ETV Bharat / state

ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କଲେ ମୁଖ୍ୟମନ୍ତ୍ରୀ - CM PROGRAM AT BARGARH

ଚାଷୀ ପାଇଲେ 8 ଶହ ଟଙ୍କାର ଧାନ ଇନପୁଟ୍‌ ସବସିଡି । ରାଜ୍ୟର ଭାତହାଣ୍ଡି ବରଗଡରୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ।

କାଲି ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ
କାଲି ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 10:45 PM IST

Updated : Dec 8, 2024, 3:48 PM IST

ଭୁବନେଶ୍ବର: ନିଜ ନିର୍ବାଚନୀ ଇସ୍ତାହାରର ଏକ ବଡ ପ୍ରତିଶ୍ରୁତି ପୂରଣ କରିଛନ୍ତି ବିଜେପି ସରକାର । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲେ, ଚାଷୀଙ୍କୁ ଧାନର ‘ସର୍ବନିମ୍ନ ସହାୟକ ମୂଲ୍ୟ’ (ଏମଏସପି) 3,100 ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଦଳ । ଆଜି ଏହା ପୂରଣ କରିଛି ମୋହନ ମାଝୀଙ୍କ ନେତୃତ୍ବାଧୀନ ସରକାର । ବରଗଡର ସୋହେଲାରେ ବିଶାଳ ଚାଷୀ ସମ୍ମିଳନୀରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ 8ଶହ ଟଙ୍କାର ଇନପୁଟ୍‌ ସହାୟତା ରାଶି ରିଲିଜ୍‌ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।

  • ନିର୍ବାଚନରେ ବଡ ମୁଦ୍ଦା ଥିଲା ଧାନ ଏମଏସପି:-

ଚଳିତ ନିର୍ବାଚନରେ ଏହାକୁ ବଡ ନିର୍ବାଚନୀ ମୁଦ୍ଦା କରିଥିଲା ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଦଳ ସରକାର ଗଢିଲେ ଧାନ ଏମଏସପି 31 ଟଙ୍କା କରିବ ବୋଲି କହିଥିଲା ବିଜେପି । ତେବେ ଦଳ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତିର କ୍ରିୟାନ୍ବୟନ ମଧ୍ୟ କରିଛି । ସରକାର ଧାନ କୁଇଣ୍ଟାଲ ପିଚ୍ଛା ଚାଷୀଙ୍କୁ 23 ଶହ ଟଙ୍କା ସହ ଅତିରିକ୍ତ 8 ଶହ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଫଳରେ ଏଥର କୁଇଣ୍ଟାଲ ପିଚ୍ଛା 31ଶହ ଟଙ୍କାରେ ଧାନ ସଂଗ୍ରହ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି, ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ MSP

ଏହା ମଧ୍ୟ ପଢନ୍ତୁ :- ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା

ଏହା ମଧ୍ୟ ପଢନ୍ତୁ :- ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - paddy procurement

  • ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ-ବିଧାୟକ

ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏଥର ପ୍ରଥମ ଧାନ ସଂଗ୍ରହ କରାଯାଇଥିଲା । ବର୍ଦ୍ଧିତ ‘ଏମଏସପି’ ସହ କଟନୀ-ଛଟନୀ ବନ୍ଦ କରି ପାରଦର୍ଶୀ ମଣ୍ଡି ବ୍ୟବସ୍ଥା ସହ ରାଜ୍ୟ ସରକାର ଧାନ ସଂଗ୍ରହ ଆରମ୍ଭ କରିଥିଲେ । ସେହିକ୍ରମରେ ବରଗଡରୁ ହିଁ ଚାଷୀଙ୍କ ଖାତାକୁ ପ୍ରଥମ ଇନପୁଟ୍‌ ସବସିଡି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆଜି ବରଗଡ଼ ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ଵର, କନ୍ଧମାଳ, ଜଗତସିଂହପୁର, ଭଦ୍ରକ, କୋରାପୁଟ, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜରେ ମଧ୍ୟ ଚାଷୀ ସମାବେଶ ହୋଇଛି । ଏହି ସବୁ ଜିଲ୍ଲାରେ ସେଠାକାର ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2024, 3:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.