ETV Bharat / state

2036 ସୁଦ୍ଧା ସମୃଦ୍ଧ ଓଡିଶା: ଗଠନମୂଳକ ମତାମତ ରଖିବେ ରାଜ୍ୟବାସୀ, ୱେବ-ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଲୋଗୋ ଓ ୱେବ-ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଭିଜନ ଡକ୍ୟୁମେଣ୍ଟ ପାଇଁ ରାଜ୍ୟବାସୀ ଦେବେ ମତାମତ । ବିଚାର ବିମର୍ଶ କରିବେ ସରକାର ।

Developed Odisha for Developed India
Developed Odisha for Developed India (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ୨୦୩୬ ମସିହାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକ ପୂର୍ତ୍ତି ହେବାକୁ ଯାଉଛି । ଏହି ବର୍ଷ ସୁଦ୍ଧା ନିର୍ମାଣ ହେବ ସମୃଦ୍ଧ ଓଡିଶା । ୨୦୪୭ ର ‘ବିକଶିତ ଭାରତ’ ପାଇଁ ଓଡିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ । ଏହି ଲକ୍ଷ୍ୟ ହାସଲ ପାଇଁ ଏକ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଭିଜନ ଡକ୍ୟୁମେଣ୍ଟ ପାଇଁ ଏକ ୱେବ-ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବା ପାଇଁ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଆହ୍ୱାନ ଦେଇଛନ୍ତି । ଭିଜନ ଡକ୍ୟୁମେଣ୍ଟ ପାଇଁ ୱେବ-ପୋର୍ଟାଲ ହେଉଛି vision.odisha.gov.in । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଓ୍ୱେବ-ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଜନସାଧାରଣ ଏହି ୱେବ-ପୋର୍ଟାଲ ସହିତ ହ୍ୱାଟ୍ସଆପ ନମ୍ବର +91 6370951920 ଏବଂ ଇ-ମେଲ vision@odisha.gov.in ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠୁ ତିନି ସପ୍ତାହ ମଧ୍ୟରେ ମତାମତ ପଠାଇପାରିବେ ।

  • ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଭିଜନ ଡକ୍ୟୁମେଣ୍ଟ ପାଇଁ ୱେବ ପୋର୍ଟାଲ ଉନ୍ମୋଚିତ :

ମୁଖ୍ୟମନ୍ତ୍ରୀ କହିଛନ୍ତି," ବିକଶିତ ଓଡିଶା ଗଠନ ପାଇଁ ଆମେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ । ଏହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ । ବିକଶିତ ଓଡିଶାର ରୂପରେଖ ଓଡିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ । ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ । ଏହା ଜନସାଧାରଣଙ୍କ ଦ୍ୱାରା ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ । ମୁଁ, ସହଯୋଗୀ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ ।''

Developed Odisha for Developed India
Developed Odisha for Developed India (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମୋହନ ମାଝୀ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶାରେ ହେବ ସୁନାମୀ ରେଡି ଭିଲେଜ, 500ଟି ନୂଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ

ଏହା ମଧ୍ୟ ପଢନ୍ତୁ-କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ମତାମତା ଦେବେ ଜନସାଧାରଣ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ । ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ । ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ । ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ । ୨୦୩୬ ଓ ୨୦୪୭ର ଓଡିଶା ଲୋକଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ । ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ । ଏଥି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି ।

  • ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି :

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "୨୦୪୭ ମସିହାରେ ଭାରତବର୍ଷ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳିବ । ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସଙ୍ଗେ ସଙ୍ଗେ ୨୦୪୭ ମସିହାରେ ବିକଶିତ ଭାରତ ଗଠନ ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷ ବିକଶିତ ଭାରତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ସ୍ୱରୂପ ଦେଶ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ଖୁବଶୀଘ୍ର ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ମାନ୍ୟତା ହାସଲ କରିବ । ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବାର ରାସ୍ତାରେ ଦ୍ରୁତଗତିରେ ଅଗ୍ରଗତି କରୁଛି ।''

  • ଓଡିଶା ଦେଶର ପ୍ରମୁଖ ରାଜ୍ୟ ହେବ:

ସେ ଏହା ମଧ୍ୟ କହିଛନ୍ତି, "୨୦୩୬ ସୁଦ୍ଧା ଓଡିଶା ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି । ଏହା ସହିତ ୨୦୪୭ ସୁଦ୍ଧା ଆମେ ୧.୫ ଟ୍ରିଲିୟନ ଅର୍ଥନୀତି ହେବାର ଲକ୍ଷ୍ୟ ମଧ୍ୟ ରଖିଛୁ । ପ୍ରଧାନମନ୍ତ୍ରୀଙ୍କର ହୃଦୟରେ ଓଡିଶା ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିକଶିତ ଭାରତରେ ଇଞ୍ଜିନ ହେବ ଓଡ଼ିଶା ବୋଲି ପ୍ରଧାନମନ୍ତ୍ରୀ ଅନେକ ଥର କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ । ଓଡିଶା ସବୁ କ୍ଷେତ୍ରରେ ଅଗ୍ରଗତି କରି ଦେଶର ଏକ ପ୍ରମୁଖ ରାଜ୍ୟ ହେବ,ଏଥିରେ ସନ୍ଦେହ ନାହିଁ । ବିଜେପି ସରକାର ଅଳ୍ପଦିନରେ ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିଛି । ସାଧାରଣ ଲୋକଙ୍କୁ ଭେଟି ସୁଖ ଦୁଃଖ ଶୁଣିବା ସହ ସମାଧାନର ଭରସା ଦେବା ଆମ ସରକାରଙ୍କ ଆଭିମୁଖ୍ୟର ମୂଳମନ୍ତ୍ର । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।"

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବା ଆମ ସରକାର ଲୋକଙ୍କ ସରକାର ଭାବରେ ପରିଚୟ ହାସଲ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତର ରୂପରେଖକୁ ଆମେ ପ୍ରତିଦିନ ଅନୁଭବ କରୁଛୁ । ଲୋକଙ୍କ ସରକାର ସମୃଦ୍ଧ ଓଡିଶା ଗଠନ ପାଇଁ ଲୋକଙ୍କୁ ଅଂଶୀଦାର କରି ଆଗକୁ ବଢିବ । ତେଣୁ ସମୃଦ୍ଧ ଓଡିଶା ଗଠନ ପାଇଁ ଯେଉଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ, ସେଥିରେ ସବୁ ବର୍ଗର ଲୋକଙ୍କ ମତାମତ ପ୍ରତିଫଳିତ ହେବ ।"

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ନୀତି ଆୟୋଗର ସହଯୋଗରେ ଓଡିଶା ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ମତାମତକୁ ଅନୁଶୀଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ଉତ୍କୃଷ୍ଟ ମତାମତ ଆଧାରରେ ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ । କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.