ETV Bharat / state

ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ 15 ହଜାରକୁ ବୃଦ୍ଧି

author img

By ETV Bharat Odisha Team

Published : Feb 18, 2024, 8:26 PM IST

Tribal Girls Hostel Matron Wages Increased: ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । 10 ହଜାରରୁ 15 ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ମାଟ୍ରନଙ୍କ ପାରିଶ୍ରମିକ 15 ହଜାରକୁ ବୃଦ୍ଧି
ମାଟ୍ରନଙ୍କ ପାରିଶ୍ରମିକ 15 ହଜାରକୁ ବୃଦ୍ଧି

ଭୁବନେଶ୍ବର: ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ଲାଗି ଖୁସି ଖବର । ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମାନଙ୍କ ପାରିଶ୍ରମିକ 15 ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ 10 ହଜାର ଟଙ୍କାରୁ 15 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି ।

ଏହାବାଦ ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ହୁଏ, ତେବେ ତାଙ୍କ ନିକଟତମ ସମ୍ପର୍କୀୟଙ୍କୁ ଏକକାଳୀନ ଦୁଇ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ସେହିପରି 60 ବର୍ଷ ବୟସରେ କାର୍ଯ୍ୟରୁ ନିବୃତ୍ତ ହେବା ପରେ ସେମାନଙ୍କୁ ଏକକାଳୀନ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ 15 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...କୃଷକ ସାଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ସହାୟତା ରାଶି ପରିମାଣ ୧୮ ହଜାରକୁ ବୃଦ୍ଧି

ପ୍ରକାଶ ଥାଉ, ଗତ ଶୁକ୍ରବାର କ୍ୟାବିନେଟ ବୈଠକରେ 10 ବିଭାଗର 12 ପ୍ରସ୍ତାବରେ ମୋହର ବାଜିଥିଲା । ଏଥିରେ ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା 70 ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ୟୁନିଫର୍ମ ପୋଷାକ ବାବଦରେ 1 ହଜାର ଟଙ୍କା ଲେଖାଏଁ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା । ଏହା ସହିତ ପ୍ରାୟ 1.5 ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟଙ୍କୁ ବ୍ଲେଜର ପାଇଁ 2 ହଜାର ଟଙ୍କା ଲେଖାଏଁ ମିଳିବା ନିଷ୍ପତ୍ତିରେ ମଧ୍ୟ ମୋହର ଲାଗିଥିଲା । ସେହିପରି ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଥିଲା । 2000ରୁ 2500 ଲେଖାଏଁ ସହାୟତା ପାଇବେ ବୁଣାକାର । 40ରୁ 80 ବର୍ଷ ବୟସ୍କ ବୁଣାକାର ଓ କାରିଗରମାନଙ୍କୁ ମାସିକ 2000 ମିଳିବ । 80 ବର୍ଷରୁ ଊର୍ଦ୍ଧ୍ବ ବୁଣାକାରଙ୍କୁ 2500 ଟଙ୍କା ମିଳିବ । ନୂଆ-ଓ ଛାତ୍ର ବୃତ୍ତିକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ସେହିଭଳି ଗତକାଲି (ଶନିବାର) ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ 1500 ଟଙ୍କାରୁ 2 ହଜାର ଟଙ୍କାକୁ ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଚିକା ଓ ସହାୟିକାମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ 1 ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମଧ୍ୟ ଘୋଷଣା ହୋଇଥିଲା । ଏହାଦ୍ବାରା ରାଜ୍ୟର 55 ହଜାର ବିଦ୍ୟାଳୟରେ କାମ କରୁଥିବା 1 ଲକ୍ଷ 10 ହଜାର ପାଚିକା ଓ ସହାୟିକା ଉପକୃତ ହେବେ । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର 2023ରୁ ଲାଗୁ ହେବ । ସେହିଭଳି ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ 12 ହଜାର ଟଙ୍କାରୁ 18 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର 13,600 କୃଷକ ସାଥି ଉପକୃତ ହେବେ । ଏହି ବର୍ଦ୍ଧିତ ପରିମାଣ ମଧ୍ୟ ପିଛିଲା ଭାବେ ଅକ୍ଟୋବର 2023ରୁ ଲାଗୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.