ETV Bharat / state

ଯୁକ୍ତ ଦୁଇ ପରୀକ୍ଷାରେ ଗୋପନୀୟତା ବଜାୟ ରଖିବାକୁ CHSEର ନିର୍ଦ୍ଦେଶାବଳୀ - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

CHSE Issued Guidelines: ଯୁକ୍ତ ଦୁଇ ପରୀକ୍ଷା ଗୋପନୀୟତା ବଜାୟ ରଖିବାକୁ ନିର୍ଦ୍ଦେଶାବଳୀ ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢ଼ନ୍ତୁ

CHSE Issued Guidelines
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ
author img

By ETV Bharat Odisha Team

Published : Feb 7, 2024, 12:29 PM IST

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି । ପରୀକ୍ଷାରେ ସ୍ବଚ୍ଛତାକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ସମସ୍ତ ଗୋପନୀୟତା ବଜାୟ ରଖିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷା ପରିଚାଳନା କରିବା ପାଇଁ ନିଯୁକ୍ତି ହୋଇଥିବା ନିରୀକ୍ଷକ ବା ନିଯୁକ୍ତ ହେବାକୁ ଥିବା ନିରୀକ୍ଷକଙ୍କ ନାମ ଗୋପନ ରଖାଯିବ । ସେହିପରି ପରୀକ୍ଷାର୍ଥୀଙ୍କ ବସିବା ବ୍ୟବସ୍ଥା ଓ କପି କରି ଧରା ପଡ଼ିଲେ ତାଙ୍କ ନାମ ସାର୍ବଜନୀନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧୀକ୍ଷକଙ୍କ ବିନା ଅନୁମତିରେ ପରୀକ୍ଷା ସମୟର ଅଧ ଘଣ୍ଟା ପୂର୍ବରୁ ଓ ପରେ କେନ୍ଦ୍ର ପରିସରକୁ ସମସ୍ତଙ୍କୁ ବାରଣ କରାଯାଇଛି । ପରିଚାଳନା ପାଇଁ ଜଣେ ଅଧୀକ୍ଷକଙ୍କ ସହିତ ପ୍ରତି ୫ଶହ ପରୀକ୍ଷାର୍ଥୀରେ ଜଣେ ଲେଖାଏଁ ଉପ ଅଧୀକ୍ଷକ ରହିବେ । ପ୍ରତି ୨୦ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ ଓ ପ୍ରତି ୧୨୦ ଜଣ ପରୀକ୍ଷାର୍ଥୀ ପାଇଁ ଜଣେ ରିଲିଭର ରହିବେ । ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକ୍ଷକ ଏହି ସମସ୍ତଙ୍କୁ ନିଯୁକ୍ତି ଦେବେ । ପରୀକ୍ଷାର୍ଥୀଙ୍କ ବସିବା ବ୍ୟବସ୍ଥା କରିବା ପାଇଁ ଏକ ନମୂନା ମଧ୍ୟ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି । ପରୀକ୍ଷାର ୩୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମାଟ୍ରିକ ଓ ପ୍ଲସ୍ ଟୁ ପରୀକ୍ଷା ପରିଚାଳନାରେ ରଖ ଶୂନ୍ୟ ସହନଶୀଳତା: ମୁଖ୍ୟ ଶାସନ ସଚିବ

ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲିବ । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଏପଟେ ଜାନୁଆରୀ ୨ ତାରିଖରୁ ୧୨ ତାରିଖରେ ଯୁକ୍ତ ଦୁଇ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟୀକାଲ ପରୀକ୍ଷା ଶେଷ ହୋଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୧୧୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୭ଟି ଉପ ପରୀକ୍ଷା କେନ୍ଦ୍ର କରାଯାଇଛି । ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.