋଟି ଟେବୁଲ ଟେନିସ ବୋର୍ଡ, ଭାରତ୍ତୋଳନ ପାଇଁ ହଲ, ଯୋଗ କକ୍ଷ, ବ୍ୟାୟମାଶାଳା(ଜିମ) ରହିଥିବା ସୂଚନା ଦେଇଛି ଜିଲ୍ଲା କ୍ରୀଡା ବିଭାଗ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ପୋଷଣ କରିଥିଲେ ଯେ, ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପିଲାମାନେ କ୍ରୀଡ଼ାକ୍ଷେତ୍ରରେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିବେ ଏବଂ ଏହି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସେମାନଙ୍କୁ ଏ ଦିଗରେ ସୁଯୋଗ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ- ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ କହିଥିଲେ ଯେ, ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ହେଉଛି ଲୋକମାନଙ୍କର ସମ୍ପତ୍ତି ଓ ତାର ଯତ୍ନ ନେବା ଦାୟିତ୍ୱ ଲୋକମାନଙ୍କର । ଏହି ଉଦଘାଟନୀ ସମାରୋହରେ କେନ୍ଦ୍ରାପଡ଼ାର ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବିଭିନ୍ନ ସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ, କ୍ରୀଡ଼ାବିତ୍‌, ଜନପ୍ରତିନିଧି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏହି ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.