ETV Bharat / state

କେନ୍ଦ୍ରୀୟ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ - MOHAN MEETS UNION MINISTERS

author img

By ETV Bharat Odisha Team

Published : Jun 28, 2024, 9:43 PM IST

CM Mohan meets Union Ministers: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ରଥଯାତ୍ରା ସମୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି । ଆଉ କେଉଁ କେଉଁ ଦିଗରେ ଆଲୋଚନା ହୋଇଛି ଜାଣିବା ପାଇଁ ଅଧିକ ପଢନ୍ତୁ

CM Mohan Majhi
CM Mohan Majhi (ETV Bharat)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଛନ୍ତି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏହି ବିଶେଷ ପର୍ବ ଲାଗି ଚାଲିବ ସ୍ବତନ୍ତ୍ର ଟ୍ରେନ । ପ୍ରାୟ ୩୧୫ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ (X)

ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ କରିବା ଦିଗରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ଓଡ଼ିଶାର ଜନଜାତିଙ୍କ ଉନ୍ନତି ଓ ପ୍ରଗତି ପାଇଁ ସହଯୋଗ କାମନା କରିଛନ୍ତି । ଜନଜାତିଙ୍କ ଦୀର୍ଘଦିନର ମୌଳିକ ସମସ୍ୟା ଓ ସେଗୁଡିକର ଆଶୁ ସମାଧାନ ଦିଗରେ ଓଡ଼ିଶା ସରକାର ବଦ୍ଧ ପରିକର ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦ୍ର ସହ ସହଯୋଗ ଭିତ୍ତିରେ ଓଡ଼ିଶା ସରକାର ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ମୁଖ୍ୟମନ୍ତ୍ରୀ
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ମୁଖ୍ୟମନ୍ତ୍ରୀ (X)

ଏହାପରେ ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଓଡ଼ିଶାରେ ରେଳ ପଥ ସମ୍ପ୍ରସାରଣ ଓ ଅଧିକ ଅପହଞ୍ଚ ସ୍ଥାନକୁ ରେଳ ସଂଯୋଗ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ରଥଯାତ୍ରା ଅବସରରେ ଓଡ଼ିଶାକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଏ ବର୍ଷ ରଥଯାତ୍ରାକୁ ୩୧୫ଟି ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏହା ଗତବର୍ଷ ଠାରୁ ବହୁତ ଅଧିକ । ଏହା ଦେଶର ପ୍ରାୟ ସବୁ ଅଞ୍ଚଳକୁ ସଂଯୋଗ କରିବ । ଏହା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯିବ । ଏହି ସ୍ବତନ୍ତ୍ର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ (X)

ଏହା ବି ପଢନ୍ତୁ- ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ସେହିପରି ଲୋକସଭା ମାନ୍ୟବର ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଓ କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପିନ୍ଦର ସିଂ ଯାଦବଙ୍କୁ ଓଡିଶା ନେତା ସାକ୍ଷାତ କରିଛନ୍ତି । ଓଡ଼ିଶାର ବିଭିନ୍ନ ଗ୍ରୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକୁ ଉପସ୍ଥାପନ କରିବା ସହ ସଶକ୍ତ ଓ ପ୍ରଗତିଶୀଳ ଓଡିଶା ଗଠନ ଦିଗରେ ଆନ୍ତରିକ ସହଯୋଗ କାମନା କରିଛନ୍ତି । ସବୁ କେନ୍ଦ୍ରମନ୍ତ୍ରୀ ଗଣ ଓଡ଼ିଶାକୁ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଏକ ନୂଆ ଓଡ଼ିଶା, ଏକ ବିକଶିତ ଓଡିଶା ଗଠନ ଦିଗରେ କେନ୍ଦ୍ରର ସହଯୋଗ ଖୁବ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରଠୁ ମୋହନ ଚରଣ ମାଝୀ ହଜାର ହଜାର ଜନସାଧାରଣଙ୍କୁ ସିଧାସଳଖ ଭେଟିବା ଓ ସେମାନଙ୍କ ସମସ୍ୟାକୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ସାଧାରଣ ଲୋକଙ୍କ ନେତା ଭାବେ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି । ତାଙ୍କ ସରକାର ଲୋକଙ୍କ ସରକାର ଭାବରେ ସୁନାମ ମଧ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ତ୍ବରିତ ବିକାଶ ଦିଗରେ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସହଭାଗିତା ବୃଦ୍ଧି ପାଇବାର ସମ୍ଭାବନା ଉଜ୍ଜଳ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.