ETV Bharat / state

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ହେବ ଚକ ପାଇଁ 42ଟି ତୁମ୍ୱ - Ratha Khala Update

author img

By ETV Bharat Odisha Team

Published : May 11, 2024, 4:44 PM IST

Ratha Khala Update: ଚଳଚଞ୍ଚଳ ହୋଇଉଠିଛି ରଥ ଖଳା । ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ରଥ ନିର୍ମାଣରେ ଲାଗି ପଡିଛନ୍ତି କାରିଗର । ଅଧିକ ପଢନ୍ତୁ

Chariot Construction
Chariot Construction (ETV Bharat Odisha)

ପୁରୀ: ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ 42ଟି ତୁମ୍ୱ ନିର୍ମାଣ କାର୍ଯ୍ୟ ହେବ । ପବିତ୍ର ଅକ୍ଷୟ ତୃତୀୟାର ତିନି ରଥର ନିର୍ମାଣ ଅନୁକୂଳ ହୋଇଛି । ଆଜିଠାରୁ ଚଳଚଞ୍ଚଳ ହୋଇଛି ଶ୍ରୀନହର ସମ୍ମୁଖ ରଥ ଖଳା । ପ୍ରଥମେ ରଥ ଖଳାରେ ତିନି ରଥର ମହାରଣା ରଥ କାଠକୁ ପୂଜା କରିବା ପରେ କାଠ କାଟିବା ଆରମ୍ଭ କରିଛନ୍ତି କରତି ସେବକ । ପ୍ରଥମେ ରଥ ଚକ ନିର୍ମାଣ କାର୍ଯ୍ୟ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ହେବାକୁ ଥିବାରୁ ଫାଶୀ କାଠକୁ କଟାଯାଇ ତୁମ୍ୱ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତିନି ରଥ ମହାରଣାଙ୍କୁ କାଠ କଟାଯାଇ ପ୍ରଦାନ ପରେ ତୁମ୍ୱ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣା ସେବକମାନେ ତିନି ରଥ ଚକ ପାଇଁ ମୋଟ 42ଟି ତୁମ୍ବ ନିର୍ମାଣ କରିବେ । ତୁମ୍ୱ ନିର୍ମାଣ ପରେ ସୂତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ବିଭିନ୍ନ କାର୍ଯ୍ୟ ଆଗେଇବ । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରଥ ନିର୍ମାଣରେ ନିୟୋଜିତ ସେବକମାନେ ବେଶ ଉତ୍ସାହିତ ଅଛନ୍ତି । ଚଳିତ ରଥଯାତ୍ରା କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ବିଶ୍ୱକର୍ମା ଓ ଭୋଇ ସେବକ ।

ଗତକାଲି (ଶୁକ୍ରବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥଲା । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହେବା ପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିଥିଲା । ଏହାପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ । ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା । ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର‌ ଅନୁକୂଳ କରାଯାଇଥିଲା । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ସମସ୍ତେ ପ୍ରାର୍ଥନା କରିଥିଲେ ।

ଏହା ବି ପଢନ୍ତୁ...ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା - Chandan Yatra

ରଥ କାଠ ଅନୁକୂଳ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବଙ୍କୁ ସେବାୟତ ମାନେ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ନେଇଥାନ୍ତି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିବାର ପରମ୍ପରା ରହିଛି । ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.