ETV Bharat / state

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ - CM Inaugurated BPIS

Biju Patnaik Indoor Stadium Inauguration: ବରଗଡରେ ଲୋକାର୍ପିତ ହେଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଓ 4 ଗୋଟି ନବ ନିର୍ମିତ ପୋଲିସ ଗୃହ । ଅଧିକ ପଢନ୍ତୁ

Biju Patnaik Indoor Stadium Inaugurated
Biju Patnaik Indoor Stadium Inaugurated
author img

By ETV Bharat Odisha Team

Published : Mar 14, 2024, 9:24 AM IST

Updated : Mar 14, 2024, 10:18 AM IST

Biju Patnaik Indoor Stadium Inauguration:

ବରଗଡ: ବରଗଡ଼ ଜିଲ୍ଲାରେ ଲୋକାର୍ପଣ ହେଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ । 4 ଗୋଟି ନବନିର୍ମିତ ପୋଲିସ ଗୃହ ମଧ୍ୟ ଲୋକାର୍ପିତ ହୋଇଛି l ଗତକାଲି(ବୁଧବାର) ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ଓ ଝାରବନ୍ଧ ଥାନା ଏବଂ ବରଗଡ଼ ଟାଉନ ଥାନା ସହିତ ଭଟିଲିରେ ନିର୍ମିତ ନୂତନ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ବରଗଡ ସହରସ୍ଥିତ ରାଣା ପ୍ରତାପ ସ୍କୁଲ ଖେଳ ପଡିଆ ପରିସରରେ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି (ବୁଧବାର) ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ କାର୍ଯ୍ୟ କରିଥିବା ବେଳେ ଆମ ରାଜ୍ୟରୁ ଅଧିକରୁ ଅଧିକ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଗୌରବ ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ । ଏହି ଅବସରରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏନେଇ ସେ କହିଥିଲେ ଯେ, ରାଜ୍ୟ ସରକାର କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଁଇ ଉଦ୍ୟମ ଜାରି ରଖିଥିବା ବେଳେ ଆମ ଜିଲ୍ଲାର ଦୃଷ୍ଟିହୀନ କ୍ରିକେଟ ଖେଳାଳି ପଙ୍କଜ ଭୁଏ ଓ ମହିଳା ଫୁଟବଲ ଖେଳାଳି ନିକିତା ବିଶିଙ୍କ ଭଳି ଉଦୀୟମାନ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଚାକିରି ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଲୋକାର୍ପିତ ହେଲା ୧୦୦ ଶଯ୍ୟା ବିଶିଷ୍ଟ କିମ୍ସ ଗ୍ରାମୀଣ ହସ୍ପିଟାଲ, ଗାଁରେ ମିଳିବ ସହରୀ ଚିକିତ୍ସା

ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର ମିଶ୍ର, ପୌର ପରିଷଦ ଅଧ୍ୟକ୍ଷ କଳ୍ପନା ମାଝୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ତୁଷାରକାନ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ପୌର ପରିଷଦର ସମସ୍ତ କାଉନସିଲର ବୃନ୍ଦ ଓ ଜିଲ୍ଲାର କ୍ରୀଡ଼ାପ୍ରେମୀ ଛାତ୍ରଛାତ୍ରୀ ଏବଂ କ୍ରୀଡାବିତମାନେ ଉପସ୍ଥିତ ଥିଲେ ।

ସେହିପରି ଅନ୍ୟପଟେ ବରଗଡ଼ ଜିଲ୍ଲାରେ ନୂତନ ଭାବେ 4 ଗୋଟି ଥାନାର ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଟାଉନ ଥାନା ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାର ନବ ନିର୍ମିତ ବରଗଡ଼ ଟାଉନ ଥାନା, ଭଟଲି ଥାନା, ଗାଇସିଲେଟ ଓ ଝାରବନ୍ଧ ଥାନାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉତ୍ତରାଞ୍ଚଳ ଡି.ଆଇ.ଜି ହିମାଂଶୁ ଲାଲ, ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା, ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ଥାନାର ସମସ୍ତ କର୍ମଚାରୀଙ୍କ ସହିତ ପରିବହନ ଅଧିକାରୀ ସାବୁଆ ମାଝୀ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବରଗଡ

Last Updated : Mar 14, 2024, 10:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.