ETV Bharat / state

ଶିଶୁ ଓ ମା'ଙ୍କ ପାଇଁ କଳିକା-କୃଷି ଭବନ କ୍ରେଚ ଉଦଘାଟିତ

author img

By ETV Bharat Odisha Team

Published : Mar 2, 2024, 6:52 AM IST

Creche At Krushi Bhavan: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗତକାଲି ରାଜ୍ୟ କୃଷି ଭବନ ପରିଦର୍ଶନ କରିଛନ୍ତି । ସେଠାରେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ ବ୍ୟବସ୍ଥାର ସେ ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଶିଶୁ ଓ ମା'ଙ୍କ ପାଇଁ କଳିକା-କୃଷି ଭବନ କ୍ରେଚ ଉଦଘାଟିତ
ଶିଶୁ ଓ ମା'ଙ୍କ ପାଇଁ କଳିକା-କୃଷି ଭବନ କ୍ରେଚ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗତକାଲି ରାଜ୍ୟ କୃଷି ଭବନ ପରିଦର୍ଶନ କରିଛନ୍ତି । ସେଠାରେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ ବ୍ୟବସ୍ଥାର ସେ ଶୁଭାରମ୍ଭ କରିଛନ୍ତି । ଏହି କ୍ରେଚ ବ୍ୟବସ୍ଥା ଉଭୟ ଛୋଟ ପିଲା ଏବଂ ସେମାନଙ୍କ ମା'ଙ୍କ ସର୍ବୋତ୍ତମ ସ୍ବାର୍ଥ ପୂରଣ କରିବାର ପ୍ରୟାସ । ଏହା ସହିତ ପ୍ରାରମ୍ଭିକ ଶୈଶବ ବିକାଶର ବୈଜ୍ଞାନିକ ନୀତି ଆଧାରରେ କୃଷି ଭବନ ପରିସରରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣମୂଳକ ପଦକ୍ଷେପ ଭାବେ ସ୍ଥାପିତ ହୋଇଛି ।

କୃଷି ଭବନରେ ଥିବା କ୍ରେଚର ନାମ କଳିକା କୃଷି ଭବନ ରଖାଯାଇଛି । ୬ ମାସରୁ ୬ ବର୍ଷ ବୟସର ପିଲାଙ୍କ ଯତ୍ନ କ୍ରେଚରେ ନିଆଯିବ । ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷିତ କ୍ରେଚ ସହାୟକ ଏବଂ କ୍ରେଚ ସଂଯୋଜକଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ କି ପିଲାମାନଙ୍କର ବୟସ ହିସାବରେ ଅନୁକୂଳ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରିବେ । ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଦିବସରେ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏହି କ୍ରେଚ ଖୋଲା ରହିବ ।

ଅଧିକ ପଢନ୍ତୁ- ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ; ସମ୍ବଲପୁରୀ ହସ୍ତତନ୍ତ କଳାର ଗାଥା ବହନ କରୁଛି କୋଠା

କ୍ରେଚ, କୃଷି ଭବନରେ ସୁପ୍ରଶିକ୍ଷିତ କ୍ରେଚ ସହାୟିକାଙ୍କ ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା, ପିଲାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଉତ୍ସର୍ଗୀକୃତ ଓ ବୟସ ଅନୁକୂଳ ଖେଳନା, ବହି ଓ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଶିଶୁ ଅନୁକୂଳ ଶୌଚାଳୟ, ନୂଆ ମା'ଙ୍କ ପାଇଁ ନର୍ସିଂ କର୍ଣ୍ଣର, ପ୍ରାଥମିକ ଚିକିତ୍ସା ସୁବିଧା ରହିଛି । କୃଷି ଭବନରେ କ୍ରେଚ ପ୍ରତିଷ୍ଠା କୃଷି ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀଙ୍କ ଦୂରଦର୍ଶୀ ଓ ଆନ୍ତରିକ ପ୍ରୟାସ ଫଳରେ ସମ୍ଭବ ହୋଇପାରିଛି । ଏ ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ବହୁଧା ସହଯୋଗ କରିଛନ୍ତି । ଆକର୍ଷଣୀୟ ଏବଂ ଅନୁକୂଳ ପରିବେଶ ଯୁକ୍ତ ସୁନ୍ଦର ବ୍ୟବସ୍ଥା ମଧ୍ୟରେ କ୍ରେଚ ସୁବିଧା ପାଇଥିବାରୁ ଉଭୟ ପିଲା ଓ ମା’ ମାନଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହୋଇଛି ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ କ୍ରେଚର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ । ପିଲାମାନେ ଅତିଥିମାନଙ୍କ ସହିତ ଖୁସିରେ ଫଟୋ ଉଠାଇଛନ୍ତି ।

ଏହା ପରେ ମୁଖ୍ୟ ଶାସନ ସଚିବ କୃଷି ଭାବନରେ ପ୍ରତିଷ୍ଠା ହୋଇଥିବା କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ଅନୁଧ୍ୟାନ କରିଛନ୍ତି । ସଂପର୍କିତ ସରକାରୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଜଳବାୟୁ ଜରୁରୀକାଳୀନ ପରିସ୍ଥିତିରେ ତ୍ବରିତ ପ୍ରତିକ୍ରିୟା ଏବଂ କାର୍ଯ୍ୟାନୁଷ୍ଠାନ କଣ ରହିବ, ସେ ସଂପର୍କରେ ତଥ୍ୟ ଆଧାରରେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପାଇଁ ନୀତିଗତ ସଂସ୍କାର ଓ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବାକୁ ଏହି ବ୍ୟବସ୍ଥା ସକ୍ଷମ କରିବ । ଏହା ମଧ୍ୟ ତଥ୍ୟ ସମର୍ଥିତ ଏବଂ ନିୟମଭିତ୍ତିକ ସମୀକ୍ଷା, ପ୍ରାଥମିକତା ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ବରିଷ୍ଠ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବାରେ ସହାୟକ ହେବ । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାରେ ସରକାରଙ୍କୁ ଉଚିତ ପଦକ୍ଷେପ ଗ୍ରହଣ ଏବଂ ଉତ୍ତରଦାୟିତ୍ୱ ନିର୍ବାହରେ ଉନ୍ନତି ଆଣିବା ପାଇଁ ତୃଣମୂଳ ସ୍ତରରେ ପରିସଂସ୍ଥା ଭିତ୍ତିକ ସମୟୋପଯୋଗୀ ପରୀକ୍ଷାକୁ ଏହି ବ୍ୟବସ୍ଥା ସକ୍ଷମ କରିବ ବୋଲି ଜଣାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.