ETV Bharat / state

କୋଟିଆ ଗସ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା - Chief Secretary Of Odisha

author img

By ETV Bharat Odisha Team

Published : Apr 5, 2024, 9:23 PM IST

Pradeep Kumar Jena Visits Koraput: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କୋରାପୁଟର କୋଟିଆ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

କୋଟିଆ ଗସ୍ତରେ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା

କୋରାପୁଟ: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କୋରାପୁଟ ଗସ୍ତ । ଓଡି଼ଶା ଓ ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲାର ଶେଷ ପଞ୍ଚାୟତ କୋଟିଆ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଗସ୍ତ ସମୟରେ କୋଟିଆ ପଞ୍ଚାୟତର ବାରାବନ୍ଧ ଗ୍ରାମକୁ ଯାଇ ଆଦିବାସୀମାନେ କରିଥିବା ଷ୍ଟ୍ରବେରୀ ଚାଷ ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

ଆଜି(ଶୁକ୍ରବାର) କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା ସକାଳେ ଜୟପୁର ବିମାନ ବନ୍ଦରରୁ ବାହାରି ଓଡିଶା ଓ ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଳାର ଶେଷ ପଞ୍ଚାୟତ କୋଟିଆ ଯାଇ ଵିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ କୋଟିଆ ପଞ୍ଚାୟତ ବାରାବନ୍ଧ ଗ୍ରାମକୁ ଯାଇ ଆଦିବାସୀମାନେ କରିଥିବା ଷ୍ଟ୍ରବେରୀ ଚାଷ ଦେଖିବା ସହ ଚାଷୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ଏଥି ସହିତ କୋଟିଆ ପଞ୍ଚାୟତର କୁରୁଡିପଦର ଗସ୍ତ କରି ବିଜୁ ପକ୍କାଘର କାମ ଦେଖିବା ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ ।

ପରେ କୋଟିଆ ଫେରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଫୁଲ ଝାଡୁ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିଥିଲେ । କୋଟିଆ ସ୍ଥିତ ମଙ୍ଗଳ ବିଭାଗ ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ସ୍କୁଲ ପିଲାଙ୍କ ସହ ଆଲୋଚନା କରିବା ସହ ଅଙ୍ଗନୱାଡି କେନ୍ଦ୍ର, ହସ୍ପିଟାଲ ଓ ଥାନା ପରିଦର୍ଶନ କରିଥିଲେ । ତେବେ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, କୋରାପୁଟ ଜିଲ୍ଲାପାଳ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଏସପି, କୋରାପୁଟ ଉପଜିଲ୍ଲାପାଳ ଓ ପଟାଙ୍ଗି ବ୍ଲକ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ଓ ଆନ୍ଧ୍ରରେ ଏକାସଙ୍ଗେ ନିର୍ବାଚନ; ଚର୍ଚ୍ଚାରେ କୋଟିଆ

ତେବେ ଆସନ୍ତା ମେ 13 ତାରିଖରେ ଉଭୟ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବିଶେଷ କରି କୋଟିଆରେ ଉଭୟ ରାଜ୍ୟର ନିର୍ବାଚନ ଏକ ସଙ୍ଗେ ହେଉଥିବାରୁ ଉଭୟ ରାଜ୍ୟର ଛକାପଞ୍ଝା ରଣନୀତି ଆରମ୍ଭ ହୋଇଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଟିମର କୋଟିଆ ଯାତ୍ରା ଅଶେଷ ଗୁରୁତ୍ୱ ବହନ କରିଛି । ଗତ କିଛିଦିନ ପୁର୍ବେ ଆନ୍ଧ୍ର ପ୍ରଦେଶର ମାନ୍ୟମ ଜିଲ୍ଲାର ଜିଲ୍ଲାପାଳ କୋଟିଆରେ ଆନ୍ଧ୍ର ସରକାରଙ୍କ ତରଫରୁ ଅବାଧ ନିର୍ବାଚନ ହେବା ନେଇ ଘୋଷଣା କରାଯିବା ପରେ କୋରାପୁଟ ବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଆଜି ଏହି ଉଚ୍ଚସ୍ତରୀୟ ଟିମର ଗସ୍ତ ପରେ ଓଡିଶାକୁ ଭଲ ପାଉଥିବା କୋଟିଆବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.