ETV Bharat / state

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ହରିୟାଣା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପୂର୍ବରୁ ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

author img

By ETV Bharat Odisha Team

Published : 1 hours ago

Odisha woman rape in Delhi
Odisha woman rape in Delhi (Etv Bharat)

ଭୁବନେଶ୍ବର: ନୂଆଦିଲ୍ଲୀରେ ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣା । ହରିୟାଣା ଗସ୍ତ ପୂର୍ବରୁ ଏହି ଘଟଣା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:

ସେହିପରି ଓଡିଆ ମହିଳା ଦୁଷ୍କର୍ମ ମାମଲାର ସମୀକ୍ଷା କରିଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ଦିଲ୍ଲୀ ପୋଲିସ କମିଶନରଙ୍କ ସହ ଦୁଇ ଦିନ ତଳେ କଥା ହୋଇଥିଲେ ଖୁରାନିଆ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ପୀଡିତାଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଗଣ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ରହିଛନ୍ତି । ଏହି ଘଟଣାର ଘଟଣାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଓଡ଼ିଶା ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ.ସାଇନିଙ୍କୁ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଗତ ଶୁକ୍ରବାର ଭୋର ସମୟରେ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ସେ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଥିଲେ ରାଜ୍ୟ ସରକାର । ଘଟଣାର ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.