ETV Bharat / state

ବସନ୍ତର ବଉଳ ବାସ୍ନାରେ ମହକୁଛି କଳାହାଣ୍ଡି, ରୋମାଞ୍ଚିତ ହେଉଛି ଅତୀତର ସ୍ମୃତି - କଳାହାଣ୍ଡିରେ ବସନ୍ତ

Spring Season In Kalahandi: ବସନ୍ତ ଋତୁର ବଉଳ ସମ୍ଭାରରେ ବଢ଼ିଯାଇଛି ପ୍ରକୃତିର ଗନ୍ତାଘର କଳାହାଣ୍ଡି ଜିଲ୍ଲାର ସୌନ୍ଦର୍ଯ୍ୟ । ସବୁଆଡେ ବଉଳର ମହ ମହ ବାସ୍ନା, ସତେଜ ପବନ ସତେ ଯେମିତି ମନରେ ଭରୁଛି ନୂଆ ଉନ୍ମାଦନା । ପଢନ୍ତୁ ଏହି ସ୍ବତନ୍ତ୍ର ଖବର

ବସନ୍ତର ବଉଳ ବାସ୍ନା
ବସନ୍ତର ବଉଳ ବାସ୍ନା
author img

By ETV Bharat Odisha Team

Published : Feb 24, 2024, 2:02 PM IST

ବସନ୍ତର ବଉଳ ବାସ୍ନା

ଭବାନୀପାଟଣା: ବସନ୍ତର ଆଗମନରେ ସଜେଇ ହୋଇଛି ଧରଣୀରାଣୀ । ବସନ୍ତ ଆସିବା ସହ ସାଥିରେ ନେଇ ଆସିଛି ଆମ୍ବ ବଉଳର ସମ୍ଭାର । ଆମ୍ବଗଛରେ ଝୁଲୁଛି ପେନ୍ଥାପେନ୍ଥା ବଉଳ । ବସନ୍ତର ମୃଦୁ ମଳୟ ସାଙ୍ଗକୁ ବଉଳର ମହକରେ ମହକି ଉଠୁଛି ପରିବେଶ । ପହିଲି ଆମ୍ବ ବଉଳର ମହୁଲି ବାସ୍ନାରେ ପ୍ରକୃତି ମନରେ ଉନ୍ମାଦନା ସୃଷ୍ଟି ହେଉଛି । ଭାବୁକ ମନରେ ଭାବ ଭରି ଦେଉଥିବା ଏହି ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ପ୍ରାକୃତିକ ଗନ୍ତାଘର କୁହାଯାଉଥିବା କଳାହାଣ୍ଡି ଜିଲ୍ଲାରେ । ଆମ୍ବ ବଉଳର ସମ୍ଭାର ଜିଲ୍ଲାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି । ଯାହା ପଥିକ ଟିଏକୁ ବାଟବଣା କରୁଥିବା ବେଳେ କବିକୁ ଆନମନା କରୁଛି ।

ସୁନ୍ଦରତାର ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାକୁ ଛୁଇଁଛି ବସନ୍ତ । ବସନ୍ତର ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ରାବ ପରିବେଶରେ ଏକ ପ୍ରେମର ବାର୍ତ୍ତା ଦେଉଛି । ପତ୍ରଝଡ଼ା ପରେ ପରେ ବୃକ୍ଷରାଜି ନବପଲ୍ଲବ ଧାରଣ କରୁଛନ୍ତି । ଫଗୁଣ ମାସରେ ଆମ୍ବଗଛରେ ପେନ୍ଥା ପେନ୍ଥା ହୋଇ ଝୁଲୁଥିବା ବଉଳ ନିଜକୁ ପୁଷ୍ପବତୀ ଫଳବତୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ମନରେ ଆନମନା ଭରି ଦେଉଛି । ବସନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ଯାହା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ପଥିକଟିଏ ମଧ୍ୟ ଘଡ଼ିଏ ଅଟକି ଯାଉଛି । କ୍ଳାନ୍ତି ଦୂର ପାଇଁ ବାଟୋଇଟିଏ ଗଛ ମୂଳେ କ୍ଷଣିକଟିଏ ବସି ପଡିଲେ ମନରେ ଆସିଯାଉଛି ଅସୁମାରୀ ଶାନ୍ତି । ଆଉ ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ବର ଅବାଳ ବୃଦ୍ଧ ବନିତାଙ୍କୁ ଆନମନା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ବସନ୍ତ ସାଥିରେ ଆସିଛି ବଉଳ, ପେନ୍ଥା ପେନ୍ଥା ପହିଲି ଆମ୍ବ ବଉଳର ମହକରେ ମହକୁଛି କଳାହାଣ୍ଡି

ସେପଟେ ବାସ ଓ ଫଗୁଣ ଧାରାରେ କବି ଲେଖନୀରୁ କବିତା ଝରିପଡୁଛି । ଖାଲି ମଣିଷ ନୁହେଁ, ପଶୁପକ୍ଷୀ ଜୀବଜନ୍ତୁ ମନକୁ ମଧ୍ୟ ଚଳଚଞ୍ଚଳ କରି ଦେଉଛି ବସନ୍ତର ବଉଳ । କୋଇଲିର ପଞ୍ଚମ ରାଗିଣୀ ସହ ବଉଳର ଖିଲି ଖିଲି ହସ ସତେ ଯେମିତି ସେହି ପିଲାଦିନକୁ ଫେରାଇ ଦେଉଛି । ପ୍ରଜାପତିମାନେ ଏ ବଉଳ ପେନ୍ଥାରୁ ସେ ବଉଳ ପେନ୍ଥାକୁ ଡେଇଁ ଡେଇଁ ନାଚୁଥିବା ବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଉଛି ମହୁମାଛି । ଏ ଦୃଶ୍ୟକୁ ଦେଖି ନିଜକୁ କେମିତିବା ଅଟକାଇବ କବି । ବଉଳକୁ ଚାହିଁ ନିଜ ଡାଇରୀରେ କବିତା ଲେଖି ସାଇତି ରଖୁଛି । ବସନ୍ତ, ବଉଳ ଆଉ ବାସ୍ନା ମନେର ବାସ୍ତବତା ଭରିଦେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.