ETV Bharat / state

ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ଭାରତ ମଣ୍ଡପମରେ ବିଶେଷ କାର୍ଯ୍ୟକ୍ରମ - CM Mohan Majhi Delhi Visit

author img

By ETV Bharat Odisha Team

Published : Aug 12, 2024, 6:09 PM IST

Updated : Aug 12, 2024, 9:33 PM IST

CM Mohan Majhi Delhi Visit: ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଷ୍ଟାଲ ହାଇୱେ, ରୋଡ ସଂଯୋଗୀକରଣ ଓ ଟ୍ରାନ୍ସପୋର୍ଟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ

CM Mohan Majhi Delhi Visit
CM Mohan Majhi Delhi Visit (ETV Bharat Odisha)

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାତି 8ଟାରେ ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗଦାନ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଆସନ୍ତାକାଲି (ମଙ୍ଗଳବାର) ଜାତୀୟ ରାଜପଥ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ଯୋଗ ଦେଇ ଅଗଷ୍ଟ 14ରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (CM Mohan Majhi Delhi Visit)

ଓଡ଼ିଶାରେ ରୋଡ ନେଟୱାର୍କ ସମ୍ପର୍କରେ ଆଲୋଚନା:-

ଆସନ୍ତାକାଲି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏହି ବୈଠକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବେ । ସେହିପରି ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ବୈଠକ ଉପସ୍ଥିତ ରହିବେ । ଯେଉଁ ପ୍ରକଳ୍ପଗୁଡ଼ିକୁ ଓଡ଼ିଶାରେ ଚାଲୁ ରହିଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଲୋଚନା କରାଯିବ। ଓଡ଼ିଶାରେ ରୋଡ ଟ୍ରାନ୍ସପୋର୍ଟ ଯେଉଁ ପ୍ରକଳ୍ପଗୁଡ଼ିକ ଚାଲୁ ରହିଛି । ସେ ବାବଦରେ ଆଲୋଚନା ହେବ । ଓଡ଼ିଶାରେ ରୋଡ ନେଟୱାର୍କର ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବ । ତା'ସହିତ ଅର୍ଥନୀତି ଦୃଷ୍ଟିକୋଣରୁ କିଭଳି ବିକାଶ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିବେ ।

ଦିଲ୍ଲୀ ଗସ୍ତରେ ଉଠିବ ଓଡ଼ିଶା ରୋଡ ନେଟୱର୍କ ପ୍ରସଙ୍ଗ (ETV Bharat Odisha)

କୋଷ୍ଟାଲ ହାଇୱେ ନେଇ ଆଲୋଚନା:-

ଓଡ଼ିଶାର କୋଷ୍ଟାଲ ହାଇୱେ ନେଇ ମଧ୍ୟ ଦିଲ୍ଲୀ ବୈଠକରେ ଚର୍ଚ୍ଚା ଆଲୋଚନା ହେବ । କୋଷ୍ଟାଲ ହାଇୱେ ନେଇ ଖୁବଶୀଘ୍ର ଏ ବାବଦରେ କିଛି ଘୋଷଣା ହେବାର ସମ୍ଭାବନା ରହିଛି । କୋଷ୍ଟାଲ ହାଇୱେ ଦିଲ୍ଲୀ ବୈଠକରେ ପ୍ରମୁଖ ପ୍ରସଙ୍ଗ ହେବ । ଏନେଇ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, "ବିକାଶର ପ୍ରଥମ ପାହାଚ ସବୁବେଳେ ଇନଫ୍ରାଷ୍ଟକ୍ଚରାଲ ଗ୍ରୋଥ ଏବଂ ବିଶେଷ କରି ରୋଡ ସହିତ ରେଳବାଇ ବିକାଶ ଉପରେ ନିର୍ଭର କରେ । ତେଣୁ ସେଇ ଦୃଷ୍ଟିକୋଣରୁ ରାଜ୍ୟ ସରକାର ସବୁବେଳେ ଜାଗ୍ରତ ଅଛନ୍ତି । ରୋଡ୍‌ ଏବଂ ରେଳ ଇନଫ୍ରାଷ୍ଟକ୍ଚରାଲ କିଭଳି ଭାବେ ଠିକ୍ ଢଙ୍ଗରେ ହେବ । ସେଥିପାଇଁ କେନ୍ଦ୍ର ସରକରଙ୍କର ସହାୟତା ଆବଶ୍ୟକତା ରହିଛି । ଯେହେତୁ ରାଜ୍ୟରେ ଡବଲ ଇଞ୍ଜିନର ସରକାର ତାକୁ ନେଇ ବ୍ୟାପକ ଭାବେ ଓଡ଼ିଶାକୁ ସହାୟତା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଯାହାକି ଆଗାମୀ ଦିନରେ ରାଜ୍ୟର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ । ଓଡ଼ିଶାର ଅର୍ଥନୀତିକୁ ସଜାଡ଼ିବା ପାଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଇ ପ୍ରକ୍ରିୟାରେ ସହାୟତା ମିଳିବ ।"

'5ବର୍ଷ ଭିତରେ ଓଡ଼ିଶାରେ ଶେଷ ହେବ ରୋଡ ନେଟୱର୍କ'

ଏନେଇ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ କହିଛନ୍ତି, "ରେଳବାଇ କ୍ଷେତ୍ରରେ ବଡ଼ ଘୋଷଣା ହୋଇସାରିଛି । ଆଗକୁ ଆହୁରି ବଡ ଘୋଷଣା ହେବାକୁ ଯାଉଛି । ରୋଡ ସଂଯୋଗୀକରଣ ବାବଦରେ ଆଜି ତାରିଖରେ ଏନଏଚ ବ୍ୟାପକ ଭାବେ ପାଖାପାଖି ୨୦ହଜାର କୋଟି ଟଙ୍କାର କାମ ଚାଲିବା ପ୍ରକ୍ରିୟାରେ ଅଛି । ଗତ ସରକାର ସମୟରେ ଯେଉଁ କାମଗୁଡିକ ଆଗେଇ ପାରୁ ନ ଥିଲା ସେଗୁଡିକ କିଭଳି ତ୍ବରାନ୍ବିତ ହୋଇ କାମ ହେବ ସେନେଇ ନିଷ୍ପତ୍ତି ସରିଛି । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ସମୟର ଓଡ଼ିଶାର ରୋଡ ନେଟୱାର୍କକୁ ଶେଷ କରାଯିବ । ସେହିପରି ୨୦୩୬ ପାଇ ଅର୍ଥନୀତି ବିକାଶ ଯେଉଁ ଲକ୍ଷ୍ୟ ରଖାଯାଇ ଯୋଜନା କରାଯାଇଛି । ବିଶେଷ କରି ରୋଡ ନେଟୱାର୍କର ଭିଜନକୁ ଏଇ 5ବର୍ଷ ଭିତରେ ଶେଷ କରିବୁ। ଏହାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ସେ ଦିଗରେ ଦିଲ୍ଲୀ ଗସ୍ତ ସମୟରେ ଆଲୋଚନା ହେବ ।"

ଏହା ବି ପଢନ୍ତୁ- ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ନୀତି ଆୟୋଗ ବୈଠକରେ ଉଠାଇବେ ଗୁରୁତ୍ବପୂର୍ଣ୍ଣ ଦାବି

ଏହା ବି ପଢନ୍ତୁ- ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି; 6 ନୂଆ ରେଳ ପ୍ରକଳ୍ପକୁ ମିଳିଲା 15000 କୋଟି, ଜାଣନ୍ତୁ କେଉଁ ରେଳ ଲାଇନ ପାଇଁ କେତେ ?

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2024, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.