ETV Bharat / state

ଡଙ୍ଗର ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକନୃତ୍ୟରେ ଝୁମିଲେ ଦର୍ଶକ - ଡଙ୍ଗର ମହୋତ୍ସବ ଉଦଯାପିତ

Dangar Mahotsav 2024: ଉଦଯାପିତ ହେଲା ଡଙ୍ଗର ମହୋତ୍ସବ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ସଦର ମହକୁମା ସ୍ଥିତ ରାଜା ଧରଣୀ ଧର ବହୁମୁଖି ଖେଳ ପଡିଆ ପରିସରରେ ଏହି ଡଙ୍ଗର ମହୋତ୍ସବ-2024 ଆୟୋଜିତ ହୋଇଯାଇଥିଲା । ଅଧିକ ପଢ଼ନ୍ତୁ

ଉଦଯାପିତ ହେଲା ଡଙ୍ଗର ମହୋତ୍ସବ
ଉଦଯାପିତ ହେଲା ଡଙ୍ଗର ମହୋତ୍ସବ
author img

By ETV Bharat Odisha Team

Published : Mar 7, 2024, 7:47 AM IST

ଉଦଯାପିତ ହେଲା ଡଙ୍ଗର ମହୋତ୍ସବ

ରାଉରକେଲା: ଉଦଯାପିତ ହେଲା ଡଙ୍ଗର ମହୋତ୍ସବ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ସଦର ମହକୁମା ସ୍ଥିତ ରାଜା ଧରଣୀଧର ବହୁମୁଖି ଖେଳ ପଡିଆ ପରିସରରେ ଏହି ଡଙ୍ଗର ମହୋତ୍ସବ-2024 ଆୟୋଜିତ ହୋଇଯାଇଥିଲା । ଗତ ସୋମବାର ଦିନ ଆରମ୍ଭ ହୋଇଥିବା ଏହି ଡଙ୍ଗର ମହୋତ୍ସବ ଗତକାଲି (ମଙ୍ଗଳବାର)ରେ ଶେଷ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।

ଗତ ମଙ୍ଗଳବାର ସଂଧ୍ୟା ୬ ଘଟିକା ସମୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବରେଣ୍ୟ ଅତିଥି ଭାବେ ଦିଲୀପ ରାଉତରାୟ, ନିର୍ଦ୍ଦେଶକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା, ସମ୍ମାନୀତ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ପାଦକ ପ୍ରବୋଧ କୁମାର ରଥ ଯୋଗ ଦେଇଥିଲେ । ଠାକୁରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରି ଏବଂ ଫିତା କାଟି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଦିବାସୀ ମାନଙ୍କ ବିଭିନ୍ନ ପ୍ରକାର ଲୋକକଳାକୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କ ନୃତ୍ୟକୁ ସାରା ଦେଶ ଏବଂ ଦେଶ ବାହାରେ ପ୍ରଚାର ଓ ପ୍ରସାର ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ନିର୍ଦ୍ଦେଶକ ଏବଂ ସମସ୍ତ ଅତିଥି ମାନେ ଜଣାଇଥିଲେ । ଦୁଇ ଦିନ ଧରି ହେଇଥିବା ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୪ରେ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ନବରଙ୍ଗପୁରରେ ମିନି ମାରାଥନ, ଦୌଡ଼ିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ଉଦଘାଟନୀ ଉତ୍ସବରେ ଗଜପତି ଜିଲ୍ଲାର ଲାଞ୍ଜିଆ ସୌରାନୃତ୍ୟ, ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ନୃତ୍ୟ, ଫୁଲବାଣୀ ଜିଲ୍ଲାର ଶିକାରୀ ନୃତ୍ୟ, ବ୍ରହ୍ମପୁର ଜିଲ୍ଲାର ଚଢ଼େଇଆ ଚଢେଆଣି ନୃତ୍ୟ, କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ସହିତ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଲୋକନୃତ୍ୟ ଦଳ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବଣାଇ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିସାନ, ସମ୍ମାନିତ ଅତିଥି ଭାବେ ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ ଯୋଗ ଦେଇଯୋଗ ଦେଇଥିବା କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନେ ତାଙ୍କର ପାରମ୍ପରିକ ପୋଷାକ, ଭାଷା, ବାଦ୍ୟଯନ୍ତ୍ର ବ୍ୟବହୃତ କରି ନିଜ ନିଜ ଅଞ୍ଚଳର କୋଲହ, ଡଙ୍ଗରିଆ, ଢେମାସା, ଭୂମିଜ, ଓରାମ, କିସାନ, କୋୟା, ଢାପ ପ୍ରମୁଖ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.