ଭୁବନେଶ୍ୱର: ସ୍କୁଲ ପିଲା ପଢିବେ ଆକାଂକ୍ଷୀ ପାଠ୍ୟକ୍ରମ । ଯାହା ପ୍ରତ୍ୟେକ ଦିନ କ୍ଲାସ ଶେଷ ହେବା ପରେ ଏକ ଘଣ୍ଟା ସମୟ ଦେବେ। ଅପରାହ୍ନ 5 ଟା 30 ରୁ 6 ଟା 30 ପର୍ଯ୍ୟନ୍ତ। ଏହି କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ କରାଯିବ। ଏହି କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ସାପ୍ତାହିକ ୱେବିନାର ଆୟୋଜନ କରାଯିବା ନେଇ ନିଷ୍ପରି କରାଯାଇଛି। ଏନେଇ ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ମେଣ୍ଟର, ମାଷ୍ଟର ଟ୍ରେନର ଏବଂ ଷ୍ଟେଟ୍ ରିସୋର୍ସ ଗ୍ରୁପ୍ ସଦସ୍ୟଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଓଡି଼ଆ ଭାଷାର କିମ୍ବଦନ୍ତୀ ଲେଖକମାନଙ୍କ ଦ୍ୱାରା ଲିଖିତ ପୁସ୍ତକ, ଗଦ୍ୟ, କାବ୍ୟ, କବିତା ଏବଂ ଉପନ୍ୟାସକୁ ପଢିବେ। ସେହିପରି ବିଦ୍ୟାଳୟ ରୂପାନ୍ତରଣ ସହିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କୌଶଳୀ କ୍ଲବର ଶିକ୍ଷାର୍ଥୀମାନେ ସ୍କ୍ରାଚ୍ ପ୍ରକଳ୍ପ ପ୍ରଦର୍ଶନ କରିବେ। ଏହା ବ୍ୟତୀତ ସ୍ଥାନୀୟ ଲୋକକଥା, ଲୋକଗୀତ, ଲୋକନୃତ୍ୟକୁ ନେଇ ଆନିମେସନ୍ କାହାଣୀ ପ୍ରଦର୍ଶନ କରାଯିବ।
କ୍ରୀଡ଼ାଙ୍ଗନ କ୍ଲବର ଛାତ୍ରଛାତ୍ରୀମାନେ ସେମାନେ ଦେଖିଥିବା ଜୀବନ କୌଶଳ ପ୍ରଦର୍ଶନ କରିବା ସହିତ ନିଜ ଅନୁଭୂତି ସମ୍ପର୍କରେ ମତାମତ ରଖିବେ। ଏହା ସହ ନବମ ଏଵଂ ଦଶମ ଶ୍ରେଣୀର ପିଲାଙ୍କର ପ୍ରୋଜେକ୍ଟ ୱାର୍କ ଉପରେ ଗୁରୁତ୍ୱ ଦିଆଯିବ।
ସେହିପରି ଜିଜ୍ଞାସା କ୍ଲବ ଅଧୀନରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯିବ। ଛାତ୍ରଛାତ୍ରୀମାନେ ବିଭିନ୍ନ ପକ୍ଷୀଙ୍କ ଉପରେ ଶିକ୍ଷାଗ୍ରହଣ କରିବେ। ଓଡ଼ିଶାର ସଂସ୍କୃତି ସମେତ ଇତିହାସ ଉପରେ ଗୁରୁତ୍ବ ଦିଆଯିବ। ଯାହା ଏହି 4 ଟି କ୍ଲବରେ ରହିଥିବା ପାଠ ପଢା ଆଦି ପିଲାଙ୍କୁ ଗୁରୁତ୍ଵ ଦିଆଯିବ।
ଅନ୍ୟପଟେ ସାହିତ୍ୟ ସୃଜନୀ କ୍ଳବ୍ ମାଧ୍ୟମରେ ସ୍ମୃତି ରେ ସାହିତ୍ୟ ସୃଜନୀ, ସମୀକ୍ଷା ପୁଣି ଥରେ, ବହି ମୋର ଅତି ନିଜର, କଥା ଓ ବକୃତା। ଆମ ପାଠାଗାର, ସମୀକ୍ଷା ସହ ପରିଚୟ, ପ୍ରାଚୀର ପତ୍ରିକା, ଆସ ଗପ ଶୁଣିବା। ଆସ ଗପ କହିବା, ପୁସ୍ତକ ସମୀକ୍ଷା, ଶଦ୍ଧ କୁହୁକ, ସୃଜନ ଓ ସମୀକ୍ଷା। ଏହା ସହ ଶବ୍ଦ ଖେଳ, ଆଶା କବିତା ଲେଖିବା, ଯଦି ଏପରି ହୁଅନ୍ତା, କାହାଣୀ ଲେଖିବା ସମୀକ୍ଷା ଶିଖିବା। କାହାଣୀ, କେଉଁ ଆଡ଼କୁ ନେଉଛି ଟାଣି, ଆସ କାହାଣୀକୁ ସମ୍ପୂର୍ଣ କରିବା, କାହାଣୀ ରୁ ନାଟକ, ନାଟକ ଦେଖିବା ସମୀକ୍ଷା କରିବା ଆଦି କାର୍ଯ୍ୟକ୍ରମ କରାଯିବାର ଯୋଜନା କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ୱର